ମାନବାଧିକାର ଉଲ୍ଲଂଘନର ତଦନ୍ତ କରିବାକୁ ଚୀନରେ UNର ଟିମ, କ୍ରୁରତାକୁ ଲୁଚାଉଛନ୍ତି ଜିନପିଙ୍ଗ

Published By : Prameya-News7 Bureau | May 25, 2022 IST

ନୂଆଦିଲ୍ଲୀ: ଚୀନରେ ମନବାଧିକାର ଉଲଂଘନର ସତ ଜାଣିବା ପାଇଁ ମିଳିତ ଜାତିସଂଘ ମାନବାଧିକାର ସଂଗଠନର ମୁଖ୍ୟ ମିଶେନ ବାଚେଲେଟ ୬ ଦିନିଆ ବେଜିଂ ଗସ୍ତରେ। ଏହି ସମୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ସଫେଇ ଦେବାକୁ ଉଦ୍ୟମ କରିଛନ୍ତି। ସେ କହିଛନ୍ତି, କିଛି ଦେଶ ଅନ୍ୟ ଦେଶକୁ ମାନବାଧିକାର ଉପରେ ଲେକ୍ଚର ଦେଇ ମାମଲାର ରାଜନୀତିକରଣ କରିବାକୁ ପ୍ରୟାସ କରିଛନ୍ତି।

ବାଚେଲେଟଙ୍କୁ ଚୀନ ରାଷ୍ଟ୍ରପତି କହିଛନ୍ତି ଚୀନରେ ମାନବାଧିକାର ଉଲ୍ଲଂଘନର କୌଣସି କଥା ହିଁ ନାହିଁ। ଏହି ପ୍ରସଙ୍ଗକୁ ଉଠାଇ ଆମ ଦେଶର ଅନ୍ତଭ୍ୟନ୍ତରୀଣ ମାମଲାରେ ଦଖଲ ଦେବାକୁ ଉଦ୍ୟମ କରାଯାଉଛି। ଏହା ପରେ ବାଚେଲେଟ କହିଛନ୍ତି, ସେ ଚୀନର ଉପଲବ୍ଧିକୁ ପ୍ରଶଂସା କରୁଛନ୍ତି। ଗରିବଙ୍କ ପାଇଁ ଚୀନ  ବହୁତ କିଛି କାମ କରିଛି। ମାନବାଧିକାର ମୁଖ୍ୟ ଏବଂ ଜିନପିଙ୍ଗର ମଧ୍ୟରେ ହୋଇଥିବା ଏହି ବୈଠକ ଉଇଗର ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ପରଦା ଢାଙ୍କିବାକୁ ପ୍ରୟାସ କରାଯାଉଥିବା ସ୍ପଷ୍ଟ ଜଣାପଡୁଛି।

ବାଚେଲେଟଙ୍କ ଟିମ ସିନଜିୟାଙ୍ଗ ଗସ୍ତ କରିବେ। କିନ୍ତୁ ଆକ୍ଟିଭିଷ୍ଟଙ୍କ ଭୟ ଚୀନ ସତ ଲୁଚାଇବାକୁ ପ୍ରସାୟ କରିବ ଏବଂ ଏହି ଗସ୍ତକୁ ପ୍ରୋପାଗଣ୍ଡା ଟୁଲ୍ ଭାବେ ବ୍ୟବହାର କରାଯିବ। ଉଲ୍ଲେଖଯୋଗ୍ୟ ଯେ, ଚୀନ ସରକାର ଲକ୍ଷ ଲକ୍ଷ ଉଇଗଲ ମୁସଲମାନଙ୍କୁ ବନ୍ଦୀ କରିବା ସହ ନରସଂହାର କରୁଥିବା ଅଭିଯୋଗ ରହିଛି। ନିକଟରେ ଚୀନ ଅତ୍ୟାଚାରର ଫଟୋ କିଛି ପାଶ୍ଚାତ୍ୟ ମିଡିଆରେ ପ୍ରକାଶ ପାଇଥିଲା। ଏଥିରେ ଉଇଗର ମୁସଲମାନଙ୍କୁ ବନ୍ଦୀ କରିବାର ଫଟୋ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.