ଆମେରିକା F16 ଯୁଦ୍ଧବିମାନକୁ ମାରି ଖସାଇଲା ଋଷ୍; ବାୟୁସେନା ମୁଖ୍ୟଙ୍କୁ ବରଖାସ୍ତ କଲା ୟୁକ୍ରେନ

Published By : Prameya-News7 Bureau | August 31, 2024 IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭତିରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମୀର ଜେଲେନସ୍କି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଜେଲେନସ୍କି ବାୟୁସେନା ମୁଖ୍ୟଙ୍କୁ ବରଖାସ୍ତ କରିଛନ୍ତି । ଏହାର ୪ଦିନ ପୂର୍ବରୁ ପଶ୍ଚିମ ସହଯୋଗୀ ଦେଶରୁ ମିଳିଥିବା F16 ଯୁଦ୍ଧ ବିମାନ କ୍ରାସ୍ କରିଥିଲା । ଏଥିରେ ଜଣେ ପାଇଲଟଙ୍କ ପ୍ରାଣ ହରାଇଛନ୍ତି । ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଏଭଳି ନିଷ୍ପତ୍ତି ନିଆଯାଇଛନ୍ତି । ଏୟାରଫୋର୍ସ ମୁଖ୍ୟ ଲେଫ୍ଟନାଣ୍ଟ ଜେନରାଲ ମାୟକୋଲ୍ ଓଲେଶଚୁକଙ୍କୁ ବରଖାସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।  

ଏହି ଆଦେଶ ଦେବା ପରେ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି, ଆମକୁ ଦେଶବାସୀଙ୍କୁ ଯୁଦ୍ଧ ମୁହଁରୁ ରକ୍ଷା କରିବାର ଅଛି । ୟୁକ୍ରେନ ସେନା ସୁରକ୍ଷିତ ରହିବା ଦରକାର । କମାଣ୍ଡର ସ୍ତରୀୟ ଅଧିକାରୀ ନିଜ ସେନାକୁ ମଜବୁତ କରିବାର ଆବଶ୍ୟକତା ରହିଛି ବୋଲି ଜେଲେନସ୍କି କହିଛନ୍ତି । ଏହାରି ଭିତରେ ଲେଫ୍ଟନାଣ୍ଟ ଜେନେରାଲ ଅନାତୋଲ କ୍ରିଓ୍ବନୋଜ୍‌କୋଙ୍କୁ କାର୍ଯ୍ୟନିର୍ବାହୀ ବାୟୁସେନା ଚିଫ୍ ଭାବେ ନିଯୁକ୍ତି କରାଯାଇଛି । ଜେଲେନସ୍କି ସରକାରର ଜଣେ ସାଂସଦଙ୍କୁ ପୂର୍ବ ବାୟୁସେନା ମୁଖ୍ୟ ଆଲୋଚନା କରିବା ପରେ ଏହି ସବୁ ଘଟଣା ଘଟିଛି । 

ଅନ୍ୟପଟେ ସାଂସଦ ଜଣଙ୍କ ଦାବି କରିଛନ୍ତି, ଏଫ-୧୬କୁ ପ୍ୟାଟ୍ରିୟାଟ୍ ପ୍ରଣାଳୀ ଦ୍ବାରା ମାରି ଖସାଇ ଦିଆଯାଇଛି । ଋଷକୁ ଅଟକାଇବାକୁ ଆମେରିକା ଠାରୁ ୟୁକ୍ରେନକୁ ବହୁ ସଂଖ୍ୟାରେ ଅସ୍ତ୍ରଶସ୍ତ୍ର ମିଳିଛି । ଏଫ-୧୬ ଯୁଦ୍ଧ ଜାହାଜକୁ ପ୍ୟାଟ୍ରିୟାଟ୍ ପ୍ରଣାଳୀ ଦ୍ବାରା ହରାଇବା ନେଇ ବିଗିଡି ଯାଇଥିଲେ ସାଂସଦ ମାରିୟାନା ବଜହୁଲ । ଏଥିରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଥିଲେ  । ଏହା ପରେ ରାଷ୍ଟ୍ରପତି ଜେଲେନସ୍କି ବାୟୁସେନା ମୁଖ୍ୟ ବରଖାସ୍ତ କରିଛନ୍ତି ଏବଂ ତାଙ୍କ ସ୍ଥାନରେ ଲେଫ୍ଟନାଣ୍ଟ ଜେନେରାଲ ଅନାତୋଲ କ୍ରିଓ୍ବନୋଜ୍‌କୋଙ୍କୁ ଦାୟିତ୍ବ ଦେଇଛନ୍ତି ।... 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.