ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

‘Hindi @ UN’ : ମିଳିତ ଜାତିସଂଘ ପ୍ରସ୍ତାବରେ ପ୍ରଥମ ଥର ହିନ୍ଦୀକୁ ସ୍ୱୀକୃତି ହେବା କଥା ଉଲ୍ଲେଖ, ଜାଣନ୍ତୁ ଭାରତ ପାଇଁ କେତେ ବଡ଼ ସଫଳତା ?

11/06/2022 at 5:25 PM

ନୂଆଦିଲ୍ଲୀ: ମିଳିତ ଜାତିସଂଘ ମହାସଭା ପକ୍ଷରୁ ବହୁଭାଷୀୟ ଉପରେ ଭାରତର ପ୍ରସ୍ତାବକୁ ପାରିତ କରାଯାଇଛି । ମିଳିତ ଜାତିସଂଘ ନିଜ ଭାଷାରେ ହିନ୍ଦୀକୁ ସାମିଲ କରିଛି । ପ୍ରସ୍ତାବରେ ମିଳିତ ଜାତିସଂଘରେ ବିଭିନ୍ନ କାମରେ ହିନ୍ଦୀ ଏବଂ ଅନ୍ୟ ଭାଷାକୁ ପ୍ରୋତ୍ସାହିତ କରାଯିବା ନେଇ ପ୍ରଥମ ଥର ଉଲ୍ଲେଖ କରାଯାଇଛି । ତେବେ ଭାରତ ପାଇଁ ଏହା କେତେ ବଡ଼ ସଫଳତା ?

ମିଳିତ ଜାତିସଂଘ ସାଧାରଣ ସଭାରେ ଛଅଟି ଭାଷାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏଥିରେ ଆରବୀ, ଚୀନୀ(ମେଡରିନ), ଇଂରାଜୀ, ଫ୍ରେଞ୍ଚ, ରୁଷୀ ଏବଂ ସ୍ପେନିସ୍ ସାମିଲ ରହିଛି। ଏହାଛଡା ଇଂରାଜୀ ଏବଂ ପ୍ରେଞ୍ଚ ଜାତିସଂଘ ସଚିବାଳୟର କାର୍ଯ୍ୟକାରୀ ଭାଷା । ଏବେ ଏଥିରେ ହିନ୍ଦୀକୁ ମଧ୍ୟ ସାମିଲ କରାଯାଇଛି । ଏହାର ଅର୍ଥ ମିଳିତ ଜାତିସଂଘର ବିଭିନ୍ନ କାମ, ଏହାର ଉଦ୍ଦେଶ୍ୟ ବାବଦରେ ସମସ୍ତ ସୂଚନା ୟୁଏନର ୱେବସାଇଟରେ ହିନ୍ଦୀରେ ଉପଲବ୍ଧ ହେବ।

ଜାତିସଂଘର ବହୁଭାଷୀୟ ପ୍ରସ୍ତାବ କଣ ?

୧୯୪୬ ମସିହା ଫେବ୍ରୁଆରୀ ୧ରେ ପ୍ରଥମ ଅଧିବେଶନରେ ଜାତିସଂଘ ଏକ ପ୍ରସ୍ତାବ ପାରିତ କରିଥିଲା । ପ୍ରସ୍ତାବର ୧୩(୧) ଅନୁସାରେ ୟୁଏନ କହିଥିଲା, ସାରା ଦୁନିଆର ଲୋକଙ୍କ ନିକଟରେ ଯେଉଁ ପର୍ଯ୍ୟନ୍ତ ଏହାର ଉଦ୍ଦେଶ୍ୟ ଏବଂ କାର୍ଯ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ନ ପହଞ୍ଚିଛି, ସେ ଯାଏଁ ମିଳିତ ଜାତିସଂଘ ନିଜର ଉଦ୍ଦେଶ୍ୟକୁ ହାସଲ କରିପାରିବ ନାହିଁ । ବହୁ ବର୍ଷ ଧରି ଭାରତ ୟୁଏନରେ ହିନ୍ଦୀଙ୍କୁ ମାନ୍ୟତା ଦେବା ପାଇଁ ପ୍ରୟାସ କରି ଆସୁଛି । ଏହି କ୍ରମରେ ଭାରତ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ଅନୁସାରେ ମିଳିତ ଜାତିସଂଘର କାର୍ଯ୍ୟକାରିତାରେ ହିନ୍ଦୀ ଏବଂ ଅନ୍ୟ ଭାଷାକୁ ଗୁରୁତ୍ୱ ଦେବା ପାଇଁ ପ୍ରଥମ ଥର ଉଲ୍ଲେଖ କରଯାଇଛି । ଶୁକ୍ରବାର ପାରିତ ହୋଇଥିବା ପ୍ରସ୍ତାବରେ କୁହାଯାଇଛି ଯେ, ୟୁଏନ ହିନ୍ଦୀ ଭାଷା ସହ ସ୍ୱୀକୃତି ପ୍ରାପ୍ତ ଏବଂ ଅଣ-ସ୍ୱୀକୃତି ପ୍ରାପ୍ତ ଭାଷାରେ ଗୁରୁତ୍ୱପୂର୍ଣ୍ଣ ସମ୍ୱାଦ ଏବଂ ସନ୍ଦେଶ ପ୍ରସାର ଜାରି ରଖିବା ପାଇଁ ପ୍ରୋତ୍ସାହିତ କରୁଛି । ଚଳିତ ବର୍ଷ ପ୍ରଥମ ଥର ପ୍ରସ୍ତାବରେ ହିନ୍ଦୀ ଭାଷାର ଉଲ୍ଲେଖ କରାଯାଇଛି । ଏହି ସଂକଳ୍ପରେ ପ୍ରଥର ଥର ପାଇଁ ବାଂଲା ଏବଂ ଉର୍ଦୁ କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ହିନ୍ଦୀ ପାଇଁ ଭାରତ ଦେଇଥିଲା ୮ ଲକ୍ଷ ଆମେରିକୀୟ ଡଲାର

