୫୦୪ ଫୁଟ ଉଚ୍ଚତା... ଗୁଜରାଟରେ ନିର୍ମାଣ ହେଉଥିବା ଦୁନିଆର ସବୁଠୁ ଉଚ୍ଚ ମନ୍ଦିର କେତେ ଭବ୍ୟ ଜାଣନ୍ତୁ

Published By : Prameya-News7 Bureau | February 21, 2023 IST

ନୂଆଦିଲ୍ଲୀ: ଗୁଜରାଟର ଅହମଦାବାଦରେ ଦୁନିଆର ସବୁଠୁ ଉଚ୍ଚ ମନ୍ଦିର ନିର୍ମାଣ ଆରମ୍ଭ ହୋଇଛି । ୧୫୦୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ଏହି ମନ୍ଦିରର ଉଚ୍ଚତା ୫୦୪ ଫୁଟ ଏବଂ ୪୦୦ ଫୁଟ ଲମ୍ୱା ରହିବ । ମନ୍ଦିରରେ ୫୧ ଫୁଟ ଉଚ୍ଚର ମାଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ । ଅହମଦାବାଦରେ ବୈଷ୍ଣଦେବୀ ସର୍କଲ ନିକଟରେ ଜାସପୁରରେ ନିର୍ମାଣ ହେଉଥିବା ଜଗତ ଜନନୀ ମାଆ ଉମିୟାଙ୍କ ମନ୍ଦିରର ଗର୍ଭଗୃହର ବେସ୍ ନିର୍ମାଣ ହୋଇ ସାରିଛି । ୨୦୨୬ ମସିହାରେ ମନ୍ଦିରରେ ମାଆଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ ।

ଏହି ମନ୍ଦିର ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହାର ଡିଜାଇନ ଜର୍ମାନୀ ଏବଂ ଭାରତୀୟ ଆର୍କିଟେକ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି । ଉମିୟାଧାମ ସଂସ୍ଥା ଅନୁସାରେ, ମନ୍ଦିରରେ ୧୪୪୦ ପିଲର ରହିବ । ଏହା ଏକ ରେକର୍ଡ ଅଟେ । ଏହା ପୂର୍ବରୁ ସରଦାର ପଟେଲଙ୍କ ଦୁନିଆର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତିରେ ୮୦୦ ପିଲର ବ୍ୟବହାର କରାଯାଇଛି ।

ମନ୍ଦିର ନିର୍ମାଣର ମଧ୍ୟରେ ଏକ ଅଭିଯାନ ଆରମ୍ଭ କରାଯାଇଛି । ଏହା ଜରିଆରେ କୌଣସି ବ୍ୟକ୍ତି ୧୧ ଲକ୍ଷ ଟଙ୍କା ଦାନ କରି ନିଜ ନାଁରେ ଗୋଟିଏ ପିଲର ନିର୍ମାଣ କରିପାରିବେ । ବର୍ତ୍ତମାନ ସୁଦ୍ଧା ୪୦୦ରୁ ଅଧିକ ଜଣ ଏହି ଅଭିଯାନରେ ସାମିଲ ହୋଇଛନ୍ତି ।

ଏହି ମନ୍ଦିରରେ ୩୦୦ ଫୁଟ ଉଚ୍ଚରେ ଏକ ଭ୍ୟୁଇଙ୍ଗ ଗ୍ୟାଲେରୀ ନିର୍ମାଣ କରାଯିବ । ଏଠାରୁ ପୂରା ଅହମଦାବାଦକୁ ଦେଖି ହେବ । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ମନ୍ଦିରରେ ଦର୍ଶନ ପାଇଁ ଲାଇନ ଲଗାଇବାକୁ ପଡିବ ନାହିଁ । ଏହାଛଡା ଭିଆଇପି ପାସର ମଧ୍ୟ ବ୍ୟବସ୍ଥା ରହିବ ନାହିଁ । ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ନେବା ପାଇଁ ଏକ୍ସେଲେଟର ବ୍ୟବହାର କରାଯିବ, ଯାହା ସିଧା ଗର୍ଭଗୃହରେ ପହଞ୍ଚାଇବ । ଶ୍ରଦ୍ଧାଳୁ ୨ ମିନିଟରେ ଗର୍ଭଗୃହରେ ପ୍ରବେଶ କରି ମାଆଙ୍କ ଦର୍ଶନ କରିପାରିବେ । ମନ୍ଦିରର ଭବ୍ୟତା ଦେଖିବା ପାଇଁ ବଡ଼ ସଂଖ୍ୟା ଭିଡ ଜମିପାରେ । ଏଥିପାଇଁ ଏଠାରେ ଦୁଇ ମହଲାର ପାର୍କିଂ ମଧ୍ୟ ନିର୍ମାଣ କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.