ନିଜ ରେକର୍ଡ ଭାଙ୍ଗିଲେ ଉମରାନ ମଲ୍ଲିକ, ଭାରତ ପାଇଁ ପକାଇଲେ ଦିନିକିଆରେ ଦ୍ରୁତତମ ବଲ
10/01/2023 at 8:56 PM

ଗୌହାଟୀ: ବରସାପରା ଷ୍ଟାଡିୟମରେ ଭାରତୀୟ ବ୍ୟାଟରଙ୍କ ରନ ବର୍ଷା ପରେ ବୋଲରମାନେ ମଧ୍ୟ ଶାଣିତ ବୋଲିଂ ଜାରି ରଖିଛନ୍ତି । ଉମରାନ ମଲ୍ଲିକ, ମହମ୍ମଦ ଶିରାଜ ଏବଂ ମହମ୍ମଦ ଶାମି ଶ୍ରୀଲଙ୍କା ଟିମକୁ ବ୍ୟାକ୍ ଫୁଟରେ ପହଞ୍ଚାଇଛନ୍ତି । ତେବେ ମ୍ୟାଚରେ ଉମରାନ ମଲ୍ଲିକ୍ ନିଜର ସ୍ପିଡ୍ ଏବଂ ବୋଲିଂର ପ୍ରତିଭାରେ ସମସ୍ତଙ୍କ ମନ ଜିତିଛନ୍ତି । ଏହାସହ ଭାରତ ପକ୍ଷରୁ ଦିନିକିଆରେ ଦ୍ରୁତତମ ବଲ ପକାଇବାର ରେକର୍ଡ ନିଜ ନାଁରେ କରିଛନ୍ତି ।
ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ଟିମ ଇଣ୍ଡିଆରେ ସ୍ଥାନ ପାଇଥିବା ଉମରାନ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆରେ ଉମରାନ ମଲ୍ଲିକ ଘଣ୍ଟା ପ୍ରତି ୧୫୬ କିଲୋମିଟର ବେଗରେ ବୋଲିଂ ରେକର୍ଡ କରିଛନ୍ତି । ଏହାସହ ଭାରତ ପାଇଁ ଦିନିକିଆରେ ସବୁଠୁ ଦ୍ରୁତତମ ବଲ ପକାଇବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।
156 KMPH 💥
— SunRisers Hyderabad (@SunRisers) January 10, 2023
UMRAN MALIK 🫡🧡
ଦିନିକିଆରେ ଦ୍ରୁତତମ ବଲ ପକାଇଥିବା ଭାରତୀୟ ବୋଲର- ଉମରାନ ମଲ୍ଲିକ (୧୫୬Kmph)
ଟି-20ରେ ଦ୍ରୁତତମ ବଲ ପକାଇଥିବା ଭାରତୀୟ ବୋଲର –ଉମରାନ ମଲ୍ଲିକ (୧୫୫Kmph)
ଆଇପିଏଲରେ ଦ୍ରୁତତମ ବଲ ପକାଇଥିବା ଭାରତୀୟ ବୋଲର-ଉମରାନ ମଲ୍ଲିକ(୧୫୭Kmph)
ପ୍ରଥମ ଦିନିକିଆରେ ଭାରତ ପ୍ରଥମ ବ୍ୟାଟିଂ କରି ୩୭୩ର ବିଶାଳ ରନ କରିଥିଲା। ଭାରତ ପକ୍ଷରୁ ବିରାଟ କୋହଲି ୧୧୩ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୮୩ ରନ ଏବଂ ଶୁବମାନ ଗିଲ୍ ୭୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି । ଶ୍ରୀଲଙ୍କାକୁ ଜିତିବା ପାଇଁ ଦରକାର ୩୭୪ ରନ। ଏହା ପୂର୍ବରୁ ଟସ୍ ଜିତି ଶ୍ରୀଲଙ୍କା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।