ମଣିଷ ମାରିବାକୁ ଲାଇସେନ୍ସ ! ଠାବ ହେବାର ୩ ଦିନ ପରେ ମଧ୍ୟ ଉଦ୍ଧାର ହେଇପାରିଲାନି ମୃତଦେହ
12/06/2018 at 6:38 AM

୧୩ ଦିନ ହେଲାଣି ଅନିଶ୍ଚିତତା… ୩ ଦିନ ହେବ ମୃତ ଦେହ ଠାବ କରିବି ବାହାର କରିହେଉନି … ସମସ୍ତେ ଉଦବିଘ୍ନ…ପ୍ରଶାସନ ଠାରୁ ସେନା ସମସ୍ତେ ଲାଗିଛନ୍ତି । ଦୁଇ ସପ୍ତାହ ହେଲାଣି ଜୟପୁର ରାଣୀଗଡ ଗୁମ୍ଫା ପଥର କ୍ବାରୀ ଉପରୁ ହଟୁନି ନଜର । ପଥର କ୍ବାରୀ ବେଳେ ଦୁଇଟି ଜେସିବି ସହ ଦୁଇ ଜଣ ଅପରେଟର ବି ପଠର ତଳେ ଫସି ଯାଇଥିଲେ । ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ୍ ହାତ ଟେକିଦେଲେ । ଏନଡିଆରଏଫ ବି ସଫଳ ହୋଇପାରିଲାନି । ଡକରା ହେଲା ସେନା, ଆସିଲେ ବିଶେଷଜ୍ଞ । ତଥାପି ଏଯାଏଁ ବାହାରି ପାରିନାହାନ୍ତି ଦୁଇ ଅପରେଟର, ବାହାରିନି ବି ମୃତ ଦେହ….ଏମିତି ସ୍ଥିତିରେ ନ୍ୟୁଜ୍ ସେଭେନ ହାତରେ ଲାଗିଛି ସାଂଘାତିକ ତଥ୍ୟ ଆଉ ପ୍ରମାଣ….ଏକ ସାଂଘାତିକ ଷଡଯନ୍ତ୍ର…ଠିକା କମ୍ପାନୀ ଠାରୁ ପ୍ରଶାସନ ସମସ୍ତେ ଏକ ବଡ଼ ଷଡଯନ୍ତ୍ରରେ ଅଛନ୍ତି…ନେତା ଓ ସାମ୍ବାଦିକ ବି ସନ୍ଦେହରେ ….ନ୍ୟୁଜ୍ ସେଭେନ୍ ହାତରେ ଥିବା କିଛି ପ୍ରମାଣ ଏପରି ସନ୍ଦେହ ସୃଷ୍ଟି କରିଛି । ଆମେ ରଖିବୁ ଠିକା କମ୍ପାନୀର ଜଣେ କର୍ମଚାରୀଙ୍କ ସହ ନ୍ୟୁଜ୍ ସେଭେନ୍ ରିପୋର୍ଟରଙ୍କ ବର୍ତ୍ତାଳାପର ଅଡିଓ । କର୍ମଚାରୀଙ୍କ ଜୀବନ ଜୀବିକା ଏବଂ ସୁରକ୍ଷା କାରଣରୁ ଆମେ ତାଙ୍କ ପରିଚୟ ଗୋପନ ରଖିଛୁ ….କିନ୍ତୁ ଏହି ଅଡିଓ ଦେଉଛି ସାଂଘାତିକ ତଥ୍ୟ… ଜୀବନ କେତେ ଶସ୍ତା….କିଏ ଦେବ ସେହି ଜୀବନର ମୂଲ୍ୟ ? କିନ୍ତୁ ଜୀବନ ହାରିଥିବା ଅପରେଟରଙ୍କ ପରିବାରର ଲୁହ କିପରି ବନ୍ଦ ହେବ ? କାର୍ଯ୍ୟାନୁଷ୍ଠାନ ହେବ କେବେ ?
ଡିଡି ବିଲଡର ମାଲିକଙ୍କ ପାୱାରଫୁଲ ଲିଙ୍କ୍ ?ଠିକାଦାରଙ୍କୁ ମିଳୁଛି କି ପାୱାରଫୁଲ ସୁରକ୍ଷା ? ଡମ୍ବରୁଧର ଅଗ୍ରୱାଲଙ୍କୁ କିଏ କଣ ପାଇଁ କେଉଁ ହିସାହରେ ଦେଉଥିଲେ ଅଭୟ । କଣ ଥିଲା ଦେଣ ନେଣ ? ନେତା ଅଫିସର ସମସ୍ତେ ଆସୁଛନ୍ତି ସନ୍ଦେହ ପରିସରରେ । ଅଡିଓରେ ରହିଛି ତାର ସଙ୍କେତ …ନେତା , ଅଫିସରଙ୍କ ଆଚରଣ ନେଇ ଉଠିଛି ପ୍ରଶ୍ନ… ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ଏପରି ସନ୍ଦେହ…କିନ୍ତୁ ଅଡିଓ କହୁଛି ଠୋସ୍ କଥା…