ପୁଲବାମା ଶହିଦଙ୍କୁ ଏପରି ଶ୍ରଦ୍ଧାଞ୍ଜଳି ଦେଲେ ମହାରାଷ୍ଟ୍ରର ଉମେଶ ଗୋପୀନାଥ

Published By : Prameya-News7 Bureau | February 14, 2020 IST

ଶ୍ରୀନଗର ୧୪।୨:  ଜମ୍ମୁ-କାଶ୍ମୀର  ଶ୍ରୀନଗରରେ ସିଆରପିଏଫ ଲେଥପରା କ୍ୟାମ୍ପସ୍ଥିତ ସ୍ମାରକିରେ ଗତବର୍ଷ ପୁଲବାମା ଆତଙ୍କବାଦୀ ଆକ୍ରମଣରେ ଶହିଦ ୪୦ ଜଣ ଜବାନଙ୍କୁ ଶୁକ୍ରବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଉମେଶ ଗୋପୀନାଥ ଯାଦବ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଶହିଦମାନଙ୍କ ଜନ୍ମମାଟି ସ୍ମାରକୀକୁ ଅର୍ପଣ କରିଛନ୍ତି।

{"id":224448,"sizeSlug":"large"}

ପୁଲବାମା ଶହିଦମାନଙ୍କ ପରିବାରକୁ ଭେଟିବା ଲାଗି ଗୋପୀନାଥ ୬୧ ହଜାର କିଲୋମିଟରର ଦୀର୍ଘଯାତ୍ରା କରିଥିଲେ। ଏହି ଯାତ୍ରା କାଳରେ ସେ ପ୍ରତିଟି ଶହିଦଙ୍କ ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ଘର ଓ ଶ୍ମଶାନର ମାଟି ସଂଗ୍ରହ କରିଥିଲେ। ସଂଗୃହୀତ ମାଟିକୁ ସେ ଶହିଦଙ୍କ ସ୍ମାରକରେ ଅର୍ପଣ କରିଛନ୍ତି।

{"id":224449,"sizeSlug":"large"}

ଶହିଦଙ୍କ ପରିବାର ଲୋକଙ୍କୁ ଭେଟିପାରିଥିବାରୁ ଉମେଶ ନିଜକୁ ଗର୍ବିତ ମନେ କରନ୍ତି ବୋଲି କହିଛନ୍ତି। ପୁଲବାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକ ଅବସରରେ ଶହିଦ ୪୦ ଜବାନଙ୍କ ସ୍ମୃତିରେ ନିର୍ମିତ ସ୍ମାରକ ଶୁକ୍ରବାର ଉଦଘାଟିତ ହୋଇଛି। ଜୈସ ଆତଙ୍କବାଦୀ ଅଦିଲ ଅହମ୍ମଦ ଡାର ବିସ୍ଫୋରକ ଭରା ବାହନ ସହ ଆସି ସିଆରପିଏଫ ଜବାନଙ୍କ କାରକେଡ ସହ ଧକ୍କା ଲାଗିଥିଲା। ଏଥିରେ ସେ ନିଜେ ନିହତ ହୋଇଥିବା ବେଳେ ଭିଷଣ ବିସ୍ଫୋରଣରେ ୪୦ ଜଣ ଜବାନ ଶହିଦ ହୋଇଥିଲେ। ସ୍ମାରକରେ ସମସ୍ତ ୪୦ ଶହିଦ ଜବାନଙ୍କ ଫଟୋ ସମେତ ସେମାନଙ୍କ ନାମ ଓ ସିଆରପିଏଫର ଧେୟ ବାକ୍ୟ 'ସେବା ଓ ନିଷ୍ଠା' ମଧ୍ୟ ଅଙ୍କିତ ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.