Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୁଟିନଙ୍କ ସେନା ଉପରେ ଭାରି ପଡ଼ୁଛି ୟୁକ୍ରେନ ! ଗୋଟିଏ ରାତିରେ ମାରି ଖସାଇଲା ୩୭ କ୍ରୁଜ ମିଜାଇଲ ଏବଂ ୨୯ ଡ୍ରୋନ

29/05/2023 at 5:51 PM

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ଅଧିକ ବିପଜ୍ଜନକ ହେବାରେ ଲାଗିଛି । ଲଢେଇରେ ଗୋଟିଏ ପଟେ ରୁଷ ଏବେ ସିଧା ଆମେରିକାକୁ ଧମକ ଦେଇ ତାର ରାଜ୍ୟ ଅଲାସ୍କା ଉପରେ ମିଜାଇଲ ମାଡ କରିବା ନେଇ ଚେତାବନୀ ଦେଇଛି । ଅନ୍ୟପଟେ ୟୁକ୍ରେନ ସୋମବାର ଦାବି କରିଛି ଯେ କିଭ୍ ଉପରେ ସାରାରତି ମାଡ କରାଯାଉଥିବା ମିଜାଇଲକୁ ୟୁକ୍ରେନର ରକ୍ଷା ବିଭାଗ ନଷ୍ଟ କରିଛି । ୟୁକ୍ରେନ ରକ୍ଷା ବିଭାଗ ୩୭ କ୍ରୁଜ୍ ମିଜାଇଲ ଏବଂ ୨୯ ଡ୍ରୋନକୁ ମାରି ନଷ୍ଟ କରିଛି । ୟୁକ୍ରେନ ସେନା ଦାବି କରିଛି ଯେ ରୁଷର ପ୍ରତି ଆକ୍ରମଣର ମୁହଁତୋଡା ଜବାବ ଦିଆଯାଉଛି  ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗୋଟିଏ ବର୍ଷରୁ ଅଧିକ ସମୟ ପରେ ବି ଶେଷ ହେବାର ନାଁ ଧରୁ ନାହିଁ । ରୁଷରେ ଭ୍ଲାଦିମିର ପୁଟିନଙ୍କ ସହଯୋଗୀ ଅନୁମାନ କରୁଛନ୍ତି ଯେ ଏହି ଯୁଦ୍ଧ ଦଶନ୍ଧି ଯାଏ ଚାଲିପାରେ । ଏହାରି ଭିତରେ ରୁଷ ସେନା ୟୁକ୍ରେନର ପ୍ରମୁଖ ସହରଗୁଡିକରେ ମିଜାଇଲ ଆଟକ୍‌କୁ ଜୋରଦାର କରିଛି । ସାରା ରାତି ରୁଷ ସେନା କିଭର ଅନେକ ସ୍ଥାନ ଉପରେ ମିଜାଇଲ ମାଡ କରୁଛି ।

ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ଦାବି କରିଛି ଯେ ଗୋଟିଏ ରାତିରେ ୩୭ ରୁଷ କ୍ରୁଜ ମିଜାଇଲ ଏବଂ ୨୯ ଡ୍ରୋନକୁ ମାରି ଖସାଯାଇଛି । ୟୁକ୍ରେନ ସଶସ୍ତ୍ର ବଳର କମାଣ୍ଡର ଇନ-ଚିଫ୍ ଭାଲେରୀ ଜାଲୁଜନୀ ସୋସିଆଲ୍ ମିଡିଆରେ କହିଛନ୍ତି ଯେ ମୋଟ ୪୦ ମିଜାଇଲ ଏବଂ ୩୫ ଡ୍ରୋନ୍ ମାଡ କରାଯାଇଥିଲା, ଯେଉଁଥିରୁ ୩୭ ମିଜାଇଲ ଏବଂ ୨୯ ଡ୍ରୋନକୁ ଆକାଶରେ ମାରି ନଷ୍ଟ କରାଯାଇଛି ।

ALSO READ

   Related Posts