ୟୁକ୍ରେନରେ ପିଲାଙ୍କ ସମ୍ନାରେ ମହିଳାଙ୍କୁ କରାଯାଇଛି ଦୁଷ୍କର୍ମ; ସୁରକ୍ଷା ପରିଷଦକୁ କହିଲେ ଜେଲେନସ୍କି

Published By : Prameya-News7 Bureau | April 05, 2022 IST

ନୂଆଦିଲ୍ଲୀ ୦୫/୦୪ : ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି। ଏହା ମଧ୍ୟରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ(UNSC) ସମ୍ବୋଧିତ କରି ୟୁକ୍ରେନର ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଋଷ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ପ୍ରବଳ ବର୍ଷିଛନ୍ତ। ସେ କହିଛନ୍ତି ୟୁକ୍ରେନର ନାଗରିକମାନଙ୍କୁ ଟ୍ୟାଙ୍କ ଦ୍ୱାରା ହତ୍ୟା କରାଯିବା ସହିତ ମହିଳାମାନଙ୍କୁ ତାଙ୍କ ପିଲାମାନଙ୍କ ଆଗରେ ଦୁଷ୍କର୍ମ କରିବା ସହିତ ହତ୍ୟା କରାଯାଇଛି। ବୁଚାରେ ହୋଇଥିବା ନରସଂହାର ବିଷୟରେ ସେ କହିଛନ୍ତି ବୁଚାରେ ଋଷ ସେନା ଯାହା କହିଛନ୍ତି ତାହା କୃରତା। ଏହା ବ୍ୟତିତ ସେ ସୁରକ୍ଷା ପରିଷଦରେ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।  

ଫେବୃଆରୀ ୨୪ ରେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ପ୍ରଥମ ଥର ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦକୁ ଜେଲେନ୍କି ସମ୍ବୋଧନ କରିଛନ୍ତି। ସେ କହିଛନ୍ତି ଋଷ ସେନା ଓ ତାଙ୍କୁ ଆଦେଶ ଦେଉଥିବା ବ୍ୟକ୍ତିଙ୍କୁ କାଠଗଡ଼ାକୁ ଆଣିବା ଆବଶ୍ୟକ। ଋଷକୁ ସୁରକ୍ଷା ପରିଷଦରୁ ବାହାର କରିଦେବା ପାଇଁ ଜେଲେନସ୍କି ଦାବି କରିଛନ୍ତି।  ସେ ଆହୁରି କହିଛନ୍ତି ଯଦି ଆପଣଙ୍କୁ ଲାଗୁଛି ଏବେ ଅନ୍ତରାଷ୍ଟ୍ରୀୟ ଆଇନର ସମୟ ଚାଲିଛି ତାହେଲେ ଆପଣଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ।

କେବଳ ଏତିକି ନୁହେଁ  ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ୟୁଏନଏସସି ଯେଉଁ ସୁରକ୍ଷା ଉପଲବ୍ଧ କରିବା କଥା ତାହା କେଉଁଠି ଅଛି? ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଋଷ ୟୁକ୍ରେନ ଉପରେ କରିଥିବା ଆକ୍ରମଣକୁ ସବୁଠାରୁ ଭିଷଣ ଯୁଦ୍ଧ ଅପରାଧ ଭାବେ ଦେଖିବାକୁ ମିଳିଛି। ଋଷ ୟୁକ୍ରେନକୁ କିଛି କହୁ ନଥିବା ଚାକର ବନାଇବାକୁ ଚାହୁଁଛି ବୋଲି ଜେଲେନସ୍କି ଅଭିଯୋଗ କରିଛନ୍ତି ଓ ଋଷ ଏହି ଆକ୍ରମଣ ପାଇଁ ଦାୟୀ ରହିବ ବୋଲି କହିଛନ୍ତି ।   

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.