ଫିନଲ୍ୟାଣ୍ଡ-ସ୍ୱୀଡେନକୁ ମିଳିବ ନାଟୋର ସଦସ୍ୟତା ! ୩୦ ଦେଶ କଲେ ହସ୍ତାକ୍ଷର

Published By : Prameya-News7 Bureau | July 05, 2022 IST

ନୂଆଦିଲ୍ଲୀ: ନାଟୋର ୩୦ ସହଯୋଗୀ ଦେଶ ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡକୁ ସଦସ୍ୟ କରିବା ପାଇଁ ପ୍ରୋଟକଲ ଉପରେ ହସ୍ତାକ୍ଷାର କରିଛନ୍ତି । ଏହାସହା ଏହି ଦୁଇ ଦେଶର ସଦସ୍ୟତା ସମ୍ପର୍କୀୟ ଅନୁରୋଧ ବିଧେୟକକୁ ମଞ୍ଜୁରୀ ପାଇଁ ମେଣ୍ଟର ରାଜଧାନୀ ଗୁଡିକୁ ପଠାଯାଇଛି । ଚଳିତ ବର୍ଷ ଫେବ୍ରୁଆରୀରେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡ ଏହି ପଦକ୍ଷେପ ରୁଷକୁ ରଣନୈତିକ ଭାବେ ଏକ ବଡ଼ ଝଟକା ଦେବା ଦିଗରେ କାମ କରିଛି । ନାଟୋର ମହାସଚିବ ଜେନ୍ସ ଷ୍ଟୋଲେନବର୍ଗ କହିଛନ୍ତି, ଏହା ଫିନଲ୍ୟାଣ୍ଡ, ସ୍ୱୀଡେନ ଏବଂ ନାଟୋ ପାଇଁ ଏକ ଐତିହାସିକ ମୁହୂର୍ତ୍ତ।

୩୦ ରାଷ୍ଟ୍ରଦୂତ ଏବଂ ସ୍ଥାୟୀ ପ୍ରତିନିଧି ଆନୁଷ୍ଠାନିକ ଭାବେ ଗତ ସପ୍ତାହରେ ନାଟୋର ଶିଖର ସମ୍ମିଳନୀରେ ଏହି ନିଷ୍ପତ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାସହ ୩୦ ଦେଶର ଏହି ସୈନ୍ୟ ସଂଗଠନରେ ସାମିଲ ହେବା ପାଇଁ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନକୁ ଆମନ୍ତ୍ରିତ କରି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହା ପରେ ବି ତୁର୍କୀ ନାଟୋରେ ସ୍ୱୀଡେନ ଏବଂ ଫିନଲ୍ୟାଣ୍ଡକୁ ସାମିଲ କରାଯିବାକୁ ବିରୋଧ କରିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ୨୪ରେ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିଥିଲା । ଏହାପରେ ଫିନଲ୍ୟାଣ୍ଡ ଏବଂ ସ୍ୱୀଡେନ ନିଜ ଉପରେ ବିପଦ ବଢିବା ଆଶଙ୍କାରେ ନାଟୋର ସଦସ୍ୟତା ପାଇଁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ନାଟୋ ମଧ୍ୟ ରୁଷର ଦୁଇ ପଡୋଶୀ ରାଷ୍ଟ୍ରକୁ ସଦସ୍ୟତା ପ୍ରଦାନ କରି ରଣନୈତିକ ଦୃଷ୍ଟିରୁ ମାସ୍କୋକୁ ମାତ୍ ଦେବାକୁ ଚାହୁଁଛି । ଏହି ଦୁଇ ଦେଶ ସଦସ୍ୟତା ପାଇବା ପରେ ସେଠାରେ ନାଟୋ ଦେଶର ସୈନ୍ୟ ମୁତୟନ ହେବେ, ଯାହା ରୁଷର ଚିନ୍ତା ବଢାଇବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.