ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରୁଷର ମୁକାବିଲା ସହଜ ନୁହେଁ, ୟୁକ୍ରେନକୁ ସତର୍କ କରାଇଲେ ଆମେରିକା ସେନା ପ୍ରମୁଖ

17/11/2022 at 9:58 PM

ନୂଆଦିଲ୍ଲୀ: ଖେରସନରୁ ରୁଷ ସୈନିକ ପଛକୁ ହଟିବା ପରେ ୟୁକ୍ରେନ ଏବେ ଅନେକ ବଡ଼ ବଡ଼ ଦାବି କରୁଛି । ଯୁଦ୍ଧ ଶୀଘ୍ର ଶେଷ ହେବ ବୋଲି ମଧ୍ୟ ୟୁକ୍ରେନ ଦାବି କରୁଛି । ତେବେ ଆମେରିକାର ଜଣେ ଶୀର୍ଷ ଅଧିକାରୀ ଯୁଦ୍ଧକୁ ନେଇ ବଡ଼ ଦାବି କରିଛନ୍ତି । ଅଧିକାରୀଙ୍କ ଅନୁସାରେ, ଯୁଦ୍ଧ ଶେଷ କରିବା ସହଜ ନୁହେଁ । ସେ କହିଛନ୍ତି, ଏବେ ବି ରୁଷ ନିକଟରେ ପର୍ଯ୍ୟାପ୍ତ ସୈନ୍ୟ ଶକ୍ତି ଅଛି । ଏହାରି ଭିତରେ ଗତ କିଛି ଦିନ ଧରି ୟୁକ୍ରେନର ବିଭିନ୍ନ ସହର ଉପରେ ଶହ ଶହ ମିଶାଇଲ ମାଡ କରିଛି ରୁଷ । ମିଶାଇଲ ମାଡ ଯୋଗୁଁ ଅନେକ ସ୍ଥାନରେ ବ୍ଲାକଆଉଟ୍ ହୋଇଛି ।

ଆର୍ମି ଜେନେରାଲ ମାର୍କ ମିଲେ ୟୁଏସ ଜଏଣ୍ଟ ଚିଫ୍ ଅଫ୍ ଷ୍ଟାଫର ଅଧ୍ୟକ୍ଷ ଅଛନ୍ତି । ସେ କହିଛନ୍ତି ଯେ ସବୁ ସ୍ଥାନରୁ ରୁଷ ସୈନିକଙ୍କୁ ୟୁକ୍ରେନ ସବୁ ସ୍ଥାନରୁ ହଟାଇ ପାରିବ ତାହା କହିବା ସମ୍ଭବ ନୁହେଁ । ୟୁକ୍ରେନର ବଡ଼ ଅଂଶରେ ରୁଷ କବଜା ରହିଛି । ୟୁକ୍ରେନ ସେତେବେଳେ ବିଜୟୀ ହେବ ଯେତେବେଳେ ସବୁ ସ୍ଥାନରୁ ରୁଷ ସେନାକୁ ହଟାଇ ପାରିବ ।

ମିଲେ କହିଛନ୍ତି, ୟୁକ୍ରେନରେ ତାଣ୍ଡବ ରଚୁଛି ରୁଷର ମିଶାଇଲ । ଏଥିରେ ନିରୀହ ଲୋକଙ୍କ ଜୀବନ ଯାଉଛି । ୟୁକ୍ରେନର ସାହସକୁ ଭାଙ୍ଗିବାକୁ ପ୍ରୟାସ କରିଛୁ । ଜେନେରାଲ ମିଲେ କହିଛନ୍ତି, ସେ ନିଜ ରୁଷ ସମକ୍ଷକଙ୍କ ସହ ଫୋନ ଯୋଗେ କଥା ହେବାକୁ ପ୍ରୟାସ କରିଥିଲେ କିନ୍ତୁ କଥା ହୋଇପାରି ନଥିଲେ । ୟୁକ୍ରେନର ସହର ଉପରେ ଏହିପରି ମିଶାଇଲ ମାଡ ନକରିବା ପାଇଁ ରୁଷ ସମକ୍ଷକଙ୍କୁ ସେ ନିବେଦନ କରିଥାନ୍ତେ । ଜେନେରାଲ ମିଲେ କହିଛନ୍ତି, ଆମେରିକା ସବୁବେଳେ ୟୁକ୍ରେନର ସମର୍ଥନ କରିବ ।

   Related Posts