ମାନବ ସମାଜ ଇତିହାସରେ ୨୦୨୩ ହେବ ସବୁଠୁ ଉତ୍ତପ୍ତ ବର୍ଷ! ଜଳବାୟୁ ପରିବର୍ତ୍ତନ ନେଇ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ

Published By : Prameya-News7 Bureau | November 30, 2023 IST

ନୂଆଦିଲ୍ଲୀ: ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନକୁ ନେଇ ଚେତାବନୀ ଦେଇଛନ୍ତି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‌। ମାନବ ସମାଜ ଇତିହାସରେ ୨୦୨୩ ସବୁଠୁ ଉତ୍ତପ୍ତ ବର୍ଷ ହୋଇପାରେ। ଦୁବାଇରେ ଆୟୋଜିତ ଜାତିସଂଘ ପାଣିପାଗ ସମ୍ମିଳନୀ COP28ରେ ଏକଥା କହିଛନ୍ତି ଗୁଟେରସ୍‌। ୨୦୨୩ ବର୍ଷ ସବୁଠୁ ଉତ୍ତପ୍ତ ବର୍ଷ ହେବା ସହ ଆଣ୍ଟାକର୍ଟିକା ସମୁଦ୍ରର ନିମ୍ନଗାମୀ ଓ ସମୁଦ୍ର ପତ୍ତନ ବଢିବା ନେଇ ଚେତାବନୀ ଦେଇଛନ୍ତି। ଏନେଇ ସେ କହିଛନ୍ତି ଆମେ ଏବେ ଗଭୀର ସମସ୍ୟା ଦେଇ ଗତି କରୁଛୁ। ବିଶ୍ୱସ୍ତରରେ ଜଳବାୟୁ ପରିବର୍ତ୍ତନର ବିପଦକୁ ଆମେ ଆମନ୍ତ୍ରଣ କରୁଛୁ।

ସବୁ ବର୍ଷର ସରକାରୀ ତଥ୍ୟ ଉପଲବ୍ଧ ନଥିଲେ ବି ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ବିଶ୍ୱ ପାଣିପାଗ ସଂସ୍ଥା (ଡବ୍ଲୁଏମ୍ଓ) ଅନୁଯାୟୀ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଚଳିତ ବର୍ଷ ଅତ୍ୟଧିକ ଉତ୍ତାପ ରେକର୍ଡ କରାଯାଇଛି ଏବଂ ବିଶ୍ୱ ସ୍ତରରେ ୧.୪ ଡିଗ୍ରୀ ସେଲସିୟସ ବଢିଥିବା ରେକର୍ଡ କରାଯାଇଛି।

WMO ଏବଂ ୟୁରୋପୀୟ ଜଳବାୟୁ COP28 କହିଥିଲା ବୈଜ୍ଞାନିକମାନେ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ଗଣନା କରି କହିଥିଲେ ଯେ ଇତିହାସରେ ଚଳିତ ବର୍ଷ ସବୁଠାରୁ ଉତ୍ତପ୍ତ ବର୍ଷ ହୋଇପାରେ।

WMO ଏବଂ COP28 କହିଛନ୍ତି ଯେ ପୃଥିବୀର ମହାସାଗର (ପୃଥିବୀର 70% ରୁ ଅଧିକ ଅଂଶ) ପ୍ରାୟ 21 ଡିଗ୍ରୀ ସେଲସିୟସରେ ରେକର୍ଡ ହୋଇଥିବା ହୋଇଥିବା ବେଳେ ଏବଂ କ୍ରମାଗତ ତିନିମାସ ଧରି ଉଚ୍ଚ ତାପମାତ୍ରା ଚିହ୍ନରେ ରହିଆସିଛି। ଆଶ୍ଚର୍ଯ୍ୟଜନକ କଥା ହେଲା ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦେଉ ନଥିବାରୁ ଦୁଃଖର ବିଷୟ। ତାପମାତ୍ରା ପୁଣି ହ୍ରାସ ହେଲେ ଜନସାଧାରଣ ଏହି ସମସ୍ୟାକୁ ଭୁଲିଯିବେ ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି। ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱ ନେତା ସମୂହ ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି ଗୁଟେରସ୍‌।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.