ଜାତିସଂଘର ଆକଳନ, ୨୦୨୨ରେ ବିଶ୍ୱ ଅର୍ଥନୀତି ୩.୧% ହ୍ରାସ ପାଇବ

Published By : Prameya-News7 Bureau | May 19, 2022 IST

ନୂଆଦିଲ୍ଲୀ, ୧୯/୦୫: ୟୁନାଇଟେଡ୍‌ ନେସନ୍‌ ବା ଜାତିସଂଘ ଚଳିତ ବର୍ଷର ବିଶ୍ୱ ଅର୍ଥନୀତିକୁ ନେଇ ଆକଳନ କରିଛି । ୨୦୨୨ରେ ଅର୍ଥନୈତିକ ଅଭିବୃଦ୍ଧି ୪ ପ୍ରତିଶତରୁ ୩.୧ ମଧ୍ୟରେ ହ୍ରାସ ପାଇବ ବୋଲି କହିଛି ଜାତିସଂଘ । ଋଷ୍‌-ୟୁକ୍ରେନ୍‌ ଯୁଦ୍ଧ କାରଣରୁ ଖାଦ୍ୟ ଏବଂ ସାମଗ୍ରୀର ମୂଲ୍ୟ ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି । କୋଭିଡ୍‌ ଭଳି ସ୍ଥିତି ଧିରେଧିରେ ସୁଧୁରୁଥିବା ବେଳେ ଏହି ଯୁଦ୍ଧ ଅର୍ଥନୀତିକୁ ଆହୁରି ତଳକୁ ନେଇଯିବ ବୋଲି କହିଛି ଜାତିସଂଘ ।

ଚଳିତ ୨୦୨୨ ଆର୍ଥିକ ବର୍ଷରେ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ବ୍ୟାପାର ବିଭାଗ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଅଭିବୃଦ୍ଧିକୁ ନେଇ ଆକଳନ କରି ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ ବିଶ୍ୱର ସବୁଠାରୁ ବଡ଼ ଅର୍ଥନୈତିକ ରାଷ୍ଟ୍ର ଆମେରିକା, ଚୀନ୍‌, ୟୁରୋପିଆନ୍‌ ୟୁନିୟନ୍‌ ଏବଂ ଅନ୍ୟାନ୍ୟ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ସାମିଲ୍‌ ରହିଛି ।

ବିଶ୍ୱ ଅର୍ଥନୈତିକ ପରିସ୍ଥିତି ଏବଂ ଆକଳନ ରିପୋର୍ଟ କୋଭିଡ୍‌ ପରେ ବର୍ତ୍ତମାନର ଯୁଦ୍ଧ ସ୍ଥିତି ଅର୍ଥନୀତିକୁ ଆହୁରୀ ତଳକୁ ନେଇଯିବା ନେଇ ଚେତାବନୀ ଦେଇଛି । ବିଶ୍ୱ ଅର୍ଥନୀତି ୩.୧ ପ୍ରତିଶତ ହ୍ରାସ ସହ ଗୁରୁତର ସ୍ଥିତି ଦେଇ ଗତି କରିବ ବୋଲି ଏଥିରେ କୁହାଯାଇଛି । ବିଶ୍ୱର ମାନ୍ଦା ପରିସ୍ଥିତି ଏବଂ ୟୁକ୍ରେନ୍‌ର ଯୁଦ୍ଧ ଖାଦ୍ୟ ଓ ସାରର ଦାମ୍‌ରେ ଅହେତୁକ ବୃଦ୍ଧି କରିଛି । ବିକଶିତ ଦେଶଗୁଡ଼ିକୁ ଖାଦ୍ୟ ନିରାପତ୍ତା ଏବଂ ଦାରିଦ୍ର୍ୟ ବିଶେଷ ଭାବେ ପ୍ରଭାବିତ କରିବ ବୋଲି ଏଥିରେ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.