ରାଷ୍ଟ୍ରପତି ପୁତିନଙ୍କୁ ପୁଣି ଝଟକା, ୬୦ରୁ ଅଧିକ ମିସାଇଲ୍ ମାରି ଖସାଇଲା ୟୁକ୍ରେନ୍ !

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ: ୟୁକ୍ରେନର ଜୋରଦାର ହାମଲା । ଋଷ୍ ମାସାଇଲ ମାଡ଼ର ମୁହଁତୋଡ଼ ଜବାବ ଦେଇଛନ୍ତି ୟୁକ୍ରେନ ସୈନ୍ୟ । ପ୍ରାୟ ୬୦ରୁ ୭୦ ଋଷୀୟ ମସାଇଲକୁ ବିସ୍ଫୋରଣ କରି ଖସାଇଦେଇଥିବା ଦାବି ହୋଇଛି । ସେପଟେ ୧୭ଟି ମିସାଇଲ୍ ଲକ୍ଷ୍ୟ ଭେଦ କରିଥିବା ଋଷ୍ ରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି ।

ଥମିବାର ନାଁ ଧରୁନାହିଁ ଋଷ-ୟୁକ୍ରେନ୍ ଯୁଦ୍ଧ । ଦିନକୁ ଦିନ ଉଗ୍ର ହେବାରେ ଲାଗିଛି । ସୋମବାର ଋଷ୍ ଏୟାରବେସ୍ ଉପରେ ଡ୍ରୋନ୍ ଆଟାକ୍ ହୋଇଥିଲା । ଏଥିରେ ମସ୍କୋର ଦୁଇଟି ଏୟାରବେସ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୪ଜଣଙ୍କ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ପ୍ରଥମ ଥର ପାଇଁ ଋଷ୍ ସୀମା ଭିତରେ ଡ୍ରୋନ୍ ମାଡ଼ ହୋଇଛି । ପରେ ଋଷୀୟ ସେନା ଡ୍ରୋନକୁ ମାରି ଖସାଇବା ସହିତ ୟୁକ୍ରେନ୍ ଉପରେ ମିସାଇଲ୍ ଆଟାକ୍ କରିଥିଲେ । ଏନେଇ ଋଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ସୂଚନା ଦେଇଛି ।

ସେପଟେ ପୁତିନଙ୍କୁ କଡ଼ା ଜବାବ ଦେଇଛନ୍ତି ଜେଲେନସ୍କି । ୟୁକ୍ରେନ୍ ସୈନ୍ୟ ଜୋରଦାର ହମଲା କରିଛନ୍ତି । ଆଣ୍ଟି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରି ପ୍ରାୟ ୬୦ରୁ ୭୦ଟି ଋଷୀୟ ମିସାଇଲକୁ ମାରି ଖସାଇଥିବା ଦାବି କରିଛନ୍ତି । ଅନ୍ୟପଟେ ୧୭ଟି ମିସାଇଲ୍ ଲକ୍ଷ୍ୟ ଭେଦ କରିଥିବା ଋଷ୍ ଅଧିକାରୀ କହିଛନ୍ତି ।

୯ମାସରେ ପହଞ୍ଚିଲାଣି ଋଷ-ୟୁକ୍ରେନ ଯୁଦ୍ଧ । ଆତ୍ମଘାତୀ ମିସାଇଲ୍ ମାଡ଼ରେ କମ୍ପୁଛି ୟୁକ୍ରେନ୍ । ପ୍ରଥମରୁ ଋଷ୍ ଆକ୍ରମଣକୁ ଜୋରଦାର କରିଥିଲା । ହେଲେ ଏବେ ୟୁକ୍ରେନ ସୈନ୍ୟ ଋଷ୍ ଉପରେ ଭାରି ପଡ଼ୁଛନ୍ତି । ରାଷ୍ଟ୍ରପତି ପୁତିନଙ୍କ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.