ବିଟ୍ରେନ ଇମ୍ପେରିଆଲ୍ କଲେଜ କୋଭିଡ଼-୧୯ ଭ୍ୟାକ୍‌ସିନ୍‌ ପରୀକ୍ଷଣ : ଜଣେ ସ୍ବେଚ୍ଛାସେବୀଙ୍କୁ ଦିଆଗଲା ଏକ ଛୋଟିଆ ଡୋଜ୍‌, ଆସୁଛି ପଜିଟିଭ୍‌ ରିପୋର୍ଟ

Published By : Prameya-News7 Bureau | June 24, 2020 IST

ଲଣ୍ଡନ ୨୪।୦୬: ସାରାଦେଶରେ କରୋନା ଭାଇରସ ମହାମାରୀର ରୂପ ନେଇସାରିଛି । କିପରି ଏହି ମହାମାରୀରୁ ରକ୍ଷା କରାଯାଇପାରିବ । ସେଥିପାଇଁ ବିଶ୍ୱର ବୈଜ୍ଞାନିକ, ବିଶେଷଜ୍ଞ ଓ ଡାକ୍ତରମାନେ ଦିନରାତି ଗବେଷଣାରେ ଲାଗି ରହିଛନ୍ତି । କିପରି ଏହା ମହାମାରୀ ରକ୍ଷା କରିବା ପାଇଁ ଭ୍ୟାକ୍‌ସିନ୍ ପ୍ରସ୍ତୁତ କରିବେ ଓ ଏବଂ ଏହାର ମାନବୀୟ ପରୀକ୍ଷଣ କରିବେ । ଇତିମଧ୍ୟରେ କିଛି ଦେଶମାନଙ୍କରେ କ୍ଲିନିକାଲ୍‌ ଟେଷ୍ଟ କରାଯାଇଥିବା ବେଳେ ଆଉ କିଛି କିଛି ସ୍ଥାନରେ ଏହା ମଧ୍ୟ ପଶୁମାନଙ୍କ ଉପରେ ପରୀକ୍ଷଣ କରାଯାଇଛି । ତେବେ ଏହି ସମୟରେ ଏକ ଖୁସିର ଖବର ଆସିଛି । ଲଣ୍ଡନର ଇମ୍ପେରିଆଲ୍ କଲେଜ ପକ୍ଷରୁ କରୋନା ଭ୍ୟାକସିନର ପ୍ରଥମ ମାନବ ପରୀକ୍ଷଣ କରାଯାଇଛି। ଯାହାକୁ ନେଇ ଇମ୍ପେରିଆଲ୍ର ଗବେଷକମାନେ ଖୁସି ଜାହିର କରିଛନ୍ତି ।

ତେବେ  ଲଣ୍ଡନର ଇମ୍ପେରିଆଲ୍ କଲେଜ ପକ୍ଷରୁ କରୋନା ଭ୍ୟାକସିନର ପ୍ରଥମ ମାନବ ପରୀକ୍ଷଣ କରାଯାଇଛି। ଇମ୍ପେରିଆଲ କଲେଜର ବିଶେଷଜ୍ଞ ଟିମ୍ ଜଣେ ସ୍ବେଚ୍ଛାସେବୀଙ୍କ ଦେହରେ ଏହି ଭ୍ୟାକସିନ୍‌ର ପରୀକ୍ଷଣ କରାଯାଇଛି । ସ୍ୱେଚ୍ଛାସେବୀଙ୍କ ଦେହରେ ଅଳ୍ପ ପରିମାଣରେ ଡୋଜ୍‌ ଦିଆଯାଇଛି । ଭ୍ୟାକସିନ ପରୀକ୍ଷଣ ହୋଇଥିବା ସ୍ବେଚ୍ଛାସେବୀ ଜଣଙ୍କୁ କଡ଼ା ନୀରିକ୍ଷଣରେ ରଖାଯାଇଛି । କୌଣସି ପରିସ୍ଥିତିରେ ଯେପରି କିଛି ଅସୁବିଧା ନହୁଏ, ସେଥିପ୍ରତି ମଧ୍ୟ ତୀକ୍ଷ୍ମ ନଜର ରଖାଯାଇଛି ।  RNA ଟେକ୍ନୋଲୋଜି ବ୍ୟବହାର କରି ପ୍ରସ୍ତୁତ କରାଯାଇଥିବା ଏହି ଭ୍ୟାକସିନ୍ ପ୍ରଥମ ଥର ପାଇଁ ମାନବ ପରୀକ୍ଷଣ କରାଯାଇଛି। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭ୍ୟାକ୍‌ସିନ୍‌ ପରୀକ୍ଷଣର ପଜିଟିଭ୍‌ ରିପୋର୍ଟ ଆସୁଥିବାର ଦେଖିବାକୁ ମିଳିଛି ।