ହିନ୍ଦୀର ପ୍ରଚାର ଏବଂ ପ୍ରସାର ପାଇଁ ଭାରତ ସରକାର ଦୀର୍ଘ ବର୍ଷ ଧରୀ ପ୍ରୟାସ କରି ଆସୁଛନ୍ତି । ଅନେକ ହିନ୍ଦୀ ସମ୍ମିଳନୀରେ ୟୁଏନରେ ହିନ୍ଦୀକୁ ଅଫିସିଆଲ ମାନ୍ୟତା ଦେବା ପାଇଁ ଦାବି ଉଠିସାରିଛି । ଏସବୁ ଭିତରେ ଗତ ମାସରେ ଭାରତ ସରକାରଙ୍କ ପକ୍ଷରୁ ୟୁଏନରେ ହିନ୍ଦୀ ଭାଷାର ଉପଯୋଗକୁ ବଢାଇବା ପାଇଁ ଆଠ ଲକ୍ଷ ଆମେରୀକୟ ଡଲାରର ସହଯୋଗ ଦିଆଯାଇଥିଲା । ଭାରତର ସ୍ଥାୟୀ କମିଶନଙ୍କ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଥିଲା।

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଥିଲେ, ୟୁଏନରେ ହିନ୍ଦୀକୁ ପ୍ରଧାନ୍ୟ ଦେବା ପାଇଁ ୨୦୧୮ରେ ହିନ୍ଦୀ @ ୟୁଏନ ପରିଯୋଜନା ଆରମ୍ଭ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ମିଳିତ ଜାତିସଂଘର ସର୍ବାଜାନୀନ ସୂଚନା ହିନ୍ଦୀରେ ଉପଲବ୍ଧ କରାଇବା ଏବଂ ଦୁନିଆର କୋଟି କୋଟି ହିନ୍ଦୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ବୈଶ୍ୱକ ପ୍ରସଙ୍ଗ ବାବଦରେ ଅଧିକ ଅବଗତ କରାଇବା । ମିଶନ ଅନୁସାରେ ଭାରତ ୨୦୧୮ରୁ ୟୁଏନର ବୈଶ୍ୱିକ ସଂଚାର ବିଭାଗ (ଡିଜିସି) ସହ ସହଭାଗୀତାରେ କାମ କରୁଛି ।

ଉଲ୍ଲେଖଯୋଗ୍ୟ ଯେ, ହିନ୍ଦୀ ବିଶ୍ୱରେ ପ୍ରମୁଖ ଭାଷା ମଧ୍ୟରୁ ଗୋଟିଏ । ସାରା ବିଶ୍ୱରେ ପ୍ରାୟ ୨୬ କୋଟିରୁ ଅଧିକ ଲୋକେ ହିନ୍ଦୀରେ କଥାବାର୍ତ୍ତା କରନ୍ତି । ଭାରତ ଛଡା ନେପାଳ, ମରିସସ, ଫିଜି, ଗୁୟାନା, ୟୁରିନାମରେ ହିନ୍ଦୀ କୁହାଯାଇଥାଏ । ଏହାଛଡା ଆମେରିକା, ଜର୍ମାନୀ, ସିଙ୍ଗାପୁର, ନ୍ୟୁଜିଲାଣ୍ଡରେ ମଧ୍ୟ ହିନ୍ଦୀର ବ୍ୟବହାର କରାଯାଏ ।

   Related Posts