ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଇଣ୍ଡିଆ ଲାଇସେନ୍ସ ପରୀକ୍ଷାରେ ପଞ୍ଜିକରଣ କରିବାକୁ ମିଳିଲାନି ଅନୁମତି, ସୁପ୍ରିକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଭାରତୀୟ ବିଦେଶ ମେଡିକାଲ୍ ଗ୍ରାଜୁଏଟ୍

26/09/2022 at 5:58 PM

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦେଶରେ ମେଡିକାଲ ପାଠ ପଢ଼ିଥିବା ଛାତ୍ରଛାତ୍ରୀ। ଇଣ୍ଟର୍ଣ୍ଣସିପ୍‌ ପାଇଁ ଭାରତରେ ଲାଇସେନ୍ସ ଏକ୍‌ଜାମ ଓ ପ୍ରୋଭିସ୍‌ନାଲ ଆଡ୍‌ମିସନ ପାଇଁ ରେଜିଷ୍ଟ୍ରେସନ କରିପାରୁ ନଥିବାରେ ସୁପ୍ରିମକୋର୍ଟର ଅବେଦନ କରିଛନ୍ତି ଛାତ୍ରଛାତ୍ରୀ।

ବିଦେଶରେ ବିଶେଷ କରି ଚୀନରେ ମେଡିକାଲେ ଗ୍ରାଜୁଏଟ୍‌ ପାସ୍ କରିଥିବା ଛାତ୍ରଛାତ୍ରୀ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ତେଣୁ ତୁରନ୍ତ ଏହି ମାମଲାର ଶୁଣାଣି ପାଇଁ ସେମାନେ କୋର୍ଟରେ ଆବେଦନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ପ୍ରଧାନ ବିଚାରପତି ୟୁୟୁ ଲଳିତଙ୍କ ଖଣ୍ଡପୀଠଙ୍କୁ ଏନେଇ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ କୋଭିଡ୍ ଯୋଗୁ ଛାତ୍ରଛାତ୍ରୀମାନେ ସେମାନଙ୍କର ଇଣ୍ଟର୍ଣ୍ଣସିପ୍‌ ପୂରା କରିପାରି ନାହାନ୍ତି। ବର୍ତ୍ତମାନ ତାଙ୍କୁ ପ୍ରୋଭିସନାଲ ଆଡ୍‌ମିସନ କିମ୍ବା ଫରେନ ମେଡିକାଲ ଗ୍ରାଜୁଏଟ୍ ଏକ୍ସାମିନେସନ(FMGE) ପାଇଁ ପଞ୍ଜିକରଣ କରିବାକୁ ଅନୁମତି ଦିଆଯାଉନି। ଖଣ୍ଡପୀଠ ମାମଲାର ଗୁରୁତ୍ୱକୁ ଦେଖି ଅକ୍ଟୋବର ୧୦ ତାରିଖରେ ଏହାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି।   

ସୂଚନା ଥାଉକି, କରୋନା ପାଇଁ ବିଶ୍ୱରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ଇଣ୍ଟର୍ଣ୍ଣସିପ୍‌ ପୂରା କରିନଥିବା ବିଦେଶୀ ମେଡିକାଲ ଗ୍ରାଜୁଏଟ୍‌ଙ୍କୁ ଭାରତରେ ଇଣ୍ଟର୍ଣ୍ଣସିପ୍ କରିବାକୁ ମାର୍ଚ୍ଚରେ ଅନୁମତି ଦେଇଥିଲା ନ୍ୟାସ୍‌ନାଲ୍ ମେଡିକାଲ କମିସନ(NMC)। ଯଦି ଏଫ୍‌ଏମ୍‌ଜିଇ ପୂରା କରିଥିବେ ସେମାନେ ଭାରତରେ ଇଣ୍ଟର୍ଣ୍ଣସିପ୍ କରିବେ ବୋଲି ଏନ୍‌ଏମ୍‌ସି କହିଥିଲା। ପଞ୍ଜିକରଣ ପାଇଁ ଏନ୍‌ଏମ୍‌ସି ଗାଇଡ୍‌ଲାଇନ୍‌ ବି ଜାରି କରିଥିଲା। ହେଲେ ଏବେ ପଞ୍ଜିକରଣ ପାଇଁ ଅନୁମତି ମିଳୁ ନଥିବାରୁ ଛାତ୍ରଛାତ୍ରୀ ନାନା ହଇରାଣ ହେଉଥିବା କୁହାଯାଉଛି।

   Related Posts