ଅଲଟିମେଟ ଖୋଖୋରେ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ, ଫାଇନାଲରେ ତେଲଗୁ ଯୋଦ୍ଧାକୁ କଲା ପରାସ୍ତ

Published By : Prameya-News7 Bureau | September 05, 2022 IST

ପୁଣେ ୦୫।୦୯: ଅଲଟିମେଟ ଖୋଖୋରେ ଚାମ୍ପିୟନ ହୋଇଛି ଓଡ଼ିଶା ଜଗରନଟ୍ସ। ତେଲୁଗୁ ଯୋଦ୍ଧାକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ଜଗରନଟ୍ସ। ମ୍ୟାଚ ରୋମାଞ୍ଚକର ହୋଇଥିଲା। ଏଥିରେ ୪୬-୪୫ ପଏଣ୍ଟରେ ଓଡ଼ିଶା ଜଗରନର୍ଟସ ତେଲୁଗୁ ଯୋଦ୍ଧାଙ୍କୁ ହରାଇଛି। ଏହା ପୂର୍ବରୁ କ୍ବାଲିଫାୟର-୧ରେ ଓଡ଼ିଶା ଜଗରନଟ୍ସ ଗୁଜରାଟ ଜାୟାଣ୍ଟସକୁ ୫୭-୪୩ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।

ସେହିପରି ଏଲିମିନେଟରରେ ତେଲଗୁ ଯୋଦ୍ଧା ୬୧-୪୩ରେ ଚେନ୍ନାଇ କ୍ବିକ ଗନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବା ଏହି ଘରୋଇ ଖୋ ଖୋ ଲିଗରେ ୬ଟି ଦଳ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ଜଗରନଟସର ସଫଳତା ପାଇଁ ଓଡ଼ିଶା ଜଗରନଟସ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ଟିମକୁ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.