RNA ଭ୍ୟାକସିନ୍ ର ପ୍ରଥମ ଡୋଜ୍  ସଫଳତାର ସହିତ ଦିଆଯାଇଥିବାରୁ ବିଶେଷଜ୍ଞମାନେ ଖୁସି ଜାହିର କରିଛନ୍ତି। ଭ୍ୟାକସିନ୍‌ ନେଇଥିବା ସ୍ୱେଚ୍ଛାସେବୀଙ୍କୁ ସ୍ୱତନ୍ତ୍ର ନଜରରେ ରଖାଯାଇଛି । ଆଗାମୀ ଆଉ କିଛି ଦିନ ମଧ୍ୟରେ ତାଙ୍କ ଠାରେ ଦ୍ୱିତୀୟ ଡୋଜ୍‌ ଦିଆଯିବ ବୋଲି ଜଣାପଡିଛି । ତାଙ୍କ ଦେହରେ ଦିଆଯାଇଥିବା ପ୍ରଥମ ଭ୍ୟାକ୍‌ସିନ୍‌ କେତେ ପ୍ରଭାବ ରଖୁଛି । ତାହା ଉପରେ କଡା ନଜର ରଖାଯାଇଛି । ତେବେ ଏହି ଭ୍ୟାକସିନ ନେବାକୁ ଆହୁରି ଅନେକ ସ୍ବେଚ୍ଛାସେବୀ ଆଗ୍ରହ ପ୍ରକାଶ କରିଛନ୍ତି।  ଏହି ଭ୍ୟାକସିନ୍  ପ୍ରସ୍ତୁତ କରିବା ପାଇଁ ବ୍ରିଟେନ ସରକାର ୪୧ ମିଲିୟନ ପାଉଣ୍ଡ ଅର୍ଥରାଶି ଦେଇଥିବା ବେଳେ ୫ ମିଲିୟନ ପାଉଣ୍ଡ ଅର୍ଥ ଦାନ ଆକାରରେ ମିଳିଛି।

ଆସନ୍ତା ଦିନ ଯଦି ଏହି ଭ୍ୟାକସିନ୍‌ର ସଫଳ ପରୀକ୍ଷଣ ହେବ । ତାହାଲେ ଆଗାମୀ ଦିନରେ  ଏହା ବ୍ୟାପକ ପରିମାଣର ପ୍ରସ୍ତୁତ କରିବା ପାଇଁ ଯୋଜନା ମଧ୍ୟ ରଖାଯାଇଛି । ଚଳିତ ବର୍ଷ ଶେଷ ସୁଦ୍ଧା ଟୀକାର ଭ୍ୟାକ୍‌ସିନର ସମସ୍ତ ପରୀକ୍ଷା ସାରିବାକୁ ମଧ୍ୟ ନଜର ରଖାଯାଇଛି । ଯାହାଫଳରେ କି ଭ୍ୟାକ୍‌ସିନ ପ୍ରସ୍ତୁତ କରିବାରେ ଆଉ ପାଦେ ଆଗକୁ ବଢିପାରିବ ।  ଇମ୍ପେରିଆଲ୍ କଲେଜ ହେଉଛି ଟୀକା ହେଉଛି ବ୍ରିଟେନର ଦ୍ୱିତୀୟ ପ୍ରମୁଖ ଟିକା ପ୍ରସ୍ତୁତ କାରୀ । ଏହାପୂର୍ବରୁ  ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟ ଟୀକା ପରୀକ୍ଷଣରେ ବ୍ୟସ୍ତ ରହିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟ  ମାନବୀୟ ଟୀକା ପରୀକ୍ଷଣ କରିସାରିଛି । ଏହା ମଧ୍ୟ ବିଟ୍ରେନ୍‌ ସରକାରଙ୍କ ସୀକୃତୀରେ ପରୀକ୍ଷଣ କରାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମାନବୀୟ ପରୀକ୍ଷଣରେ ଅନେକ ସ୍ୱେଚ୍ଛାସେବୀ ଭାଗ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.