Russia-Ukraine War: ରୁଷ ଉପରେ ଭାରି ପଡିଲା ୟୁକ୍ରେନ, ଅକ୍ତିକାର କଲା ବଡ ଅଞ୍ଚଳ

Published By : Prameya-News7 Bureau | October 03, 2022 IST

କିଭ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅନେକ ମାସ ଧରି ଲଗାତାର ଜାରି ଯୁଦ୍ଧକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସେନା ଯୁଦ୍ଧ ଆରମ୍ଭ  ହେବା ପରଠୁ ଏ ପର୍ଯ୍ୟନ୍ତର ସବୁଠୁ ବଡ ସଫଳତା ହାସଲ କରିଛି। ୟୁକ୍ରେନ ସେନା ସୋମବାର ଦେଶର ଦକ୍ଷିଣରେ ସ୍ଥିତ ନିପର ନଦୀ କୂଳରେ ପ୍ରାଧ୍ୟାନ୍ୟ ବିସ୍ତାର କରିଛି ଏବଂ ସୈନିକ ଲଗାତାର ଆଗକୁ ବଢି ଚାଲିଛନ୍ତି। ଯଦି ୟୁକ୍ରେନ ସେନା ଏମିତି ଆଗକୁ ବଢନ୍ତି ତେବେ ରୁଷ ସୈନିକଙ୍କ ପାଇଁ ଜରୁରୀ ସାମଗ୍ରୀ ଯୋଗାଣ ଉପରେ ବିପଦ ବଢିପାରେ।

କିନ୍ତୁ କିଭ୍  ପକ୍ଷରୁ ଏହାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ମାତ୍ର ରୁଷ ସୂତ୍ରରୁ ପ୍ରକାଶ ଯେ, ୟୁକ୍ରେନର ଅନେକ ଟ୍ୟାଙ୍କ ହମଲା କରି ନଦୀର ପଶ୍ଚିମ କୂଳର ଅନେକ କିଲୋମିଟର ଆଗକୁ ବଢି ସାରିଛନ୍ତି। ଏହି ସମୟରେ ଅନେକ ଅଞ୍ଚଳ ଉପରେ ସ୍ଥିତ ଗାଁକୁ କବଜା କରିଛି ୟୁକ୍ରେନ ସେନା। ପ୍ରଥମେ ଏହି ଅଞ୍ଚଳ ଉପରେ ରୁଷର ପତିଆରା ରହିଥିଲା।

ରୁଷର ସେନାର ଏକ ୟୁନିଟ୍‌ର ଲିଡର ଭ୍ଲାଦିମିର ସାଲ୍‌ଦୋ ରୁଷ ଚ୍ୟାନେଲକୁ କହିଛନ୍ତି, ଯୁଦ୍ଧ ସଂପର୍କିତ ଯେଉଁ ସଦ୍ୟତମ ଖବର ଆସିଛି ତାହା ଠିକ୍। ୟୁକ୍ରେନ ସେନାକୁ ବଡ ସଫଳତା ମିଳିଛି। ନୀପର ନଦୀ ଏବଂ ଏହାର ଆଖପାଖ ଅଞ୍ଚଳକୁ ୟୁକ୍ରେନ ସେନା ଅକ୍ତିକାର କରିଛନ୍ତି। ଏହି ଅଞ୍ଚଳର ପରିଧି ପ୍ରାୟ ୩୦ କିଲୋମିଟର ରହିଛି। ଯୁଦ୍ଧ ସମୟରେ ଏହି ଅଞ୍ଚଳ ଉପରେ ରୁଷ ସେନା ଘନ ଘନ ଆକ୍ରମଣ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.