ଓଜନ ହ୍ରାସ ପାଇଁ ବ୍ୟବହୃତ DNP ମେଡିସିନ୍ ଉପରେ ଲାଗିଲା ରୋକ୍, ନେଲାଣି ୩୩ ଜୀବନ !
1/02/2023 at 5:21 PM

ବ୍ରିଟେନ୍ ୦୧/୦୨ ; ଓଜନ ହ୍ରାସ କରିବା ପଡିବ ମହଙ୍ଗା । ମେଦ ବହୁଳତା କମାଇବା ପାଇଁ ବ୍ୟବହୃତ DNP ମେଡିସିନ୍ ବ୍ୟବହାର କରି ଚାଲିଯାଇଛି ୩୩ରୁ ଅଧିକ ଜୀବନ । ଏଭଳି ଆରୋପ କରିଛନ୍ତି ବ୍ରିଟେନ୍ ସରକାର। ତେବେ ଏହି ଘଟଣା ଉପରେ ତଦନ୍ତ ଚାଲିଥିବା ବେଳେ ଏହି ମେଡିସିନ୍ ଉପରେ ରୋକ୍ ଲଗାଇଛନ୍ତି ବ୍ରିଟେନ ସରକାର । ଏଥିସହିତ କମ୍ପାନୀ ଏହାକୁ ବିଷାକ୍ତ ମେଡିସିନ୍ ତାଲିକାରେ ସ୍ଥାନ ଦେଇଛି । ଅନ୍ୟପଟେ ଓଜନ ହ୍ରାସ କରିବା ମେଡିସିନ୍ ଖାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ଲୋକେ ଏନେଇ ବିରୋଧ କରିଛନ୍ତି । DNPକୁ ମନୁଷ୍ୟ ବ୍ୟବହାର ଉପରେ ରୋକ ଲଗାଯାଇଥିଲେ ମଧ୍ୟ ଅନେକ ଅନଲାଇନ୍ ପ୍ଲାଟଫର୍ମରେ ଏହା ବିକ୍ରି ହେଉଛି ।
ସୂଚନା ଅନୁଯାୟୀ, ଜଣେ ୨୧ ବର୍ଷିୟ ବ୍ୟକ୍ତି ଏହି ମେଡିସିନ୍ ଖାଇ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପିତା DNPକୁ ସମ୍ପୁର୍ଣ୍ଣ ନିଷେଦ୍ଧ କରିବାକୁ ବ୍ରିଟେନର ସୁରକ୍ଷା ମନ୍ତ୍ରୀ ଟମ ଟୁଗେଣ୍ଡହାଟଙ୍କୁ ଭେଟି ଅନୁରୋଧ କରିବେ । ତେବେ ଏନେଇ ବ୍ରିଟେନ୍ର ସୁରକ୍ଷା ମନ୍ତ୍ରୀ ଟମ ଟୁଗେଣ୍ଡହାଟ କହିଛନ୍ତି, “ବ୍ରିଟେନରେ ବ୍ୟବସାୟ ତଥା ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି । ତଥାପି, ‘ବୋମା ତିଆରି ସାମଗ୍ରୀ ଏବଂ ବିଷାକ୍ତ ପଦାର୍ଥର ଅବୈଧ ବ୍ୟବହାର ଦ୍ବାରା ସୃଷ୍ଟି ହେଉଥିବା ବିପଦକୁ କମ୍ କରିବାକୁ ହେବ’ । ଏହି ପଦାର୍ଥଗୁଡିକ ଆମର ଦୃଢ ନିୟନ୍ତ୍ରଣକୁ ଭଙ୍ଗ କରୁଛି ଏବଂ ଯେଉଁମାନେ ଏହାକୁ ଅପବ୍ୟବହାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।