ରୁଷର ଦ୍ୱିତୀୟ ବଡ଼ ପରାଜୟ ! ଏବେ ୟୁକ୍ରେନର ଏହି ସହର ଛାଡିଲେ ରୁଷ ସୈନିକ, ବଦଳିପାରେ ଯୁଦ୍ଧର ମୋଡ

Published By : Prameya-News7 Bureau | September 11, 2022 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ୭ ମାସରୁ ଅଧିକ ସମୟ ହୋଇଛି । ଯୁଦ୍ଧରେ ଏହିପରି କିଛି ସମୟ ଆସିଥିଲା ଯେଉଁଠି ୟୁକ୍ରେନ ସୈନିକ ଶକ୍ତିଶାଳୀ ରୁଷ ସେନା ଆଗରେ ଆତ୍ମସମର୍ପଣ କରିବ ବୋଲି ଅନୁମାନ କରାଯାଇଥିଲା । କିନ୍ତୁ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ସୈନିକଙ୍କ ସାହସ ଯୁଦ୍ଧରେ ୟୁକ୍ରେନର ସ୍ଥିତିକୁ ମଜଭୁତ କରିଛି ।

ୟୁକ୍ରେନରୁ ଆସିଥିବା ଖବର ଅନୁସାରେ ୟୁକ୍ରେନ ସୈନିକ ରୁଷକୁ କଡା ଝଟକା ଦେଇଛନ୍ତି । ରୁଷର ଅକ୍ତିଆରରେ ଥିବା ଖାରକିଭ ପ୍ରାନ୍ତର ଇଜିୟମ ସହରରେ ୟୁକ୍ରେନ ସେନା ପ୍ରବେଶ କରିବାରେ ସଫଳ ହୋଇଛି । ଏହାରି ଭିତରେ ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଖାରକିଭରେ ଅସ୍ଥାୟୀ ଭାବେ ନିଜର ସୈନିକଙ୍କୁ ଫେରାଇ ଆଣିଛି । ଏହି ମାମଲାରେ ରୁଷର ଯୁକ୍ତି ଭିନ୍ନ ରହିଛି, କିନ୍ତୁ ମସ୍କୋର ଏହି ନିଷ୍ପତ୍ତି ଯୁଦ୍ଧରେ ନିର୍ଣ୍ଣାୟକ ମୋଡ ନେଇପାରେ । ମାର୍ଚ୍ଚରେ କିଭ୍ ହରାଇବା ପରେ ଏହା ରୁଷ ପାଇଁ ଦ୍ୱାତୀୟ ସବୁଠୁ ବଡ଼ ଝଟକା ବୋଲି କୁହାଯାଉଛି ।

ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ରୁଷ ସୈନିକ ଗୋଟିଏ ସପ୍ତାହ ମଧ୍ୟରେ ଖାରକିଭର ଇଜିୟମ ସହରକୁ ଅକ୍ତିଆର କରିଥିଲେ । ଇଜିୟମ ରଣନୈତିକ ଦୃଷ୍ଟିରୁ ଏକ ଗୁରୁତ୍ୱପୂର୍ଣ୍ଣ ସହରୀ ମାର୍ଗ । ରୁଷ ସୈନିକ ଏଠାରୁ ପଛକୁ ହଟିବା ପରେ ୟୁକ୍ରେନ ସହରର କୁପିୟାସ୍କ ରେଲେୱ ଜଙ୍କସନକୁ କବଜା କରିଛି । ଏହାପରେ ରୁଷର ଡୋନାବାସରେ ପହଞ୍ଚିବା ରାସ୍ତା ପୂରା ବନ୍ଦ ହୋଇଯାଇଛି । ଏହାପରେ ରୁଷ ସେନା ବିପୁଳ ସଂଖ୍ୟାରେ ଗୋଳା-ବାରୁଦର ଭଣ୍ଡାର ଏବଂ ଉପକରଣକୁ ଛାଡି ଫେରିଛନ୍ତି । ଯାହା ରୁଷ ପାଇଁ ଏକ ବଡ଼ କ୍ଷତି ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.