ଦୁନିଆର ଶକ୍ତିଶାଳୀ ଦେଶର ନେତୃତ୍ୱ ଭାରତୀୟ ବଂଶୋଦ୍ଭବଙ୍କ ହାତରେ, ଏବେ ସୂଚୀରେ ସାମିଲ ହେବେ ସୁନକ

Published By : Prameya-News7 Bureau | October 24, 2022 IST

ନୂଆଦିଲ୍ଲୀ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କ ଚୟନ ଏକ ପ୍ରକାର ନିଶ୍ଚିତ ହୋଇଛି । ତେବେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପେନୀ ମାର୍ଡଣ୍ଟ କମ ସାଂସଦଙ୍କ ସମର୍ଥନ ସତ୍ତ୍ୱେ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି । ସମ୍ଭବତଃ ଆଜି ସୋମବାର ନୂଆ ପ୍ରଧାନମନ୍ତ୍ରୀ ଭାବେ ଋଷି ସୁନକଙ୍କ ନାଁ ଘୋଷଣା ହୋଇପାରେ । ବ୍ରିଟେନ ଇତିହାସରେ ଏହା ପ୍ରଥମ ଘଟଣା ହେବ ଯେତେବେଳେ କୌଣସି ଭାରତୀୟ ବଂଶୋଦ୍ଭବ ୟୁକେର କ୍ଷମତାର ସର୍ବୋଚ୍ଚ ଆଶନରେ ବସିବେ । ଏହାସହ ସେ ସେହି ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ସାମିଲ ହେବେ ଯେଉଁମାନେ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ରର ନେତୃତ୍ୱ ନେଇଛନ୍ତି । ସୁନକଙ୍କ ପୂର୍ବରୁ ଦୁନିଆର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ସାମିଲ ଅଛନ୍ତି ।

କମଲା ହାରିସ

କମଲା ହାରିସ ବର୍ତ୍ତମାନ ଜୋ ବାଇଡେନଙ୍କ ନେତୃତ୍ୱାଧୀନ ସରକାରରେ ଦ୍ୱିତୀୟ ନମ୍ୱର ନେତା । ସେ ଆମେରିକାର ଉପରାଷ୍ଟ୍ରପତି । ଡେମୋକ୍ରେଟିକ୍ ପାର୍ଟିର ଏହି ନେତ୍ରୀ ଆମେରିକାର ଇତିହାସରେ ପ୍ରଥମ ଉପରାଷ୍ଟ୍ରପତି । ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କ ସମ୍ପର୍କ ତାମିଲନାଡୁ ସହ ରହିଛି । ୨୦୧୧ରୁ ୨୦୧୭ ଯାଏଁ ସେ କାର୍ଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ ଭାବେ କାମ କରିଥିଲେ ।

ପ୍ରବିନ୍ଦ ଜଗନ୍ନାଥ

ଦୁନିଆର ସବୁଠୁ ବଡ଼ ନେତାଙ୍କ ମଧ୍ୟରେ ଅନ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ପ୍ରବିନ୍ଦ ଜଗନ୍ନାଥ । ମୋରିସସ ପ୍ରଧାନମନ୍ତ୍ରୀ ହେଉଛନ୍ତି ପ୍ରବିନ୍ଦ ଜଗନ୍ନାଥ । କ୍ୟାବିନେଟ ବହୁ ଗୁରୁତ୍ୱପୂର୍ଣ୍ଣ ପଦରେ ରହିବା ପରେ ପ୍ରବିନ୍ଦ କୁମାର ଜଗନ୍ନାଥ ସର୍ବସମ୍ମତିରେ ମୋରିସସର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଆଣ୍ଟୋନିୟୋ କୋଷ୍ଟା

ଆଣ୍ଟୋନିୟୋ କୋଷ୍ଟା ବର୍ତ୍ତମାନ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଅଛନ୍ତି ଏବଂ ୨୦୨୨ରେ ବିଜୟ ପରେ ସେ ଲଗାତାର ତୃତୀୟ ଥର ପାଇଁ ପଦ ସମ୍ଭାଳୁଛନ୍ତି । ଆଣ୍ଟୋନିୟୋଙ୍କ ଜନ୍ମ ଗୋଆରେ ହୋଇଥିଲା।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.