ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ : ଜେଲେନସ୍କି କହିଲେ- 'ଫେଲ୍ ମାରିଲା ଟାର୍ଗେଟ୍'

Published By : Prameya-News7 Bureau | March 05, 2022 IST

ନୂଆଦିଲ୍ଲୀ ୦୫/୦୩:  ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ତେବେ ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର୍ ଜେଲେନସ୍କି ।

ସୂଚନାଯୋଗ୍ୟ, ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଶନିବାର ହେଉଛି ଦଶମ ଦିନ। ଏବେ ବି ଯୁଦ୍ଧ ଜାରି ରହିଛି।  ଶୁକ୍ରବାର ୟୁକ୍ରେନର ଜପୋରିଜିୟା ପରମାଣୁ ପ୍ଲାଣ୍ଟକୁ କବଜା କରିନେଇଥିଲା ଋଷ ସେନା। ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରିନେଇଥିଲା ଋଷ ସେନା। କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ କରାଯାଇଥିବା ସୂଚନା ମିଳିଛି। ସେପଟେ ଚିର୍ନୀହୀବ ସହରରେ ୨୪ ଘଣ୍ଟା ଧରି ଋଷ ସେନା ଆକାଶ ମାର୍ଗରୁ ଗୁଳି ବର୍ଷଣ ଜାରି ରଖିଛି। ଏଥିରେ ୪୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।।

ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି ଯେ , ବିଦେଶୀଙ୍କୁ ୟୁକ୍ରେନ ହ୍ୟୁମାନ ସିଲ୍ଡ ବା ମାନବ ପ୍ରତିବନ୍ଧକ ଭାବେ ଛିଡା କରିଛି। ୟୁକ୍ରେନକୁ ନିଓ ନାଜୀ ବୋଲି ବର୍ଣ୍ଣନା କରିଛନ୍ତି ପୁଟିନ। ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଆଗରେ ରଖି ଭୟଙ୍କର ଖେଳ ଖେଳୁଛି। କିନ୍ତୁ ଋଷ ସେନା ରୋକିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.