Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ

28/03/2023 at 6:50 PM

ନୂଆଦିଲ୍ଲୀ: ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ଉତ୍ତୀର୍ଣ୍ଣ କରିବାକୁ ଥରେ ମାତ୍ର ସୁଯୋଗ ମିଳିବ। ଭାରତର କୌଣସି ମେଡିକାଲ୍‌ କଲେଜ୍‌ର ନାମ ନ ଲେଖାଇ ମଧ୍ୟ ଛାତ୍ରଛାତ୍ରୀମାନେ MBBS ପରୀକ୍ଷା ଦେଇପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ସୁପ୍ରିମକୋର୍ଟଙ୍କୁ ଏଭଳି ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀ MBBSର ଉଭୟ ପାର୍ଟ-୧ ପାର୍ଟ-୨ (ଥିଓରି ଓ ପ୍ରାକ୍ଟିକାଲ୍‌) ପରୀକ୍ଷା ଦେଇପାରିବେ ବୋଲି କେନ୍ଦ୍ର ସରକାର ସୂଚିତ କରିଛନ୍ତି।

ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରାୟ ୧୮ ହଜାର ଛାତ୍ରଛାତ୍ରୀ ଅଧାରୁ ମେଡିକାଲ୍ ପାଠ ଛାଡ଼ି ୟୁକ୍ରେନ୍‌ରୁ ଭାରତକୁ ଚାଲି ଆସିଥିଲେ। ଏଠାରେ କୌଣସିମେତ ପାଠ ପଢ଼ା ଡିଗ୍ରୀ ନେବାକୁ ଚେଷ୍ଟା କରୁଥିବା ବେଳେ ଭାରତ ସରକାରଙ୍କ କଡ଼ା ନିୟମରେ ତାଙ୍କ ଭବିଷ୍ୟତ ଝୁଲନ୍ତା ଅବସ୍ଥାରେ ରହିଛି। ଏହାକୁ ନେଇ ଚାତ୍ରଛାତ୍ରୀମାନେ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ମାମଲା କୋର୍ଟରେ ବିଚାରାଧୀନ ଅଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଏହି ଦୁଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷର ବାଧ୍ୟତାମୁଳକ ରୋଟାରୀ ଇଣ୍ଟର୍ଣ୍ଣସିପ୍‌(ପ୍ରଶିକ୍ଷଣ) କରିବାକୁ ପଡ଼ିବ। ପ୍ରଥମ ବର୍ଷ ମାଗଣାରେ ଇଣ୍ଟର୍ଣ୍ଣସିପ୍ କରିବେ ଓ ଦ୍ୱିତୀୟ ବର୍ଷରେ ସେମାନଙ୍କୁ ଦରମା ଦିଆଯିବ। ପୂର୍ବରୁ ଏକ ମାମଲାରେ ହସ୍ତକ୍ଷେପ କରି ଜାତୀୟ ମେଡିକାଲ କମିଶନ(NMC) ଏହି ନିଷ୍ପତ୍ତି ନେଇଛି।  

ୟୁକ୍ରେନ୍‌ ଛାତ୍ରଛାତ୍ରୀଙ୍କ ମେଡିକାଲ ଡିଗ୍ରୀ ଶେଷ କରିବା ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିବ ଏ ବିଷୟରେ ନିଷ୍ପତ୍ତି ନେବାକୁ କହିଥିଲେ। କମିଟି ହିଁ ଉପରୋକ୍ତ ନିଷ୍ପତ୍ତି ନେଇଛି।    

   Related Posts