ରୁଷ ସୈନିକଙ୍କୁ ଘେରିଲା ୟୁକ୍ରେନ ସେନା, ‘ମୃତ୍ୟୁ କିମ୍ୱା ଆତ୍ମସମର୍ପଣ’ର ଦେଲେ ବିକଳ୍ପ

Published By : Prameya-News7 Bureau | October 01, 2022 IST

ନୂଆଦିଲ୍ଲୀ: ୟୁକ୍ରେନର ଚାରୋଟି ବଡ଼ ଅଞ୍ଚଳକୁ ରୁଷରେ ବିଲୟ କରିବା ନେଇ ପୁଟିନ ଘୋଷଣା ପରେ ଯୁଦ୍ଧ ଆହୁରି ଭୟଙ୍କର ହେବାର ଆଶଙ୍କା ସୃଷ୍ଟି ହୋଇଛି । ଶନିବାର ୟୁକ୍ରେନ ସେନା ରୁଷର ହଜାର ହଜାର ସୈନିକଙ୍କୁ ଘେରାବନ୍ଦୀ କରି ରଖିଛି । ପୂର୍ବ ୟୁକ୍ରେନର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଲୀମନରେ ଏହି ଘେରାବନ୍ଦୀ କରାଯାଇଥିବା କିଭ୍ କହିଛି । ଉଲ୍ଲେଖଯୋଗ୍ୟ ଯେ, ଯୁଦ୍ଧ ଆରମ୍ଭର କିଛି ମାସ ପରଠୁ ଏହି ଅଞ୍ଚଳ ମସ୍କୋ ଅଧିନରେ ରହିଛି ।

ୟୁକ୍ରେନ ସେନାର ମୁଖପାତ୍ର ସେରାହୀ ଚେରାଭାତୀ କହିଛନ୍ତି, ‘ଗୁରୁତ୍ୱପୂର୍ଣ୍ଣ ଲୀମନ ଅଞ୍ଚଳରେ ରୁଷ ସୈନିକଙ୍କୁ ଘେରାବନ୍ଦୀ କରାଯାଇଛି’। ୟୁକ୍ରେନର ସୈନ୍ୟ ପଦକ୍ଷେପ ସମ୍ପୃକ୍ତ ଅଞ୍ଚଳରେ ରୁଷ ସୈନିକଙ୍କ ସଂଖ୍ୟାକୁ କମାଇଛି । ପୂର୍ବରୁ ଏହି ଅଞ୍ଚଳରେ ରୁଷ ସେନାର ୫ ହଜାରରୁ ୬ ହଜାର ସୈନିକଙ୍କ ଉପସ୍ଥିତ ଥିଲା । ପୂର୍ବ ଡୋନେଟସ୍କ ଅଞ୍ଚଳର ଲୀମାନ ନିକଟବର୍ତ୍ତୀ ୫ଟି ଗାଁକୁ ମୁକ୍ତ କରାଯାଇଥିବା ଚେରାଭାତୀ କହିଛନ୍ତି ।

ଅନ୍ୟୁପଟେ ଲୁହାନସ୍କର ପଡୋଶୀ ଅଞ୍ଚଳର ଗଭର୍ଣ୍ଣର ସେର୍ଗି ଗୋଇଡେ କହିଛନ୍ତି, ଘେରାବନ୍ଦୀରେ ଥିବା ରୁଷ ସୈନିକଙ୍କୁ ତିନୋଟି ବିକଳ୍ପ ଦିଆଯାଇଛି, ‘ଭାଙ୍ଗିବାକୁ ଚେଷ୍ଟା କର, ସମସ୍ତେ ଏକା ସଙ୍ଗରେ ମର କିମ୍ୱା ଆତ୍ମସମର୍ପଣ କର’ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.