ୟୁକ୍ରେନ ରାଷ୍ଟ୍ରପତିଙ୍କ କାର ଦୁର୍ଘଟଣାଗ୍ରସ୍ତ, ସାମାନ୍ୟ ଆହତ ହେଲେ ଜେଲେନସ୍କି

Published By : Prameya-News7 Bureau | September 15, 2022 IST

ୟୁକ୍ରେନ ୧୫/୦୯: ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଜେଲେନସ୍କି ସାମାନ୍ୟ ଆହତ ହୋଇଛନ୍ତି । ରାଜଧାନୀ କିଭ୍ ନିକଟରେ ଦୁର୍ଘଟଣା ଘଟିଛି ।

ୟୁକ୍ରେନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏକ ପାସେଞ୍ଜର କାର ଜେଲେନସ୍କିଙ୍କ ଏସକର୍ଟ ସହ ତାଙ୍କ କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଜେଲେନସ୍କିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଗୁରୁତର ନଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.