ପାଖାପାଖି ଶହେ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଗଲା ହେଲେ ଉଦ୍ଧାର ହୋଇ ପାରିଲେନି ୨ ଜେସିବି ଅପରେଟର୍
5/06/2018 at 6:45 AM

ପାଖାପାଖି ଶହେ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଲାଣି । ହେଲେ ଏଯାଏଁ ଉଦ୍ଧାର ହୋଇ ପାରିଲେନି ଜୟପୁର ରାଣୀଗଡ଼ ଗୁମ୍ମା ପଥର କ୍ୱେରୀରେ ଚାପି ହୋଇ ରହିଥିବା ୨ ଜେ.ସି.ବି ଅପରେଟର୍ । ପଞ୍ଚମ ଦିନରେ ବି ଫେଲ୍ ମାରିଲା ଉଦ୍ଧାର କାମ । କ୍ରେନ୍, ଜେ.ସି.ବି ଲଗାଇ ଏନ୍.ଡି.ଆର୍.ଏଫ୍, ଯେତେ ଚେଷ୍ଟା କଲେ ବି ବଡ ବଡ ପଥର ଖଣ୍ଡ ହଟାଇବା ସମ୍ଭବ ହେଉନାହିଁ । ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ଅଘଟଣକୁ ଏତେ ସମୟ ବିତି ଯାଇଥିବା ବେଳେ , ଫସି ରହିଥିବା ୨ ଜେ.ସି.ବି ଅପରେଟରଙ୍କ ବଞ୍ଚିବା ଆଶା କ୍ଷୀଣ ହୋଇ ଯାଉଛି । ସେପଟେ ଉଦ୍ଧାରରେ ବିଳମ୍ବ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି କୋଟପାଡ଼ ବିଧାୟକ । ତୁରନ୍ତ ସେନା ସହାୟତା ଦାବି କରିଛନ୍ତି ସେ ।
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023