scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅପାଠୁଆ ନେତାଙ୍କୁ ଭୋଟ୍‌ ନ ଦେବାକୁ ଛାତ୍ରଛାତ୍ରୀଙ୍କୁ କହୁଥିବା ଶିକ୍ଷକଙ୍କୁ ଛଟେଇ କଲା ଅନ୍‌ଆକାଡେମୀ

17/08/2023 at 9:34 PM

ନୂଆଦିଲ୍ଲୀ: ଅପାଠୁଆ ନେତାଙ୍କୁ ଭୋଟ୍‌ ନ ଦେବାକୁ ଛାତ୍ରଛାତ୍ରୀଙ୍କୁ କହୁଥିବା ଶିକ୍ଷକଙ୍କୁ ଛଟେଇ କଲା ଅନ୍‌ଲାଇନ୍‌ରେ ଶିକ୍ଷା ପ୍ରଦାନ କରୁଥିବା ଏଡ୍‌ଟେକ୍ କମ୍ପାନୀ ଅନଆକାଡେମୀ। ଶିକ୍ଷକଙ୍କ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ଭିଡିଓରେ ଶିକ୍ଷକ କେବଳ ଶିକ୍ଷିତ ନେତାଙ୍କୁ ଭୋଟ୍ ଦେବାକୁ କହୁଥିବାର ଶୁଣିବାକୁ ମିଳୁଛି। ଶାନ୍ତନୁ ନାମକ ଜଣେ ସୋସିଆଲ୍ ମିଡିଆ ୟୁଜର ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।  

ଶାନ୍ତନୁ ଟ୍ୱିଟ୍ କରି ଲେଖିଛନ୍ତି “ଏହି ଶିକ୍ଷକ ଜଣେ ଶିକ୍ଷିତ ନେତାଙ୍କୁ ଭୋଟ୍ ଦେବାକୁ ତାଙ୍କ ଛାତ୍ରମାନଙ୍କୁ ଅନୁରୋଧ କରିଥିଲେ, ସେ କାହାର ନାଁ ନେଇ ନଥିଲେ। ହେଲେ ବିଜେପି ସମର୍ଥକମାନେ ଅନୁମାନ କରିନେଲେ ଯେ ସେ ମୋଦୀଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ଅନଏକାଡେମି ଉପରେ ଚାପ ପକାଇଲେ। ବର୍ତ୍ତମାନ ସେ ତାଙ୍କର ଚାକିରି ହରାଇଛନ୍ତି।”

ପଢ଼ନ୍ତୁ-୧୦ ଲକ୍ଷ ସିମ୍‌ କାର୍ଡ ଡିଲରଙ୍କ ହେବ ପୋଲିସ୍‌ ଭେରିଫିକେସନ, ଉଲ୍ଲଘଂନ କଲେ ମୋଟା ଜରିମାନା: ଅଶ୍ୱିନୀ ବୈଷ୍ଣବ

ଚାକିରି ହରାଇଥିବା ଶିକ୍ଷକ କରନ ସାଙ୍ଗୱାନଙ୍କ ଭିଡିଓ ଭାଇରାଲ୍ ହେବା ପରେ ଏକ୍ସରେ ଅନ୍‌ଆକାଡେମୀକୁ ଭୟଙ୍କର ଭାବେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଭାଇରାଲ୍ ଭିଡିଓରେ କରନ କହିଛନ୍ତି “ଗୋଟେ କଥା ମନେ ରଖିବ। ୟା ପରେ ଯେତେବେଳେ ବି ଆପଣ ଭୋଟ୍ ଦେବେ କୌଣସି ଶିକ୍ଷିତ ଲୋକଙ୍କୁ ଭୋଟ୍ ଦେବେ। ଏମିତି ଲୋକଙ୍କୁ ବାଛନ୍ତୁ ଯିଏ କଥା ବୁଝିପାରୁଥିବ। ଫଳରେ ଆପଣଙ୍କୁ ଏସବୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବନି। ଏମିତି ଲୋକଙ୍କୁ ବାଛନ୍ତୁନି ଯିଏ କେବଳ ବଦଳାଇବା ଜାଣିଛି ନାଁ ଚେଞ୍ଜ୍ କରିବା ଜାଣିଛି।”

ଛଟେଇ ଖବର ଆସିବା ପରେ ଘଟଣାକୁ ନିନ୍ଦା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। “ଶିକ୍ଷିତ ରାଜନେତାଙ୍କୁ ଭୋଟ୍ ଦେବାକୁ କହିବା କଣ ଅପରାଧ? ଯଦି କେହି ଜଣେ ଅଶିକ୍ଷିତ ବ୍ୟକ୍ତିଗତ ଭାବରେ ମୁଁ ତାଙ୍କୁ ସମ୍ମାନ କରେ। କିନ୍ତୁ ଲୋକପ୍ରତିନିଧିମାନେ ଅଶିକ୍ଷିତ ହେବା କଥା ନୁହେଁ। ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗ। ଅଶିକ୍ଷିତ ଜନ ପ୍ରତିନିଧୀମାନେ ଏକବିଂଶ ଶତାବ୍ଦୀର ଆଧୁନିକ ଭାରତ କେବେ ନିର୍ମାଣ କରିପାରିବେ ନାହିଁ।”

ସେହିପରି ରୋଶନ ରାୟ ନାମକ ଜଣେ ଏକ୍ସ ୟୁଜର ମଧ୍ୟ ଘଟଣାକୁ ନିନ୍ଦା କରିବା ସହିତ ଅନ୍‌ଆକାଡେମୀକୁ ସମାଲୋଚନା କରିଛନ୍ତି। ସେହିପରି ଅନ୍ୟ କିଛି ସମାଲୋଚକ ମଧ୍ୟ ଅନ୍‌ଆକାଡେମୀର ନିଷ୍ପତ୍ତିକୁ ଉଚିତ ଦର୍ଶାଇ କରନ ସାଙ୍ଗୱାନଙ୍କ ବିରୋଧରେ କଡ଼ା ଟିପ୍ପଣୀ କରିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଡ. ପ୍ରାଚୀ ସାଧ୍ୱୀ ଟ୍ୱିଟ୍ କରି ଅନ୍ଆକାଡେମୀକୁ ତାରିଫ କରିଛନ୍ତି।  ଦେଶଦ୍ରୋହୀ ଶିକ୍ଷକ ନିଲମ୍ବିତ କରି ସଂସ୍ଥା ଭଲ କାମ କରିଛି ବୋଲି ପ୍ରାଚୀ ଟ୍ୱିଟ୍ କରିଛନ୍ତି।

   Related Posts