ଉକୁଣିମରା ବିଷ ଖାଇ ନାବାଳିକାର ମୃତ୍ୟୁ: ଥଣ୍ଡା ବୋତଲରେ ଥିଲା, ଥଣ୍ଡା ଭାବି ପିଇ ଦେଲା

Published By : Prameya-News7 Bureau | July 29, 2020 IST

 ସୋର୨୯/୭:  ଉକୁଣିମରା ବିଷ ଖାଇ ନାବାଳିକାର ମୃତ୍ୟୁ। ଅଜଣାତରେ ଥଣ୍ଡା ବୋତଲରେ ଥିବା ଉକୁଣିମରା ବିଷକୁ ଥଣ୍ଡା ଭାବି  ଏହି ନାବାଳିକ ପିଇ ଦେଇଥିବା କୁହାଯାଉଛି। ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲଜ କୋଚିଆ କୋଇଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ଏହି ଗ୍ରାମର ବାବୁ ମଲିକଙ୍କ ଝିଅ ରୋଜି ଘରେ ଏକ ଥଣ୍ଡା ବୋତଲରେ ଉକୁଣିମରା ବିଷ ରଖା ଯାଇଥିବା ବେଳେ ଏହା ଥଣ୍ଡା ବୋଲି ଭାବି ସେ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସୋର  ଏବଂ ପରେ ବାଲେଶ୍ବର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ନାବାଳିକର ମୃତଦେହକୁ ଜବତ କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ହସ୍ପିଟାଲକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.