ପିଏମ୍ ମୋଦୀଙ୍କୁ ଚିଠି ଲେଖିଲେ ଜେଲେନସ୍କି, ରୁଷ ସହ ଯୁଦ୍ଧ ଭିତରେ ଭାରତକୁ କଲେ ଏହି ନିବେଦନ

Published By : Prameya-News7 Bureau | April 12, 2023 IST

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପିଏମ୍ ମୋଦୀଙ୍କୁ ଅତିରିକ୍ତ ମାନବୀୟ ସହାୟତା ପଠାଇବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଏପରି ସମୟରେ ଚିଠି ଲେଖିଛନ୍ତି ଯେତେବେଳେ ୟୁକ୍ରେନର ଉପବିଦେଶ ମନ୍ତ୍ରୀ ଏମିନ ଝାପରୋଭା ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜେଲେନସ୍କି ଲେଖିଥିବା ଚିଠିକୁ ୟୁକ୍ରେନର ଉପବିଦେଶ ମନ୍ତ୍ରୀ ଏମିନ ଝାପରୋଭା ମଙ୍ଗଳବାର ବିଦେଶ ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖିଙ୍କୁ ଦେଇଥିଲେ । ଏହି ଚିଠିରେ ଔଷଧ, ଚିକିତ୍ସା ଉପକରଣ ସହ ଅନ୍ୟ ଅତିରିକ୍ତ ମାନବୀୟ ଯୋଗାଇବା ପାଇଁ ଅନୁରୋଧ କରାଯାଇଛି । ଏହା ଉପରେ ଟ୍ୱିଟ୍ କରି ୟୁକ୍ରେନକୁ ମାନବୀୟ ସହାୟତା ପଠାଯିବା ଉପରେ ଆଶ୍ୱାସନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସୋମବାର ୟୁକ୍ରେନ ଉପବିଦେଶ ମନ୍ତ୍ରୀ କହିଥିଲେ ଯେ ରୁଷ ସହ ଯୁଦ୍ଧର ସମାଧାନରେ ଭାରତ ସହଯୋଗ କରୁ ବୋଲି କିଭ୍ ଚାହୁଁଛି ।

ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବୟାନରେ ଏହା ମଧ୍ୟ କୁହାଯାଇଛି ଯେ, ୟୁକ୍ରେନର ଭିତ୍ତିଭୂମି ପୁନଃନିର୍ମାଣ ଭାରତୀୟ କମ୍ପାନିଙ୍କ ପାଇଁ ଏକ ଅବସର ହୋଇପାରେ ବୋଲି ୟୁକ୍ରେନ ମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.