ଦକ୍ଷିଣ ସୁଦାନ ମରୁଡିକୁ ନେଇ UNଙ୍କ ବଡ଼ ଚେତାବନୀ, ଅନାହାର ମୃତ୍ୟୁ ଅପେକ୍ଷାରେ ହଜାର ହଜାର ଲୋକେ

Published By : Prameya-News7 Bureau | December 24, 2020 IST

ଲେକୁଆଙ୍ଗୋଲେ: ଜାତିସଂଘଙ୍କ ଆଶଙ୍କା ସତ୍ୟ ହୋଇଛି! ନିକଟରେ ଜାତି ସଂଘ ୟେମେନ୍, ବୁରକିନାଫାସୋ, ନାଇଜେରିଆ ଓ ଦକ୍ଷିଣ ସୁଦାନ ଗୁରୁତର ମରୁଡିର ଶିକାର ହେବେ ବୋଲି ସତର୍କ କରିଥିଲେ। ସେହି ଅନୁସାରେ ଦକ୍ଷିଣ ସୁଦାନ ଏବେ ଭୟାବହ ମରୁଡି ପରିସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। ଚଳିତବର୍ଷ ସାରା ବିଶ୍ୱକୁ କରୋନା ଭାଇରସ ମହାମାରୀ ଆକ୍ରାନ୍ତ କରି ରଖିଛି। ଏଥିରେ ଦକ୍ଷିଣ ସୁଦାନ ପିବୋର କାଉଣ୍ଟି ହିଂସା ଓ ବନ୍ୟା କଥା କାହା ନଜରକୁ ଆସିନାହିଁ। ବନ୍ୟା ଓ ହିଂସା ପରେ ଦେଶର ପରିସ୍ଥିତି ଅଧିକ ଜଟିଳ ହୋଇପଡିଛି।

{"id":382262,"sizeSlug":"large","linkDestination":"none"}

ଚଳିତମାସରେ ଇଣ୍ଟିଗ୍ରେଟେଡ ଫୁଡ ସିକ୍ୟୁରିଟି ଫେଜ୍ କ୍ଲାସିଫିକେସନ ରିପୋର୍ଟ ଜାରି କରିଛନ୍ତି। ତେବେ ପର୍ଯ୍ୟାପ୍ତ ତଥ୍ୟ ଅଭାବରୁ ଦକ୍ଷିଣ ସୁଦାନକୁ ମରୁଡି ଘୋଷଣା କରାଯାଇ ପାରିନାହିଁ। ତେବେ ଦେଶର ପରିସ୍ଥିତି କିପରି ଲେକୁଆଙ୍ଗୋଲେ ସହରରେ ଅବସ୍ଥାନ କରୁଥିବା ୭ଟି ପରିବାରଙ୍କ ପରିସ୍ଥିତିରୁ ସ୍ପଷ୍ଟ ହୋଇଯାଇପାରେ। ସାରା ବିଶ୍ୱ ଯେତେବେଳେ କୋଭିଡରୁ ବର୍ତ୍ତିବା ଲାଗି ଲକଡାଉନରେ ଥିଲା ଠିକ୍ ସେତିକିବେଳେ ଫେବୃଆରୀରୁ ନଭେମ୍ବର ମଧ୍ୟରେ ଏହି ପରିବାରଙ୍କ ୧୩ଟି ଶିଶୁ ଖାଦ୍ୟାଭାବରେ ପ୍ରାଣ ହରାଇଥିଲେ। ସୁଦାନ ଶାସନ ମୁଖ୍ୟ ପିଟର ଗୋଲୁ ବିଭିନ୍ନ କମ୍ୟୁନିଟି ଲିଡରଙ୍କ ସୂଚନା ଅନୁସାରେ ଦେଶରେ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ୧୭ଜଣ ଶିଶୁ ଅନାହାରରେ ପ୍ରାଣ ହରାଇଥିବା କହିଛନ୍ତି।

{"id":382263,"width":577,"height":254,"sizeSlug":"large","linkDestination":"none"}

ଉପରୋକ୍ତ ତଥ୍ୟରୁ ଦେଶରେ ମରୁଡି ଜନିତ ସ୍ଥିତି କେତେ ଗୁରୁତର ତାହା ସ୍ପଷ୍ଟ ହୋଇଯାଉଛି। ଏବେ ଦେଶର ଅନୁନ୍ୟ ୨୦ ପ୍ରତିଶତ ପରିବାର ଖାଦ୍ୟ ସଂକଟରେ ଫଶିଥିବା ଜଣାପଡିଛି। କେବଳ ଏତିକି ନୁହେଁ ପୋଷକ ଖାଦ୍ୟ ନଥିବାରୁ ଦେଶର ୩୦ ପ୍ରତିଶତ ଶିଶୁ ଅପପୁଷ୍ଟି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତେବେ ଏ ନେଇ ସରକାର ବାରମ୍ବାର ରିପୋର୍ଟ ଦେଇ ଆସୁଛନ୍ତି ବୋଲି ଖାଦ୍ୟ ସୁରକ୍ଷା ସମିତି ଅଧ୍ୟକ୍ଷ ଜନ୍ ପଙ୍ଗେଚ୍‌ କହିଛନ୍ତି। ପ୍ରାୟ ୧ଲକ୍ଷ ୫ ହଜାର ଲୋକେ ଏବେ ଅନାହାରରେ ଥିବା ସେ କହିଛନ୍ତି।

{"id":382264,"width":577,"height":358,"sizeSlug":"large","linkDestination":"none"}

ଦକ୍ଷିଣ ସୁଦାନରେ ଗତ ୫ ବର୍ଷ ହେଲା ଗୃହ ଯୁଦ୍ଧଲାଗି ରହିଥିଲା। ଦେଶ ଏବେବି ଏଥିରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ପରିସ୍ଥିତିରୁ ବାହାରିବାକୁ ଉଦ୍ୟମ ଆରମ୍ଭ କରିଛି। ଦେଶରେ ଯୁଦ୍ଧ ଘନଘଟା ଲାଗି ରହିବା ଯୋଗୁ ଅନାହାର ଭଳି ପରିସ୍ଥିତି ଉପୁଜିଥିବାର ଖାଦ୍ୟ ସୁରକ୍ଷା ବିଶେଷଜ୍ଞମାନେ କହିଛନ୍ତି। ତେବେ ଦେଶରେ ଯାହାବି ହେଉଛି ତାହା ସରକାରଙ୍କ ଅପାରଗତା ଯୋଗୁ ହେଉଥିବା ୱାର୍ଲଡ ପିସ୍ ଫାଉଣ୍ଡେସନର କାର୍ଯ୍ୟକାରୀ ନିର୍ଦ୍ଦେଶକ ଆଲେକ୍ସ ଡି ୱାଲ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.