ବିଭିନ୍ନ ଦାବି ନେଇ ୬ ଘଣ୍ଟିଆ ଉଲୁଣ୍ଡା ବନ୍ଦ, ବାଦ ରହିଛି ଜରୁରୀକାଳୀନ ସେବା

Published By : Prameya-News7 Bureau | March 02, 2024 IST

ସୋନପୁର ୦୨/୦୩: ବିଭିନ୍ନ ଦାବି ନେଇ ଉଲୁଣ୍ଡା ବନ୍ଦ । ଉଲୁଣ୍ଡାକୁ ଏନଏସି ଘୋଷଣା, ଯେଏମଏଫସି କୋର୍ଟ, ଏବଂ ସୈନିକ ସ୍କୁଲ ଦାବିରେ ସଚେତନ ନାଗରିକ ଏବଂ ଅଞ୍ଚଳବାସୀ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ସୂଚନାଥାଉକି, ରାଜ୍ୟସରକାର କିଛି ଦିନ ପୂର୍ବରୁ ବୀରମହାରାଜପୁର ଏବଂ ଡୁଙ୍ଗୁରିପାଲିକୁ ଏନଏସି ଘୋଷଣା କରିଛନ୍ତି । ହେଲେ ଉଲୁଣ୍ଡାକୁ ବାଦ୍‌ ଦେଇଛନ୍ତି । ସେହିପରି ଉଲୁଣ୍ଡାରେ ଯେଏମଏଫସି କୋର୍ଟ ପାଇଁ ପୂର୍ବରୁ ଘୋଷିତ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ସୈନିକ ସ୍କୁଲ ପାଇଁ ପ୍ରଶାସନିକ ସ୍ତରରେ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଅଗ୍ରଗତି ହୋଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏଣୁ ଆଜି ଉଲୁଣ୍ଡାକୁ ସରକାର ଅବହେଳା କରିଥିବା ପ୍ରତିବାଦରେ ଆଜି ସଚେତନ ନାଗରିକ ଏବଂ ଅଞ୍ଚଳବାସୀଙ୍କ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ସକାଳ ୬ ଟାରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ତଥା ଜରୁରୀକାଳୀନ ସେବାକୁ ବାଦ୍ ଦେଇ ସମସ୍ତ ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.