ବାସହୀନ ଲୋକଙ୍କୁ ଖାଦ୍ୟ ଦେଲେ ବ୍ରିଟିଶ୍ ପିଏମ, କହିଦେଲେ କିଛି ଏମିତି ଯାହାକୁ ନେଇ ହେଲା ଟ୍ରୋଲ
28/12/2022 at 1:38 PM

ମୁମ୍ଵାଇ ୨୮।୧୨: ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆ ଦୁନିଆରେ ସମସ୍ତେ ସମାନ । ବିଶେଷକରି ସମାଲୋଚନା ପ୍ରସଙ୍ଗରେ ଛୋଟ ଏବଂ ବଡ ମଧ୍ୟରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ। ପ୍ରତିଦିନ କିଛି ନା କିଛି ଏପରି ଅନେକ ଭିଡିଓ ସାମ୍ନାକୁ ଆସେ । ଯାହା ଖୁବ୍ ଭାଇରାଲ୍ ହୋଇଥାଏ । କେତେବେଳେ ଏବଂ କେବେ ନେଟିଜେନ୍ସ କ୍ଲାସ୍ ଲଗାଇବା ଆରମ୍ଭ କରିଦିଅନ୍ତି, ତାହା କେହି ଜାଣିପାରନ୍ତି ନାହିଁ। ଠିକ୍ ଏହିପରି ଏକ ମାମଲା ଦେଖିବାକୁ ମିଳିଛି। ଯେଉଁଥିରେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକ ନଜର ଆସିଛନ୍ତି। ତାଙ୍କ ସଂଳାପ ପାଇଁ ଟ୍ୱିଟର ବ୍ୟବହାରକାରୀ ତାଙ୍କୁ ତାଗିଦ୍ କରିଥିଲେ।
Rishi Sunak is so out of touch.
— Tim Burgess (@Tim_Burgess) December 24, 2022
Working for the PR points in a homeless shelter, his original question to a homeless person is “Do you have a business?”
(which he switches at the last minute to “Do you work in a business?”)
pic.twitter.com/kbxjbIy4MQ
ନିକଟରେ ସୁନକ ଲଣ୍ଡନର ଏକ ଆଶ୍ରୟ ଗୃହ ପରିଦର୍ଶନ କରିଥିଲେ। ସେଠାରେ ଖାଦ୍ୟ ପରିବେଷଣ କରୁଥିବାବେଳେ ଜଣେ ବ୍ୟକ୍ତି ଆସନ୍ତି । ତାଙ୍କୁ ଖାଦ୍ୟ ଦିଅନ୍ତି। ସେ ଉକ୍ତ ବ୍ୟକ୍ତିଙ୍କ ସହ ବାର୍ତ୍ତାଳାପ ଆରମ୍ଭ କରିଥିଲେ। ପ୍ରଥମେ ତାଙ୍କ ନାମ ପଚାରିଥିଲେ ଏବଂ ପରେ ପଚାରିଥିଲେ ଯେ ସେ ରାତ୍ରୀ ଭୋଜନ କରିବାକୁ କଣ ଚାହୁଁଛନ୍ତି? ଏହା ପରେ, କଥାବାର୍ତ୍ତା ବେଳେ ସୁନକ୍ ତାଙ୍କୁ ଏକ ପ୍ଲେଟ୍ ସସ୍, ଟୋଷ୍ଟ ଏବଂ ଅଣ୍ଡା ଦେଇଥିଲେ । ସୁନକ ତାଙ୍କୁ ପାଣି ବୋତଲ ମଧ୍ୟ ଦେଇଥିଲେ। ଏହି ସମୟରେ ସୁନକ ତାଙ୍କୁ ପଚାରିଲେ, ତୁମେ କୌଣସି କାମ କର କି? ତେଣୁ ସେ କହିଥିଲେ, ନା, ମୁଁ ବାସହୀନ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇଂଲଣ୍ଡର ବିରୋଧୀ ଲେବର ପାର୍ଟିର ନେତା ଆଞ୍ଜେଲା ରେନର୍ ଟ୍ୱିଟରରେ ଲେଖିଛନ୍ତି ଯେ ଏହା ଏକ ଦୁଃଖଦାୟକ ଏବଂ ଯନ୍ତ୍ରଣାଦାୟକ ପରିସ୍ଥିତି।
ଏହି ଭିଡିଓ ବିଷୟରେ, ଲୋକମାନେ ନିଜ ବୁଦ୍ଧି ହିସାବରେ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ ପ୍ରଧାନମନ୍ତ୍ରୀ ସୁନକ ଲୋକଙ୍କ ସମସ୍ୟାକୁ ଅଣଦେଖା କରିବା ଉଚିତ୍ ନୁହେଁ। ବାସହୀନମାନଙ୍କୁ ଆବସ ରହିବା ଉଚିତ୍। ଅନ୍ୟ ଜଣେ କହିଛନ୍ତି, ‘ସୁନକଙ୍କ ବାସ୍ତବତା ବିଷୟରେ କୌଣସି ଧାରଣା ନାହିଁ। ସେ ଲୋକଙ୍କ ସହ ଯୋଗାଯୋଗରେ ନାହାଁନ୍ତି।