ଋଷିଆ ସମର୍ଥକ ୟୁକ୍ରେନ ରାଜନେତାଙ୍କୁ ମସ୍କୋରେ କିଭ୍ କରିଥିଲା ହତ୍ୟା: ରିପୋର୍ଟ

Published By : Prameya-News7 Bureau | December 07, 2023 IST

କିଭ୍ ୭।୧୨: ମସ୍କୋରେ କ୍ରେମଲିନ୍‌ ସମର୍ଥକ ୟୁକ୍ରେନ ରାଜନେତାଙ୍କୁ ଗୁଳିକରି ହତ୍ୟା କରାଯିବା ପରେ କିଭ୍ କହିଛି ଯେ ତାଙ୍କୁ ହତ୍ୟା କରିବା ପାଇଁ ସଡ଼ଯନ୍ତ୍ର  ରଚାଯାଇଥିଲା। ଫେବୃଆରୀରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ପରେ ଯୁଦ୍ଧକୁ ସମର୍ଥନ କରୁଥିବା ଋଷୀୟ ଓ ମସ୍କୋକୁ ସମର୍ଥନ କରୁଥିବା ପୂର୍ବତନ ୟୁକ୍ରେନୀୟ ଅଧିକାରୀମାନଙ୍କ ହତ୍ୟା ଓ ସେମାନଙ୍କ ଉପରେ ଆକ୍ରମଣ ପାଇଁ କିଭ ନିଜକୁ ଦାୟୀ କରିଛି। ୟୁକ୍ରେନ ପ୍ରତିରକ୍ଷା ସମ୍ପର୍କିତ ଏକ ସୂତ୍ର ଗଣମାଧ୍ୟକୁ ଏହି ସୂଚନା ଦେଇଛି।

ୟୁକ୍ରେନ ରକ୍ଷା ସୂତ୍ର କହିଛି ଯେ ତାଙ୍କର ଏସବିୟୁ ସିକ୍ୟୁରିଟି ସର୍ଭିସ୍ ପୂର୍ବତନ ଋଷିଆ ସମର୍ଥକ ୟୁକ୍ରେନ ସାଂସଦ ଇଲିୟା କ୍ୟଭାଙ୍କ ହତ୍ୟା ଷଡ଼ଯନ୍ତ୍ର  ରଚିଥିଲା, ଯିଏ ଗତବର୍ଷ ଋଷିଆ ଆକ୍ରମଣ ପରେ ମସ୍କୋ ଚାଲିଯାଇଥିଲେ। ଋଷୀୟ ତଦନ୍ତକାରୀମାନେ ତାଙ୍କୁ ଗୁଳି କରି ଦିଆଯାଇଥିବା କହିଥିଲେ। ତାଙ୍କର ଶବ ମସ୍କୋର ଏକ ପାର୍କରୁ ମିଳିଥିଲା। ଋଷିଆ ତଦନ୍ତକାରୀ ସଂସ୍ଥା ଏକ ବୟାନରେ କହିଥିଲେ ଯେ ଅଜ୍ଞାତ ଆତତାୟୀ ଅଜ୍ଞାତ ଅସ୍ତ୍ରରୁ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏ ନେଇ ୟୁକ୍ରେନ ଜାତୀୟ ଟେଲିଭିଜନରେ ମୁଖପାତ୍ର ଆଣ୍ଡ୍ରି ୟୁସଭ ଏବେ ଇଲିୟା କ୍ୟାଭାଙ୍କ ମୃତ୍ୟୁ ହୋଇଥିବା ଆମେ ପୁଷ୍ଟି କରିପାରିବା ବୋଲି କହିଛନ୍ତି। ଏଭଳି ଘଟଣା ୟୁକ୍ରେନର ଅନ୍ୟ ଶତ୍ରୁ ଓ ପୁତିନଙ୍କ ଗୁଣ୍ଡାଙ୍କର ମଧ୍ୟ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି। ଆଣ୍ଡ୍ରି ୟୁସୋଭ ଇଲିୟା କିଭାଙ୍କୁ ସବୁଠୁ ବଡ଼ ଦୁଷ୍ଟ, ଧୋକାବାଜ ଓ ସହଯୋଗୀଙ୍କ ମଧ୍ୟରେ ଅନ୍ୟତମ ଓ ତାଙ୍କ ମୃତ୍ୟୁ ଯଥାର୍ଥ ଥିଲା  ବୋଲି କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.