scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଋଷ୍ ଉପରେ ୟୁକ୍ରେନର ପ୍ରଚଣ୍ଡ ପ୍ରହାର; ମିସାଇଲ୍ ମାଡ଼ରେ ନୌସେନା ଘାଟି ନଷ୍ଟ, ୯ମୃତ

24/09/2023 at 11:52 AM

କୀଭ୍‌,୨୩/୯: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଦେଢ଼ ବର୍ଷରୁ ଅଧିକ ସମୟ ହେଲା ଯୁଦ୍ଧ ଜାରି ରହିଛି । ଶନିବାର  ଋଷ ନୌସେନା ଘାଟିକୁ ଟାର୍ଗେଟ୍ କରିଛି କୀଭ୍ । କ୍ରିମିଆ ଅନ୍ତର୍ଗତ କୃଷ୍ଣ ସାଗରରେ ଥିବା ରୁଷର ନୌସେନା ବେଶ ଉପରେ ପ୍ରଚଣ୍ଡ ପ୍ରହାର କରିଛି ୟୁକ୍ରେନ । ଏଥିରେ ୨ଜଣ ସେନା ଜେନେରାଲଙ୍କ ସମେତ ମୋଟ୍ ୯ଜଣ ଅଧିକାରୀ ପ୍ରାଣ ହରାଇଛନ୍ତି । ସେହିପରି ଅନ୍ୟ ୧୬ଜଣ ଗୁରୁତର ଆହତ ହୋଇଛନ୍ତି ।

ୟୁକ୍ରେନ ଜୋରଦାର୍ ହମ୍‌ଲାର ଭିଡିଓ ମଧ୍ୟ ସାମ୍‌ନାକୁ ଆସିଛି । ଯେଉଁଥିରେ ଏକ ମିସାଇଲ ଋଷର  ନୌସେନା ମୁଖ୍ୟାଳୟ ଉପରେ ପଡୁଥିବା ଦେଖିବାକୁ ମିଳିଛି । ଏହା ପରେ ବେଶ କ୍ୟାମ୍ପରେ ବ୍ଲାଷ୍ଟ ହୋଇ ନିଆଁ ଲାଗି  ଯାଇଥିଲା । ବିବିସି ରିପୋର୍ଟ ଅନୁସାରେ ଷ୍ଟର୍ମ ଶ୍ୟାଡୋ କ୍ରୁଜ ମିସାଇଲରେ ଏହି ଆକ୍ରମଣରେ ବ୍ୟବହାର କରାଯାଇଛି । ବ୍ରିଟେନ୍ ଓ ଫ୍ରାନ୍ସ ପକ୍ଷରୁ ଏହି ମିସାଇଲ ୟୁକ୍ରେନକୁ ମିଳିଛି ।  ଏହି ଆକ୍ରମଣରେ ରୁଷର ଦୁଇଜଣ  ଜେନେରାଲ ପ୍ରାଣ ହରାଇଥିବା ୟୁକ୍ରେନ ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ କିରାଲି ବୁଡ଼ାନୋଭ ସୂଚନା ଦେଇଛନ୍ତି ।

   Related Posts