‘ଅମ୍ପାୟାରିଂ କରିବାକୁ ଦିଅ, ଚୁପଚାପ୍ ବ୍ୟାଟିଂ କର’: ବ୍ରଡଙ୍କ ଉପରେ ରାଗିଗଲେ ଅମ୍ପାୟାର
5/07/2022 at 1:33 PM

ନୂଆଦିଲ୍ଲୀ,୦୫/୦୭: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଏଜବେଷ୍ଟନ୍ ଟେଷ୍ଟ ଖୁବ୍ ଚର୍ଚ୍ଚାରେ ରହିଛି । ପ୍ରଥମ ପାଳିରେ ଭାରତ ଏଠାରେ ଦମଦାର୍ ବ୍ୟାଟିଂ କରିଥିଲା । ତେବେ ଦ୍ୱିତୀୟ ପାଳିରେ ଇଂଲଣ୍ଡ ଜବରଦସ୍ତ କମବ୍ୟାକ୍ କରିଛି । ଏହାମଧ୍ୟରେ ବିରାଟ କୋହଲି ଓ ଜନି ବେୟରଷ୍ଟୋଙ୍କ ଲଢେଇ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅମ୍ପାୟାର ଇଂଲଣ୍ଡ ଖେଳାଳିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ, ମ୍ୟାଚ୍ ଚାଲିଥିବା ବେଳେ ଅମ୍ପାୟାର କ୍ୟାଟଲବ୍ରୋ ଇଂଲଣ୍ଡ ଖେଳାଳି ଷ୍ଟୁଆର୍ଚ ବ୍ରଡଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଆମକୁ ଅମ୍ପାୟାରିଂ କରିବାକୁ ଦିଅ, ନିଜେ ଚୁପ୍ ଚାପ୍ ବ୍ୟାଟିଂ କର..ନଚେତ୍ ଭଲ ହେବନି..। ଏମିତି କିଛି ବ୍ରଡଙ୍କୁ ଅମ୍ପାୟାରଙ୍କଠୁ ଶୁଣିବାକୁ ପଡିଥିଲା ।
this has killed me pic.twitter.com/fOKgav8xUm
— Abi Slade (@abi_slade) July 4, 2022
ଏହି ଘଟଣା ଇଂଲଣ୍ଡର ପ୍ରଥମ ପାଳିରେ ଘଟିଥିଲା । ଷ୍ଟୁଆର୍ଟ ବ୍ରଡ୍ ବ୍ୟାଟିଂ ପାଇଁ ଆସିଲା ପରେ ତାଙ୍କୁ ବାଉନସର୍ ବୋଲିଂ କରାଯାଇଥିଲା । ଏହାକୁ ନେଇ ସେ ଅମ୍ପାୟାରଙ୍କୁ ପ୍ରଶ୍ନ କରିଥିଲେ । ଯାହା ଶୁଣି ଅମ୍ପାୟାର ଲାଗିଯାଇଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ସୂଚନାଯୋଗ୍ୟ, ବିରାଟ କୋହଲି ଓ ବେୟରଷ୍ଟୋଙ୍କ ମଧ୍ୟରେ ଏପରି ବାକ୍ ଯୁଦ୍ଧ ହୋଇଥିଲା । ଜନି ବେୟରଷ୍ଟୋ ବ୍ୟାଟିଂ କରୁଥିବା ବେଳେ ସ୍ଲିପରେ ଫିଲ୍ଡିଂ କରୁଥିଲେ ବିରାଟ । ଏହି ସମୟରେ ଉଭୟ ଖେଳାଳି ମୁହାଁମୁହିଁ ହୋଇଥିଲେ । ବିରାଟ ରାଗିଯାଇ ବେୟରଷ୍ଟୋଙ୍କୁ ଚୁପଚାପ୍ ବୋଲିଂ କରିବାକୁ କହିଥିଲେ । କିନ୍ତୁ ପରେ ବର୍ଷା ପାଇଁ ମ୍ୟାଚ୍ ସ୍ଥଗିତ ହେଲା ପରେ ଉଭୟ ଖେଳାଳି ହସିହସି ପ୍ୟାଭିଲିୟନ ଆଡେ ଯାଉଥିବା ଦେଖିବାକୁ ମିଳିଥିଲା ।