ମହାଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି ଋଷ-ୟୁକ୍ରେନ୍ ଯୁଦ୍ଧ; ପରମାଣୁ ଶକ୍ତି କେନ୍ଦ୍ର ଉପରେ ହମଲା କରିପାରେ ମସ୍କୋ
29/05/2023 at 3:13 PM

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ଦିନ କୁ ଦିନ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ଏହାରି ଭିତରେ ଋଷ୍ ମହାଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛି । ୟୁକ୍ରେନର ପରମାଣୁ ଉର୍ଜା ଷ୍ଟେସନ ଉପରେ ଆକ୍ରମଣ କରିବା ନେଇ ଯୋଜନା କରୁଥିବା ଗୁଇନ୍ଦା ସୂତ୍ର ଜଣାପଡ଼ିଛି । ଜାପୋରିଜ୍ଜିଆର ନିୟନ୍ତ୍ରଣରେ ଥିବା ପରମାଣୁ ଷ୍ଟେସନରେ ବଡ଼ ଧରଣର ଆଟାକ୍ କରିବାକୁ ପ୍ରସ୍ତୁତ ହେଉଛି । କୀଭ୍ ପ୍ରାଶାସନିକ ଅଧିକାରୀ କହିଛନ୍ତି, କ୍ରିମଲିମ୍, ୟୁକ୍ରେନର ପଲାଟା ଆକ୍ସନ ଉପରେ ବାଧା ସୃଷ୍ଟି କରିବା ନେଇ ଲକ୍ଷ୍ୟ ରଖିଛି ।

ଦୁଇ ପୂର୍ବରୁ ଋଷ୍ ରାଷ୍ଟ୍ରପତି ପୁତିନଙ୍କ ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ । ଏହା ମହାଯୁଦ୍ଧକୁ ମୁହାଁଉଛି । ଦଶନ୍ଧି ଧରି ଚାଲିପାରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ । କୀଭ୍ ସୈନ୍ୟ ଗୁଇନ୍ଦା ଏଜେନ୍ସି ଦ୍ବାରା ଜାରି ହୋଇଥିବା ବୟାନରେ କୁହାଯାଇଛି, ଋଷ ସେନା ୟୁକ୍ରେନର ପରମାଣୁ ଉର୍ଜା ୟୁନିଟ୍ ଉପରେ ହମଲା କରିପାରେ । ଋଷ୍ ସଂଯୁକ୍ତ ରାଷ୍ଟ୍ରର ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସିର ସ୍ଥାୟୀ ନୀରିକ୍ଷଣ ମିଶନ କର୍ମଚାରୀଙ୍କୁ ରୋଟେସନ ବାଧିତ କରିଛି । ଯାହା ଶନିବାର ପାଇଁ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ହେଲେ ଏହାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ ବୋଲି କୀଭ୍ କହିଛନ୍ତି ।

ସେପଟେ ଋଷ-ୟୁକ୍ରେନ ଯୁଦ୍ଧ ଉପରେ ନଜର ରଖିଛି ଆମେରିକା । ହ୍ବାଇଟ୍ ହାଉସ୍ କହିଛି, ମହାଯୁଦ୍ଧ ଉପରେ ତୀକ୍ଷଣ ନଜର ରଖାଯାଇଛି ଏବଂ କୌଣସି ରେଡିଓ ଧର୍ମୀ ସାମଗ୍ରୀର ଲିକ୍ ହୋଇଥିବାର ସଂକେତ ମିଳିନାହିଁ । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରୀୟ ସୁରକ୍ଷା ଏବଂ ରକ୍ଷା ପରିଷଦ ସଚିବ ଆଲେକ୍ସି ଡେନିଲୋବ ବିବିସିକୁ ସାକ୍ଷାତକାର ଦେଇ କହିଛନ୍ତି, ମସ୍କୋ କୀଭ ସେନା ଉପରେ ହମଲା ଯୋଜନା କରୁଛି । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଆକ୍ରମଣ କରିବ ।