suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହାଥରସ କାଣ୍ଡରେ ବଡ ବୟାନ ଦେଲେ ଉମା ଭାରତୀ, କହିଲେ- ମୁଖ୍ୟମନ୍ତ୍ରୀ ଯୋଗୀ ଆମେ ରାମରାଜ୍ୟର ପ୍ରତିଶ୍ରୁତି ଦେଇଛୁ ମାତ୍ର …

2/10/2020 at 8:12 PM

ନୂଆଦିଲ୍ଲୀ ୦୨।୧୦: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଆମେ ରାମରାଜ୍ୟ ଆଣିବାକୁ ପ୍ରତିଶ୍ରୁତି ଦେଇଥିଲୁ। କିନ୍ତୁ ଏହି ଘଟଣାରେ ପୋଲିସର କାର୍ଯ୍ୟଶୈଳୀ ଯୋଗୀ ଆଦିତ୍ୟନାଥ, ୟୁପି ସରକାର ଓ ବିଜେପିର ଛବିକୁ ମଳିନ କରିଛି।  କରୋନା ସଂକ୍ରମିତ ଚିହ୍ନଟ ପରେ ଉମା ଭାରତୀ ବର୍ତ୍ତମାନ ଋଷିକେଶ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଉମା ଭାରତୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅପିଲ୍ କରିଛନ୍ତି ଯେ, ଗଣମାଧ୍ୟମ ପ୍ରତିନିଧି ଓ ରାଜନୈତିକ ଦଳଗୁଡିକୁ ପୀଡିତ ପରିବାରଙ୍କ ସହ ଭେଟିବାକୁ ଦିଅନ୍ତୁ। ଏହା ସହିତ କହିଛନ୍ତି, କରୋନାରୁ ସୁସ୍ଥ ହେବା ପରେ ସେ ନିଜେ ପୀଡିତ ପରିବାରକୁ ଭେଟିବାକୁ ଯିବେ।

ଶୁକ୍ରବାର ସନ୍ଧ୍ୟାରେ ଗୋଟିଏ ପରେ ଗୋଟିଏ ଟୁଇଟ୍ କରି ସେ ନିଜର କଥା ରଖିଛନ୍ତି। ଉମା ଭାରତୀ ଲେଖିଛନ୍ତି, ଆଦରଣୀୟ ଯୋଗୀ ଆଦିତ୍ୟନାଥ ଜୀ ଆପଣ ଜାଣିଥିବେ ଯେ ମୁଁ କରୋନା ପଜିଟିଭ୍ ପରେ ଋଷିକେଶ ଏମ୍ସର କରୋନା ଓ୍ଵାର୍ଡରେ ଭର୍ତ୍ତି ଅଛି। ଏଥିପାଇଁ ମୁଁ ଅଯୋଧ୍ୟା ମାମଲାରେ ସ୍ଵତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇ ପାରିନଥିଲି।

ସେ ଲେଖିଛନ୍ତି, ମୁଁ ହାଥରସ ଘଟଣା ଦେଖିଲି। ପ୍ରଥମେ ମୋତେ ଲାଗିଲା ଏହି ଘଟଣାରେ କିଛି କହିବି ନାହିଁ କାରଣ ଏହି ମାମଲାରେ ଆପଣ ଠିକ୍ କାର୍ଯ୍ୟାନୁଷ୍ଠାନ ନେବେ। କିନ୍ତୁ ଯେଉଁ ପ୍ରକାର ପୋଲିସ ପୀଡିତାଙ୍କ ପରିବାର ଏବଂ ଗାଁକୁ ଘେରାବନ୍ଦୀ କରି ରଖିଛି, ସେଥିରେ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଆପଣ ଯେତେ ତର୍କ ଦେଲେ ମଧ୍ୟ ଏଥିରୁ ଅନେକ ଆଶଙ୍କା ଜନ୍ମ ନେଉଛି। ସେ ଜଣେ ଦଳିତ ପରିବାରର ଝିଅ ଥିଲେ। ତରବରିଆ ଭାବେ ପୋଲିସ ଶବଦାହ କରି ଦେଲା। ପୁଣି ପୋଲିସ ଦ୍ଵାରା ପରିବାର ଓ ଗାଁକୁ ଘେରାବନ୍ଦୀ କରି ରଖାଯାଇଛି। ନିୟମ ବିଷୟରେ ମୋତେ ଯେତିକି ଜଣା ଯେ କୌଣସି ନିୟମ ନାହିଁ ଯେ ଏସଆଇଟି ତଦନ୍ତରେ ପରିବାର ଲୋକ କାହାରିକୁ ଭେଟି ପାରିବେ ନାହିଁ। ଆପଣଙ୍କର ଏହି କାର୍ଯ୍ୟାନୁଷ୍ଠାନରେ ତ ଏସଆଇଟି ଯାଞ୍ଚ ତଦନ୍ତ ଘେରକୁ ଆସିଯିବ।

ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ଏବେ ଏବେ ରାମ ମନ୍ଦିରର ଶିଳାନ୍ୟାସ କରିଛୁ ଏବଂ ଆଗାମୀ ଦିନରେ ଦେଶରେ ରାମ ରାଜ୍ୟ ଆଣିବାକୁ ପ୍ରତିଶ୍ରୁତି ଦେଇଛୁ। କିନ୍ତୁ ଏହି ଘଟଣାରେ ପୋଲିସ ସନ୍ଦେହାତ୍ମକ କାର୍ଯ୍ୟଶୈଳୀ ଆପଣଙ୍କ, ୟୁପି ସରକାର ଓ ବିଜେପିର ଛବିକୁ ମଳିନ କରିଛି। ଉମା ଭାରତୀ କହିଛନ୍ତି ଯୋଗୀ ଆପଣ ସ୍ଵଚ୍ଛ ଭାବମୂର୍ତ୍ତିର ଶାସକ। ମୋର ଆପଣଙ୍କୁ ଅନୁରୋଧ ଆପଣ ମିଡିଆକର୍ମୀ ଏବଂ ଅନ୍ୟ ରାଜନୈତିକ ଦଳର ଲୋକଙ୍କୁ ପୀଡିତ ପରିବାରଙ୍କ ସହ ଭେଟିବାକୁ ଦିଅନ୍ତୁ।

ଉମା ଭାରତୀ ଲେଖିଛନ୍ତି, ମୁଁ କରୋନା ଓ୍ଵାର୍ଡରେ ବହୁତ ମର୍ମାହତ। ଯଦି କରୋନା ପଜିଟିଭ୍ ନଥାନ୍ତି ତେବେ ନିଜେ ଗାଁକୁ ଯାଇ ପୀଡିତ ପରିବାରଙ୍କ ସହ ବସିଥାନ୍ତି। ଏମ୍ସରୁ ଛୁଟି ମିଳିବା ମାତ୍ରେ ମୁଁ ହାଥରସ ଯାଇ ପୀଡିତ ପରିବାରଙ୍କୁ ନିଶ୍ଚୟ ଭେଟିବି। ନିଜର ଶେଷ ଟୁଇଟ୍‌ରେ ସେ ଅପିଲ୍ କରିଛନ୍ତି ଯେ, ମୁଁ ବିଜେପିରେ ଆପଣଙ୍କର ବରିଷ୍ଠ ଏବଂ ଆପଣଙ୍କ ଭଉଣୀ। ମୋର ଅନୁରୋଧ ଆପଣ ମୋର ପ୍ରସ୍ତାବକୁ ଅମାନ୍ୟ କରିବେ ନାହିଁ।

   Related Posts