ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଋଷର ଦାବି: ୟୁରୋପର ସର୍ବବୃହତ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ପାଖରେ ୩ ଥର ଗୁଳିକାଣ୍ଡ କଲା ୟୁକ୍ରେନ୍‌

27/08/2022 at 7:27 PM

କିଭ୍‌ ୨୭/୦୮: ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଶନିବାର ବଡ଼ ଦାବି କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ୟୁକ୍ରେନ ସେନା ୟୁରୋପ୍‌ର ସବୁଠୁ ବଡ଼ ଜାପୋରିଜ୍ଜିଆ ନ୍ୟୁକ୍ଲିଏର ପାୱାର ପ୍ଲାଣ୍ଟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଥର ଗୁଳିକାଣ୍ଡ କରିଛି। କିନ୍ତୁ ଏହା ପୂର୍ବରୁ ୟୁକ୍ରେନ ମଧ୍ୟ  ଋଷ ବିରୋଧରେ ନ୍ୟୁକ୍ଲିଏର ପ୍ଲାଣ୍ଟରେ ଆକ୍ରମଣ କରିଥିବା ଅଭିଯୋଗ କରିଛି।

ଯୁଦ୍ଧ ଭୂମିରେ ଋଷ ଓ ୟୁକ୍ରେନ୍‌ର ଏପରି ଦାବି ସତ କି ନୁହେଁ ତାହା ଖବର ସରବରାହ ସଂସ୍ଥା ରଏଟର୍ସ ସ୍ପଷ୍ଟ କରିନାହିଁ କିନ୍ତୁ କହିଛି ଯେ, ଋଷର ଏପରି ଅଭିଯୋଗରେ କିଭ୍‌ ପକ୍ଷରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।  

ସୂଚନାଥାଉକି, ଜାପୋରିଜ୍ଜିଆ ନ୍ୟୁକ୍ଲିଅର ପାୱାର ପ୍ଲାଣ୍ଟ ପାଖରେ ହୋଇଥିବା ଗୁଳିକାଣ୍ଡ ପାଇଁ ୟୁକ୍ରେନ ଓ ଋଷ ପରସ୍ପରକୁ ଦୋଷାରପ କରୁଛନ୍ତି। ଏହା ପୂର୍ବରୁ ଗୁରୁବାର ପାୱାପରପ୍ଲାଣ୍ଟ ପାଖରେ ଅଗ୍ନିକାଣ୍ଡ ହେବାରୁ କୋଇଲା ତାପଜ ବିଦ୍ୟୁତ କେନ୍ଦ୍ର ଜଳିଯାଇଥିଲା। ଏହି କାରଣରୁ ପାୱାର ପ୍ଲାଣ୍ଟରେ ମଧ୍ୟ ବିଜୁଳିକାଟ ହୋଇଥିଲା।   

   Related Posts