ନିର୍ବାଚନ ବେଳେ ଟ୍ରକରୁ ୮କୋଟିର ନୋଟ୍‌ ବିଡା ଜବତ,୨ ଜଣଙ୍କୁ ଅଟକ ରଖି ତନାଘନା

Published By : Prameya-News7 Bureau | May 09, 2024 IST

ଆନ୍ଧ୍ରପ୍ରଦେଶ୯/୫: ଟ୍ରକରୁ ୮କୋଟିର ବିଡା ବିଡା ଟଙ୍କା ବଣ୍ଡଲ ଜବତ । ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲା ଗରିକାପାଡୁ ଚେକ ପୋଷ୍ଟରେ ଚେକିଂ ବେଳେ ୮କୋଟି ଟଙ୍କା ଜବତ କରିଛି ପୋଲିସ । ପାଇପ ଲୋଡ ହୋଇ ଯାଉଥିବା ଟ୍ରକର ସ୍ବତନ୍ତ୍ର କ୍ୟାବିନରୁ ୮କୋଟିର କ୍ୟାସ ମିଳିଛି । ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିଲା । କୌଣସି ସୂତ୍ରରୁ ପୋଲିସ ଖବର ପାଇ ଚେକ୍‌ ପୋଷ୍ଟରେ ଚେକିଂ କରିଥିଲା । ଆଉ ଟ୍ରକରୁ ବିଡା ବିଡା ନୋଟ ବାହାରିବାର ଦେଖି ସମସ୍ତେ ତାଜୁବ ହୋଇଯାଇଥିଲେ ।

ଜବତ ସମସ୍ତ ଟଙ୍କାକୁ ଯାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଛି । ଟଙ୍କା କାହାର ଓ କେଉଁଠୁ ଆସିଲା ସ୍ପଷ୍ଟ ହୋଇନି । ସନ୍ଦେହରେ ପୋଲିସ ୨ ଜଣକୁ ଅଟକ ରଖି ଛାନଭିନ ଚଳାଇଛି । ତନାଘନା ପରେ ନିର୍ବାଚନ କମିଶନ ଅଧିକାରୀ ଏବଂ ଫ୍ଲାଇଂ ସ୍କ୍ୱାର୍ଡ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତା ୧୩  ତାରିଖରେ ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।  ଆନ୍ଧ୍ରପ୍ରଦେଶର ୨୫ଟି ସିଟ୍‌ ପାଇଁ ମଧ୍ୟ ଭୋଟ୍‌ ପଡିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.