Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

‘ପୁଟିନଙ୍କୁ ମାରି ଦେବେ ଘନିଷ୍ଠ’ ! ୟୁକ୍ରେନ-ଋଷ ଯୁଦ୍ଧ ମଧ୍ୟରେ ଜେଲେନସ୍କିଙ୍କ ଚାଞ୍ଜଲ୍ୟକର ବୟାନ

27/02/2023 at 8:00 PM

ନୂଆଦିଲ୍ଲୀ: ଭାଲମିଦିର୍ ପୁଟିନଙ୍କୁ ତାଙ୍କ ନିଜ ଲୋକ ମାରି ଦେବେ । ଘନିଷ୍ଠଙ୍କ ଦ୍ବାରା ହତ୍ୟାର ଶିକାର ହେବେ ଋଷ୍ ରାଷ୍ଟ୍ରପତି । ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଭିତରେ ଏଭଳି କିଛି କହିଛନ୍ତି ଯୁକ୍ରେନ ରାଷ୍ଟ୍ରପତି  ଜେଲେନସ୍କି । ଯୁକ୍ରେନ ଯୁଦ୍ଧକୁ ନେଇ ଜାରି ହୋଇଥିବା ଡକ୍ୟୁମେଣ୍ଟାରୀରେ ପୁଟିନଙ୍କୁ ତାଙ୍କ ଘନିଷ୍ଠ ଲୋକ ମାରି ଦେବେ ବୋଲି ପ୍ରକାଶ ପାଇଛି ।  

ଋଷ୍-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ପୂରିଗଲାଣି, ହେଲେ ତଥାପି ଥମିବାର ନାଁ ଧରୁନାହିଁ ଯୁଦ୍ଧ । ଏବେବି ଉଭୟ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଋଷ ରାଷ୍ଟ୍ରପତିଙ୍କ ହତ୍ୟା କଥା ଉଠାଇଛନ୍ତି । ଜେଲେନସ୍କି ଦାବି କରିଛନ୍ତି, ପୁଟିନଙ୍କ ହତ୍ୟା ଅନ୍ୟ କେହି ନୁହେଁ, ବରଂ ତାଙ୍କର ନିକଟତର ଲୋକ କରିବେ । ଏମିତି ସମୟ ଆସିବ ପୁଟିନଙ୍କ କାର୍ଯ୍ୟାଳୟର ଘନିଷ୍ଠ ଲୋକ ତାଙ୍କ ବିରୋଧରେ ସ୍ବର ଉତୋଳନ କରିବେ । ନ୍ୟୁଜବିକ୍ ଅନୁଯାୟୀ, ଏହାକୁ ପୂରା ଋଷବାସୀ ଅନୁଭବ କରିବେ । ପରେ ଶିକାରୀ ହିଁ ଶିକାର ହୋଇଯିବ । ପୁଟିନଙ୍କୁ ହତ୍ୟା କରିବାକୁ ଯଥେଷ୍ଟ କାରଣ ମିଳିଯିବ । ସେତେବେଳେ ଜେଲେନସ୍କିଙ୍କ ଏହି ଶବ୍ଦ ମନେ ପଡ଼ିବ ବୋଲି ୟୁକ୍ରେନ ରାଷ୍ଟ୍ରପତି କହିଛନ୍ତି ।

ଜେଲେନସ୍କି କହିଛନ୍ତି, ‘ମୁଁ ସଠିକ୍ ଭାବେ କହିପାରୁନାହିଁ, ହେଲେ ଏହା ସତ ଯେ, କ୍ରିମିୟନ ପେନିନସୁଲାର ପୁଣି ଥରେ ୟୁକ୍ରେନ ନିଜ ନିୟନ୍ତ୍ରଣକୁ ନେବା ପରେ ଏହି ଯୁଦ୍ଧ ଶେଷ ହେବ । ଏହା ଯୁକ୍ରେନର ଭୂ-ଭାଗ, ସେମାନେ ଆମର ଲୋକ, ଏହା ଆମର ଇତିହାସ’ । ୟୁକ୍ରେନ ଜାତୀୟ ପତାକାକୁ ୟୁକ୍ରେନ ପୁଣି ଥରେ ଫେରାଇ ଆଣିବ ବୋଲି ଜେଲେନସ୍କି କହିଛନ୍ତି ।

ୟୁକ୍ରେନ ରାଷ୍ଟ୍ରପତିଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେଉଁ ସମୟରେ ପୁଟିନଙ୍କ ଘନିଷ୍ଠ କ୍ରୋଧରେ ରହିଛନ୍ତି । ଓ୍ବାଶିଂଟନ ପୋଷ୍ଟରେ ମଧ୍ୟ ଏଭଳି ଖବର ପ୍ରକାଶ ପାଇଥିଲା । ଯେଉଁଥିରେ ଲେଖାଥିଲା ଋଷ ରାଷ୍ଟ୍ରପତିଙ୍କ ନିଜ ଲୋକ ତାଙ୍କୁ ବିରୋଧ କରୁଛନ୍ତି । ହେଲେ ଏହି ରିପୋର୍ଟକୁ ଭିତ୍ତିହୀନ ବୋଲି କହିଥିଲେ ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  

   Related Posts