ଯୁଦ୍ଧ ସମୟରେ ୟୁକ୍ରେନ୍ର ଫେମସ୍‌ ଗ୍ରମ୍ପି କ୍ୟାଟ୍‌ କେଉଁଠି, ସେ ସୁରକ୍ଷିତ ତ?

Published By : Prameya-News7 Bureau | March 20, 2022 IST

କିଭ୍‌ ୨୦/୦୩  : ତିନି ସପ୍ତାହ ଟପିଲାଣି ଋଷ୍‌- ୟୁକ୍ରେନ୍‌ ଯୁଦ୍ଧ। ଋଷ୍ ନିଜ ଜିଦିରେ ଅଟଳ । ୟୁକ୍ରେନ ବି  ଦେଉନି ପଛଘୁଞ୍ଚା। ଗୋଟେପଟେ  ୟୁକ୍ରେନ୍‌ ସେନାର ପ୍ରତିଜବାବ। ଅନ୍ୟପଟେ ୟୁକ୍ରେନ୍‌ ନାଗରିକଙ୍କ ସାହସ। କିଛି ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଆଉ କିଛି ଦେଶ ଛାଡ଼ି ପଳାଉଛନ୍ତି।ଏହାରି ଭିତରେ ଲୋକେ ଜାଣିବାକୁ ଚାହୁଁଛନ୍ତି ୟୁକ୍ରେନର ପ୍ରସିଦ୍ଧ ବିଲେଇ ବିଷୟରେ।   ସେ ଏବେ କେମିତି  ଅଛି? କେଉଁ ସ୍ଥିତିରେ ଅଛି?  ସେ ସରକ୍ଷିତ ତ?ଷ୍ଟିପେନ୍‌ ନାମକ ବିଲେଇ କେବଳ ୟୁକ୍ରେନ୍‌ ନୁହେଁ। ପୂରା ଦୁନିଆରେ ଗ୍ରମ୍ପି କ୍ୟାଟ୍‌ ନ୍ଁରେ ଫେମସ୍‌। ସୋସିଆଲ୍‌ ମିଡିଆରେ ସବୁବେଳେ ତାର ଫଟୋ ଓ ଭିଡିଓ  ହୋଇଥାଏ ଭାଇରାଲ୍‌। ବିଲେଇର ୧୧ଲକ୍ଷ ଫ୍ୟାନ୍‌ ଫଲୋଅର୍ସ। 

ଋଷ୍ ୟୁକ୍ରେନ୍‌ ଯୁଦ୍ଧ ସମୟରେ  ତାଙ୍କ ଫ୍ୟାନ୍ ବିଲେଇକୁ ଆଉ ଦେଖିବାକୁ ପାଇନଥିଲେ। ତେଣୁ ସମସ୍ତେ ଚିନ୍ତାରେ ଥିଲେ।  ଆଉ ତା ବିଷୟରେ ଜାଣିବାକୁ ଚାହିଁ ବସି ଥିଲେ।  କାହିଁକିନା  ମାର୍ଚ୍ଚ ୩ପରେ  ତାର ଆଉ କୌଣସି ପୋଷ୍ଟ ଦେଖିବାକୁ ମିଳିନଥିଲା।

ସମସ୍ତଙ୍କ ଧାରଣା ଥିଲା, ବିଲେଇ ଷ୍ଟିପାନ୍‌ ଓ ତାଙ୍କ  ମାଲିକିଆଣିଙ୍କ ଯୁଦ୍ଧରେ ବୋଧ ହୁଏ ମୃତ୍ୟୁ ହୋଇଛି। କାହିଁକିନା ସେମାନେ  ୟୁକ୍ରେନ୍‌ ଖାର୍କିବ୍‌ ରେ ରହୁଥିଲେ। ଆଉ ସେଠାକାର ସ୍ଥିତି କାହାକୁ ବା ଅଛପା?

 କିନ୍ତୁ  ସେମିତି କିଛି ହୋଇନଥିଲା।  କାହିଁକିନା ସପ୍ତାହ ପରେ ବିଲେଇର ଏକ ଇନଷ୍ଟାଗ୍ରାମ ପୋଷ୍ଟ ଦେଖିବାକୁ ମିଳିଥିଲା?  ଯେଉଁଥିରେ ସେ ସୁରକ୍ଷିତ ଥିବା କଥା ଜଣା ପଡ଼ିଛି।  ବିଲେଇର ମାଲିକିଆଣି ‘ଏନା’  ଗ୍ରମ୍ପି କ୍ୟାଟ୍‌ ର କିଛି ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ବିଲେଇଟି ଭୟଭୀତ ଅବସ୍ଥାରେ କେଉଁଠାକୁ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା।ଗୋଟିଏ ଫଟୋରେ ସେ ନିଜ ବ୍ୟାଗରେ ଭୟରେ ବସିଥିବା ଦେଖିବାକୁ ମିଳିଥିଲା।  ଆଉ ଏକ ଫଟୋରେ ସେ ଟ୍ରେନ୍‌ରେ ଯାତ୍ରା କରୁଥିବା ନଜର ଆସିଛନ୍ତି।

ଏନା ପୋଷ୍ଟ କରି ଲେଖିଛନ୍ତି, ସେ ବିଲେଇ ସହ ସୁରକ୍ଷିତ ଭାବରେ ଯୁକ୍ରେନରୁ ବାହାରି ଯାଇଛନ୍ତି।  ଖାର୍କିବର ଭଲେଣ୍ଟିଅର୍ସ ତାଙ୍କୁ ସୁରକ୍ଷିତ ଭାବେ ଷ୍ଟେସନ ପାଖରେ ପହଞ୍ଚାଇଥିଲେ।   ଆଉ ଦୁହେଁ ଖାର୍କିବ୍ ରୁ ଲିଭାଇବ୍‌ ପର୍ଯ୍ୟନ୍ତ, ୨୦ ଘଣ୍ଟାର ଯାତ୍ରା କରି ପହଞ୍ଚିଥିଲେ।  ଏହା ପରେ ସେଠାରୁ  ସେ ପୋଲାଣ୍ଡ ବର୍ଡରରେ ପହଞ୍ଚିଥିଲେ।  ପାଖା ପାଖି ୯ ଘଣ୍ଟା ପରେ ବର୍ଡର ପାର୍ ହୋଇ ପରେ ଦୁହେଁ ଫ୍ରାନ୍ସରେ ପହଞ୍ଚିଥିଲେ। ସେଠାରେ ଦୁହେଁ ଏବେ ସୁରକ୍ଷିତ । କିନ୍ତୁ ଏନାଙ୍କୁ ତାଙ୍କ ପରିବାର ଓ ନାଗରିକଙ୍କ ଚିନ୍ତା ଲାଗି ରହିଛି। କିନ୍ତୁ ଫ୍ୟାନ୍‌ ମାନେ ଜାଣି ଖୁସି ହେଲେ ଯେ ଗ୍ରମ୍ପି କ୍ୟାଟ୍‌ ସୁରକ୍ଷିତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.