ୟୁକ୍ରେନର ନୂଆ ରଣନୀତି : ଋଷ ଶାସିତ କ୍ରିମିଆ ଉପରେ ଡ୍ରୋନ୍ ଆକ୍ରମଣ, ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମରେ ଋଷ କଲା ବିଫଳ

Published By : Prameya-News7 Bureau | August 20, 2022 IST

ନୂଆଦିଲ୍ଲୀ, ୨୦|୦୮:  ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଋଷର ଘନଘନ ଆକ୍ରମଣକୁ କାଉଣ୍ଟର କରିଛି ୟୁକ୍ରେନ । ରାଷ୍ଟ୍ରପତି ଜେଲେନସ୍କିଙ୍କ ସେନା ଋଷ ଉପରେ ଡ୍ରୋନ୍ ଆକ୍ରମଣ କରିଛି । ପୁଟିନ ସେନା ଦଖଲ କରିଥିବା ଅନେକ ଅଞ୍ଚଳ ଉପରେ ଏହି ଆକ୍ରମଣ ହୋଇଛି ।

ରିପୋର୍ଟ ଅନୁସାରେ, କ୍ରିମିଆ ୬ ବର୍ଷ ଧରି ଋଷ ଅଧିନରେ ରହିଛି । ଆଉ କିଛି ସ୍ଥାନକୁ ନିକଟରେ ଋଷ ଦଖଲକୁ ନେଇଥିଲା । ଋଷିଆର ଆଣ୍ଟି ଏୟାରକ୍ରାଫ୍ଟ ୟୁନିଟ୍ ଶୁକ୍ରବାର ରାତିରେ ଅଧିକ ସକ୍ରିୟ ହୋଇଯାଇଥିଲା । କାରଣ ୟୁକ୍ରେନ କ୍ରିମିୟାସ୍ଥିତ ୟେଭପାଟୋରିୟାରେ ଆକ୍ରମଣ କରିଥିଲା । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ହେଲେ ଏହାର ସତ୍ୟାସତ୍ୟ ଜଣାପଡି ନାହିଁ ।

ଏକ ଋଷିଆନ ଓ୍ୱେବସାଇଟରେ ପ୍ରକାଶିତ ତଥ୍ୟ ଅନୁସାରେ, ୬ଟି ୟୁକ୍ରେନ ଡ୍ରୋନ୍ ଆକ୍ରମଣ ଉଦ୍ଦେଶ୍ୟରେ ନୋଭା କାଖୋଭକା ଅଭିମୁଖେ ଆସିଥିଲେ । କିନ୍ତୁ ଋଷିଆର ଆଣ୍ଟି ଏୟାରକ୍ରାଫ୍ଟ ଫୋର୍ସ ଏହାକୁ ତଳେ ପକାଇ ଦେଇଥିଲା । ଋଷ ଦଖଲରେ ଥିବା ଖେରୋସନକୁ ୟୁକ୍ରେନ ନିଜ ଅକ୍ତିଆରୁ ପୁଣି ଆଣିବା ପାଇଁ ଏପରି କରିଥିବା କୁହାଯାଉଛି ।

ଖେରୋସନ ରିଜିଓନାଲ କାଉନସିଲର ସଦସ୍ୟ ସେରୀ ଖାଲନ୍ କହିଛନ୍ତି ଯେ, ୟୁକ୍ରେନ ସଶସ୍ତ୍ର ବାହିନୀ ଋଷକୁ ଶୁକ୍ରବାର ସନ୍ଧ୍ୟାରେ କେବଳ ଏକ ଯାଦୁ ଦେଖାଇଥିଲେ । ଏହା କେବଳ ଝଲକ ଥିଲା । ଶୁକ୍ରବାର କ୍ରିମିୟାର ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ଋଷିଆର ବେସ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ।

ଋଷ ଟାର୍ଗେଟରେ ଜାପୋରଝିଆ

କିଛିଦିନ ତଳେ ଜାପୋରଝିଆ ପାଖରେ ଥିବା ଏକ ଆଣବିକ ପ୍ଲାଣ୍ଟରେ ଗୁଳିମାଡ ଓ ବୋମାମାଡ ହୋଇଥିଲା । ଏହାକୁ ଟାର୍ଗେଟ କରି ୟୁକ୍ରେନର ସବଠୁ ବଡ ଶକ୍ତିକୁ ପୁଟିନ୍ ସେନା ଦୁର୍ବଳ କରିବାକୁ ଚାହୁଁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.