AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ପିଏମ୍ ମୋଦୀଙ୍କ ଉପରେ BBCର ବିବାଦୀୟ ଡକ୍ୟୁମେଣ୍ଟ୍ରି, ବ୍ରିଟେନରେ ନିରପେକ୍ଷ ତଦନ୍ତ ଦାବି

23/01/2023 at 5:32 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଦ୍ୱାରା ପ୍ରସ୍ତୁତ ଡକ୍ୟୁମେଣ୍ଟ୍ରିକୁ ନେଇ ବିବାଦ ବଢିପାରେ ଲାଗିଛି । ଏହା ଉପରେ ଭାରତର ବିଦେଶ ମନ୍ତ୍ରାଳୟ ମଧ୍ୟ ନିଜର ପ୍ରତିକ୍ରିୟା ରଖିସାରିଛି । ଏହାଛଡ଼ା, ବ୍ରିଟେନରେ ମଧ୍ୟ ଏହି ଡକ୍ୟୁମେଣ୍ଟ୍ରିର ପ୍ରସଙ୍ଗ ସଂସଦରେ ଉଠିସାରିଛି । ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖି ପିଏମ ମୋଦୀଙ୍କ ସମର୍ଥନରେ ବାହାରିଥିଲେ । ଏବେ ବ୍ରିଟେନରେ ଏକ ଅନଲାଇନ ଦାବି ପତ୍ର ଜରିଆରେ ଏହି ସିରିଜକୁ ନେଇ ବିବିସି ଉପରେ ନିଜ କର୍ତ୍ତବ୍ୟର ଉଲ୍ଲଂଘନର ଅଭିଯୋଗ ଆଣି ନରପେକ୍ଷ ତଦନ୍ତ ପାଇଁ ଦାବି ଉଠିଛି ।

ୱେବସାଇଟ୍ Change.Org  ଜରିଆରେ ଏହି ଦାବି ଉଠାଯାଇଛି । ଏଥିରେ କୁହାଯାଇଛି ଯେ ବିବିସି ସମ୍ପାଦକୀୟ ନିରପେକ୍ଷତାର ମାନଦଣ୍ଡଙ୍କୁ ପୂରା କରିବାରେ ବିଫଳ ହୋଇଛି । ଏହାକୁ ନେଇ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି)କୁ କଡ଼ା ନିନ୍ଦା କରାଯାଇଛି । ରବିବାର ରାତିରୁ ଇଣ୍ଟରନେଟରେ ଏହାକୁ ପ୍ରସାରିତ କରାଯିବା ପରଠୁ ବର୍ତ୍ତମାନ ସୁଦ୍ଧା ଏହା ଉପରେ ୨୫୦୦ରୁ ଅଧିକ ଲୋକେ ହସ୍ତାକ୍ଷର କରିସାରିଛନ୍ତି ।

ଏଥିରେ କୁହାଯାଇଛି ଯେ ‘ଇଣ୍ଡିଆ: ଦ ମଦୋ କ୍ୱେସଚିନ’ ଅପ୍ରଚାର ସାମ୍ୱାଦିକତାର ଉଦାହରଣ ଅଟେ । ଏହି ସିରିଜ୍ ଜାଣିଶୁଣି ନିଜ ଦର୍ଶକଙ୍କୁ ଭୁଲ ସୂଚନା ଦେଉଛି । ଆମେ ବିବିସି ବୋର୍ଡକୁ ଏକ ସାର୍ବଜନୀନ ସେବା ପ୍ରାସାରକ ଭାବେ ନିଜର କର୍ତ୍ତବ୍ୟର ଉଲ୍ଲଂଘନ ପାଇଁ ନିରପେକ୍ଷ ତଦନ୍ତ କରି ପରିଣାମକୁ ପ୍ରକାଶ କରିବାକୁ ଆହ୍ୱାନ କରୁଛୁ । ଉଲ୍ଲେଖଯୋଗ୍ୟ ଯେ ବିବିସି India: The Modi Question ନାଁରେ ଦୁଇ ପାର୍ଟରେ ସିରିଜ ପ୍ରସ୍ତୁତ କରିଛି । ଏହାର ପ୍ରଥମ ପାର୍ଟ ମଙ୍ଗଳବାର ରିଲିଜ୍ ହୋଇଥିଲା । ଜାନୁଆରୀ ୧୭ରେ ଏହାକୁ ବିବିସି ଟୁରେ ରିଲିଜ କରାଯାଇଥିଲା । ଟିଭିରେ ପ୍ରସାରଣ ପରେ ହିଁ ବିବାଦ ଆରମ୍ଭ ହୋଇଥିଲା । ଭାରତ ସହ ବ୍ରିଟେନରେ ସୋସିଆଲ ମିଡିଆରେ ମଧ୍ୟ ଏହାକୁ ନେଇ ବିରୋଧ ଆରମ୍ଭ ହୋଇଛି ।

   Related Posts