ମୋଦୀଙ୍କ ମାଆଙ୍କୁ ବ୍ରିଟେନ୍ ଶିଖଙ୍କ ଅପିଲ୍: 'ନିଜ ପୁଅକୁ କୁହନ୍ତୁ, ଆନ୍ଦୋଳନକାରୀ ମାଆ ମାନଙ୍କୁ ବଦନାମ ହେବାକୁ ଦିଅନ୍ତୁ ନାହିଁ'

Published By : Prameya-News7 Bureau | December 19, 2020 IST

ନୂଆଦିଲ୍ଲୀ ୧୯।୧୨: ବ୍ରିଟେନ୍‌ର ବ୍ରେଡଫୋର୍ଡ ସହରର ଶିଖ୍ ଆସୋସିଏସନ କୃଷକ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରା ବେନଙ୍କ ନିକଟକୁ ଚିଠି ଲେଖିଛନ୍ତି। ବ୍ରିଟିଶ୍ ଏଜୁକେସନ ଆଣ୍ଡ କଲ୍‌ଚର ଆସୋସିଏସନ ଅଫ ଶିଖ୍(BECAS) ସେପ୍ଟେମ୍ବର ୧୪ରେ ଲେଖିଥିବା ଚିଠିରେ କହିଛନ୍ତି, କୃଷକ ଆନ୍ଦୋଳନକୁ ନେଇ କିଛି ଲୋକ ପଞ୍ଜାବର ମାଆ ମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି। ଏମିତି ହେବା ଉଚିତ୍ ନୁହେଁ, ଆପଣଙ୍କୁ ନିଜ ପୁଅ ସହିତ ଏହି ବିଷୟରେ କଥା ହେବା ଉଚିତ୍।

ଦୈନିକ ଭାସ୍କରର ରିପୋର୍ଟ ଅନୁଯାୟୀ, BECASର ଅଧ୍ୟକ୍ଷ ତ୍ରିଲୋଚନ ସିଂହ ଦୁଗଲ କହିଛନ୍ତି, କିଛି ମହିଳା ବିଜେପି ସମର୍ଥନରେ ପଞ୍ଜାବର ମାଆ ମାନଙ୍କ ବିଷୟରେ ଭୁଲ୍ ପ୍ରଚାର କରୁଛନ୍ତି। ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ମଧ୍ୟ ଏହି ବିଷୟରେ ଭୁଲ୍ ଶବ୍ଦ ପ୍ରୟୋଗ କରିଛନ୍ତି। ଏମିତି ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।

{"id":379800,"sizeSlug":"large","linkDestination":"none"}

ଚିଠିରେ ଲେଖା ହୋଇଛି ଯେ, ବଡ ଦୁଃଖର ସହ ଆମେ ଆପଣଙ୍କୁ ନିଜର ପୁଅ ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହେବାକୁ ଅନୁରୋଧ କରୁଛୁ। ସମସ୍ତ ମାଆ ମାନଙ୍କୁ ସେପରି ସମ୍ମାନ ଦେବା ଉଚିତ୍, ଯେଉଁଭଳି ଆପଣ ମୋଦୀ ଜୀଙ୍କ ସମ୍ମାନିତ ମା। ଭାରତର ପ୍ରତ୍ୟେକ ରାଜ୍ୟରେ ମାଆ ସମାନ ଭାବେ ସମ୍ମାନିତ ଏବଂ ପ୍ରତ୍ୟେକ ପରିବାରରେ ସେମାନଙ୍କୁ ଏକ ବିଶେଷ ଆଖ୍ୟା ମିଳିଛି। ବିଜେପି ସମର୍ଥକ କିଛି ଅଭିନେତ୍ରୀ ସେହି ମାଆ ମାନଙ୍କୁ ବଦନାମ କରୁଛନ୍ତି, ଯିଏ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି।

ଆମେ ମୋଦୀ ଜୀ ଏବଂ ତାଙ୍କ ପରିବାରଙ୍କୁ ଅପିଲ୍ କରୁଛୁ ଯେ ପଞ୍ଜାବର ମା ମାନଙ୍କ ବିଷୟରେ କଦର୍ଯ୍ୟ ଭାଷା ବ୍ୟବହାର କରୁଥିବା ସମର୍ଥକଙ୍କ ବିରୋଧରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଆମେ ଆଶା ପ୍ରକାଶ କରୁଛୁ ଯେ, ଆପଣ ଦେଶର ମା-ଭଉଣୀଙ୍କ ସମ୍ମାନର ଭାରତୀୟ ପରମ୍ପରାକୁ ବଜାୟ ରଖିବାକୁ ପୂରା ଉଦ୍ୟମ କରିବେ।

ଦୈନିକ ଭାସ୍କର ସହ ଆଲୋଚନା ବେଳେ ତ୍ରିଲୋଚନ ସିଂହ ଦୁଗଲ କହିଛନ୍ତି, ସମସ୍ତଙ୍କୁ ସେମାନଙ୍କର ହକ୍‌ ମିଳି ବା ଉଚିତ୍। ଭାରତ ଏକ ଗଣତାନ୍ତ୍ରିକ ଦେଶ। ଲୋକେ ନିଜର ନେତା ବାଛିଥାନ୍ତି। ଏହି ଅବସ୍ଥାରେ ଲୋକଙ୍କ କଥା ଶୁଣିବା ତାଙ୍କ ଦାୟିତ୍ଵ। ସେ ପଞ୍ଜାବର ମା ହୁଅନ୍ତୁ କି ଅନ୍ୟ ରାଜ୍ୟର। ଆମକୁ ମାନବିକତା ବୁଝିବା ଉଚିତ୍।

{"id":379801,"sizeSlug":"large","linkDestination":"none"}

ଦୁଗଲ କହିଛନ୍ତି, ଆମେ ଦେଖିଲୁ ଯେ କଙ୍ଗନା ରଣାଓ୍ଵତ ସମେତ କିଛି ମହିଳା ଯିଏ ବିଜେପି ସମର୍ଥକ ସେମାନେ ମା ମାନଙ୍କ ବିଷୟରେ ଭୁଲ୍ ଶବ୍ଦ ପ୍ରୟୋଗ କରୁଛନ୍ତି। ଏହି ବିଷୟରେ ଆମର ଆପଣଙ୍କୁ  ଭାବ ବିହ୍ଵଳ ଅନୁରୋଧ ଯେ କଙ୍ଗନା ରଣାଓ୍ଵତ ମଧ୍ୟ ଜଣେ ଭାରତୀୟ ଏବଂ ଦେଶର ସମସ୍ତ ମହିଳାଙ୍କୁ ସମ୍ମାନ କରିବା ଉଚିତ୍।

ନିଜର ଏକ ପୋଷ୍ଟରେ କଙ୍ଗନା କୃଷକ ଆନ୍ଦୋଳନରେ ସାମିଲ ବୃଦ୍ଧ  ମହିଳାଙ୍କୁ ସାହିନବାଗର ଦାଦି ଦର୍ଶାଇ କହିଥିଲେ ଯେ, ସେ ୧୦୦ ଟଙ୍କାରେ ପ୍ରଦର୍ଶନ ପାଇଁ ଚାଲି ଆସନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.