ନୂଆଦିଲ୍ଲୀ: ମିସ୍ ଜାପାନ-୨୦୨୪ ଟାଇଟଲ୍ ଫେରାଇଦେଲେ ୟୁକ୍ରେନରେ ଜନ୍ମିତ କାରୋଲିନା ଶିନୋ। ଜଣେ ବିବାହିତ ପୁରୁଷଙ୍କ ସହ କାରୋଲିନା ଶିନୋଙ୍କ ସମ୍ପର୍କ ବିଷୟରେ ଖବର ପ୍ରକାଶିତ ହେବା ପରେ ସେ ବିବାଦକୁ ଚାଲିଆସିଥିଲେ, ଯେଉଁ କାରଣରୁ ଶିନୋ ତାଙ୍କର ମିସ୍ ଜାପାନ ଟାଇଟଲ୍ ଫେରାଇଛନ୍ତି। ପ୍ରକାଶଥାଉକି ୨୬ ବର୍ଷିୟ ଶିନୋ ୟୁକ୍ରେନରେ ଜନ୍ମ ହୋଇଥିଲେ କିନ୍ତୁ ସେ ଜାପାନରେ ବଢିଥିଲେ। ସେ ଜଣେ ମଡେଲ। ସେ ମିସ୍ ଜାପାନ ପିଜାଣ୍ଟରେ ଅଂଶଗ୍ରହଣ କରିଥିଲେ ଏବଂ ମିସ୍ ଜାପାନ-୨୦୨୪ ଟାଇଟଲ୍ ମଧ୍ୟ ଜିତିଥିଲେ, କିନ୍ତୁ ତାଙ୍କ ଜୀବନ ସହ ଜଡିତ ବିବାଦ ପରେ ସେ ନିଜ ଟାଇଟଲ୍ ଫେରାଇ ଦେଇଛନ୍ତି।
କେବଳ ଏତିକି ନୁହେଁ, ଶିନୋଙ୍କ ବିଜୟ ପରେ, ଅନେକ ଲୋକ ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଜାପାନରେ ଜନ୍ମ ନେଇନଥିବା ବ୍ୟକ୍ତିଙ୍କୁ ଏହି ଟାଇଟଲ୍ କିପରି ଦିଆଯାଇପାରିବ। ଏହି ପ୍ରସଙ୍ଗରେ ବିତର୍କ ମଧ୍ୟରେ ଏକ ପତ୍ରିକାରେ ବିବାହିତ ପୁରୁଷଙ୍କ ସହ ଶିନୋଙ୍କ ସମ୍ପର୍କ ଉପରେ ଏକ କାହାଣୀ ପ୍ରକାଶ କରିଥିଲା।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶିନୋ ପ୍ରଭାବଶାଳୀ ତଥା ଡାକ୍ତର ଟକୁମା ମାଏଡାଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି କାହାଣୀ ସାମ୍ନାକୁ ଆସିବା ପରେ ପିଜାଣ୍ଟ ଆୟୋଜକ ପ୍ରଥମେ ଶିନୋଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥିଲେ ଏବଂ କହିଥିଲେ ଯେ ସେ ଡେଟିଂ କରୁଥିବା ବ୍ୟକ୍ତି ବିବାହିତ ବୋଲି ସେ ଜାଣି ନାହାଁନ୍ତି। ତେବେ ଏହା ପରେ ଜଣାପଡିଥିଲା ଯେ ସେ ଜାଣିଥିଲେ ଯେ ଟକୁମା ମଏଡା ବିବାହିତ ଏବଂ ସେ ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମା ମାଗିଛନ୍ତି।
ଜାପାନ ଟାଇମ୍ସ ଅନୁଯାୟୀ, ଶିନୋଙ୍କ ମଡେଲ ଏଜେନ୍ସି ଫ୍ରି ୱେଭ ସୋମବାର କହିଛନ୍ତି ଯେ ଡାକ୍ତର ପ୍ରଥମେ କହିଥିଲେ ଯେ ସେ ଅବିବାହିତ ଥିଲେ, କିନ୍ତୁ ଯେତେବେଳେ ଶିନୋ ଜାଣିବାକୁ ପାଇଲେ ଯେ ସେ ବିବାହିତ, ସେତେବେଳେ ସେ ଡାକ୍ତରଙ୍କ ସହ ସମ୍ପର୍କ ଛିନ୍ନ କରିନାହାଁନ୍ତି।
wp:html/wp:html
ମାଗାଜିନର କାହାଣୀ ପରେ, ଶିନୋ ଇନଷ୍ଟାଗ୍ରାମରେ ଲୋକଙ୍କ ନିକଟରେ କ୍ଷମା ମାଗିଥିଲେ ଏବଂ ଲେଖିଥିଲେ ଯେ ମୁଁ କରିଥିବା ଅସୁବିଧା ପାଇଁ ମୁଁ ଆପଣ ସମସ୍ତଙ୍କୁ କ୍ଷମା ମାଗୁଛି। ଯେଉଁମାନେ ମୋତେ ସମର୍ଥନ କରିଥିଲେ ମୁଁ ସେମାନଙ୍କ ହୃଦୟକୁ ଆଘାତ ଦେଇଛି। ସେ କହିଛନ୍ତି, ମାଗାଜିନର କାହାଣୀ ବାହାରିବା ପରେ ମୁଁ ଭୟରେ ସତ କହିବାକୁ ସାହସ କରିପାରିନଥିଲି।
ସୋମବାର ମିସ୍ ଜାପାନ ଆସୋସିଏସନ ଏହାର ୱେବସାଇଟରେ ଏକ ବିବୃତ୍ତି ଜାରି କରିଛି। ଏଥିରେ ଦର୍ଶାଯାଇଛି ଯେ ସେ ତାଙ୍କ ଟାଇଟଲ୍ ଫେରାଇବା ନେଇ ଶିନୋଙ୍କ ଅନୁରୋଧକୁ ଗ୍ରହଣ କରିଛନ୍ତି। ଏହା ସହିତ ଆସୋସିଏସନ ପେଜେଜ୍ ଆୟୋଜନ କରୁଥିବା ସମସ୍ତ ଦଳ ପାଇଁ କ୍ଷମା ପ୍ରାର୍ଥନା କରିଛି। ବର୍ତ୍ତମାନ ମିସ୍ ଜାପାନର ଟାଇଟଲ୍ ବର୍ଷସାରା ଖାଲି ରହିବ।