Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜି-୨୦ ବୈଠକରେ ଋଷ ନା ନେଲେ ନାହିଁ କୌଣସି ବି ନେତା, ତୀବ୍ର ସମାଲୋଚନା କଲା ୟୁକ୍ରେନ୍

9/09/2023 at 9:09 PM

Ukraine g-20

ନୂଆଦିଲ୍ଲୀ: ଭାରତରେ ଜି-୨୦ ବୈଠକରେ ବିଶ୍ୱ ନେତାଙ୍କର ୟୁକ୍ରେନ୍ ସମ୍ପର୍କିତ ଆଭିମୁଖ୍ୟକୁ ନେଇ ଅସନ୍ତୋଷ ୟୁକ୍ରେନ୍। ଆଜିର ଆଲୋଚନାକୁ ନେଇ ୟୁକ୍ରେନ୍ ବୈଦେଶିକ ବ୍ୟାପାର ମନ୍ତ୍ରମାଳୟ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି।

ମନ୍ତ୍ରଣାଳୟ କହିଛି ଯେ ୟୁକ୍ରେନ୍ ଉପରେ ଋଷ ଅନୁପ୍ରବେଶକୁ ନେଇ ଜି-୨୦ ଗ୍ରୁପ୍‌ର ମିଳିତ ଘୋଷଣାନାମରେ ଗର୍ବ କଲା ଭଳି କିଛି ନାହିଁ। ବୈଠକର ଋଷ ନାଁ ନନେଇ ପରୋକ୍ଷରେ କହିବାକୁ ସମାଲୋଚନା କରିଛି ୟୁକ୍ରେନ୍।  

ୟୁକ୍ରେନ୍ କହିଛି “ ଜି-୨୦ ବୈଠକରେ ୟୁକ୍ରେନ୍‌ର ଉପସ୍ଥିତ ଥିଲେ ବିଶ୍ୱ ନେତା ସ୍ଥିତି ସମ୍ପର୍କରେ ଭଲରେ ଅନୁଭବ କରିପାରି ଥାନ୍ତେ।” ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଓଲେଗ୍ ନିକୋଲେଙ୍କୋ ଫେସ୍‌ବୁକ୍‌ ପୋଷ୍ଟ ମାଧ୍ୟମରେ କହିଛନ୍ତି।

ପଢ଼ନ୍ତୁ-ଲଞ୍ଚ ହେଲା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଇକୋନୋମିକ୍‌ କରିଡର, ଜି-୨୦ ସମ୍ମିଳନୀରେ ମୋଦୀ-ବାଇଡେନ କଲେ ଘୋଷଣା

ସୂଚନା ଥାଉକି, ଜି-୨୦ ବୈଠକରେ ଆଜି ଋଷ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ କୌଣସି ସିଧାସଳଖ ଆଲୋଚନା ହୋଇନଥିଲା। ଋଷର ନାଁ ନେଇ ବିଶ୍ୱ ନେତାମାନେ ସମସ୍ତେ ଦେଶକୁ ସୀମା ଅଧିଗ୍ରହଣ ପାଇଁ ବଳ ପ୍ରୟୋଗର ଧମକ ଦେବାରୁ ଦୂରେଇ ରହିବାକୁ କହିଥିଲେ। ପରମାଣୁ ବ୍ୟବହାର ଅସ୍ୱୀକାର୍ଯ୍ୟ ବୋଲି କହିଥିଲେ।

ଋଷ ୟୁକ୍ରେନ୍ ଯୁଦ୍ଧ ସମ୍ପର୍କରେ ଏଭଳି ସୁଖ୍ମ ଆଲୋଚନାକୁ ୟୁକ୍ରେନ୍ ସମେତ ବିଦେଶୀ ଗଣାଧ୍ୟମଗୁଡ଼ିକ ସମାଲୋଚନା କରିଛନ୍ତି। ଗତବର୍ଷ ଇଣ୍ଡୋନେସିଆରେ ହୋଇଥିବା ଜି-୨୦ ବୈଠକରେ ଆମେରିକାର ପ୍ରସ୍ତାବ ଉପରେ ସମସ୍ତ ଦେଶ ସହମତି ପ୍ରକାଶ କରିବା ସହିତ ଋଷକୁ ତୀବ୍ର ସମାଲୋଚନା କରିଥିଲେ।  

   Related Posts