୧୯ ବର୍ଷ ଯାତ୍ରାରେ ପୂର୍ଣ୍ଣଚ୍ଛେଦ; ଅମ୍ପାୟାରିଂରୁ ସନ୍ନ୍ୟାସ ନେଲେ ପାକିସ୍ତାନର ଅଲୀମ ଦାର, ଆଉ ୨ ଜଣ ICC ଏଲିଟ୍ ପ୍ୟାନେଲ୍ରେ ସାମିଲ୍
16/03/2023 at 10:51 PM

ଇସ୍ଲାମବାଦା: ଅମ୍ପାୟାରିଂ କ୍ୟାରିୟରୁ ସନ୍ନ୍ୟାସ ଘୋଷଣା କଲେ ପାକିସ୍ତାନର ଲୋକପ୍ରିୟ ଅମ୍ପାୟାର ଅଲୀମ ଦାର। ୧୯ ବର୍ଷର ଅମ୍ପାୟାରିଂ କ୍ୟରିୟରରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ସେ ଏଥିରୁ ଅବସର ନେଇଛନ୍ତି। ଅଲୀମ ୪୩୫ ଅନ୍ତର୍ଜାତୀୟ ପୁରୁଷ ମ୍ୟାଚ୍ରେ ଅମ୍ପାୟାରିଂ କରିବାର ଗୌରବ ଅର୍ଜନ କରିଛନ୍ତି।
ତେବେ ଅଲୀମଙ୍କ ଅବସର ଘୋଷଣା ପରେ ଆଇସିସି ଦକ୍ଷିଣ ଆଫ୍ରିକାର ଏଡ୍ରିୟନ ହୋଲ୍ଡଷ୍ଟକ ଓ ପାକିସ୍ତାନର ଏହସାନ ରଜାଙ୍କୁ ଆଇସିସି ଏଲିଟ୍ ପ୍ୟାନେଲ୍ରେ ଅମ୍ପାୟାରିଂ ଲିଷ୍ଟରେ ସାମିଲ୍ କରାଯାଇଛି।
୨୦୦୨ ମସିହାରେ ଯେତେବେଳେ ଆଇସିସି ଏଲିଟ୍ ପ୍ୟାନେଲ୍ର ଅମ୍ପାୟାରଙ୍କ ତାଲିକା ପ୍ରକାଶ ପାଇଥିଲା ସେତେବେଳେ ଅଲୀମ ଦାର ଏହି ତାଲିକାରେ ସ୍ଥାନ ପାଇଥିଲେ। ଟେଷ୍ଟ ଓ ଦିନିକିଆରେ ଅମ୍ପାୟାରିଂ କରିବାରେ ଅଲୀମ ପ୍ରଥମ ସ୍ଥାନରେ ରହିଥିବା ବେଳେ ଟି-୨୦ରେ ପାକିସ୍ତାନର ଏହସାନ ରାଜାଙ୍କ ପରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନିଜ ଅମ୍ପାୟାରିଂ କ୍ୟାରିୟରରେ ଅଲୀମ ଦାର ୩ ଥର ଡେବିଡ୍ ଶେଫର୍ଡ ଟ୍ରଫି ହାସଲ କରିଥିବା ବେଳେ ୨୦୦୭ ଓ ୨୦୧୧ ବିଶ୍ୱକପ୍ ଫାଇନାଲ୍ରେ ସେ ଅମ୍ପାୟାରିଂ କରିଥିଲେ।