ବ୍ରିଟେନ ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା, ଦେଶରେ ବେକାବୁ ହେଉଛି Covid-19

Published By : Prameya-News7 Bureau | December 20, 2020 IST

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ସଂକ୍ଷିପ୍ତ ନୋଟିସ୍‌ ପରେ ରାଷ୍ଟ୍ରୀୟ ରାଜଧାନୀ ଲଣ୍ଡନ ସମେତ ଦକ୍ଷିଣ-ପୂର୍ବ ବ୍ରିଟେନରେ ଲକଡାଉନ ଘୋଷଣା କରିଛନ୍ତି। ଫଳରେ କ୍ରିସ୍‌ମାସ ପାଳନ ଲାଗି ଲକ୍ଷଲକ୍ଷ ଲୋକଙ୍କ ଯୋଜନା ପଣ୍ଡ ହୋଇଯାଇଥିବା ବେଳେ ଜନଅସନ୍ତୋଷ ଦେଖା ଦେଇଛି। ଘୋଷଣାର କିଛି ଘଣ୍ଟା ପରେ ବ୍ରିଟେନ ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‌ ହେନକକ୍‌ ଦେଶରେ କରୋନା ପୁଣି ବେକାବୁ ହୋଇଯାଇଥିବା ଘୋଷଣା କରିବା ଲୋକଙ୍କୁ ଆତଙ୍କିତ କରିଛି।

{"id":380281,"sizeSlug":"large","linkDestination":"none"}

ଦେଶରେ କୋଭିଡ-୧୯ର ଏକ ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବାର ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି। ଯାହା ପୂର୍ବ ଭୂତାଣୁ ତୁଳନାରେ ୭୦ ପ୍ରତିଶତ ଅଧିକ ସଂକ୍ରମିତ କରୁଥିବାର ଜଣାପଡିଛି। କେଣ୍ଟ ଏହାର ସଦ୍ୟତମ ଉଦାହରଣ ବୋଲି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଏଣୁ ସ୍କଟଲ୍ୟାଣ୍ଡ ଇଂଲଣ୍ଡକୁ ବିମାନ ସେବା ବାତିଲ କରିଥିବା ବେଳେ ୱେଲ୍ସ ପୁଣି ଏକ ଲକଡାଉନକୁ ଯାଇଛି।

{"id":380282,"sizeSlug":"large","linkDestination":"none"}

ବିବିସି ଏଣ୍ଡ୍ର୍ୟୁ ମାର ସୋ କୁ ସାକ୍ଷାତକାର ଦେଇ ସ୍ୱାସ୍ଥ୍ୟ ସଚିବ ଦେଶରେ କରୋନା ଭାଇରସ ଗୁରୁତର ହେଉଥିବା କହିଛନ୍ତି।  ପୂର୍ବାପେକ୍ଷା ପରିସ୍ଥିତି ଏବେ ଅଧିକ ଜଟିଳ ହୋଇପଡିଛି। ଏଥିରେ ଲୋକେ ଆଗାମୀ କ୍ରିସ୍‌ମାସକୁ  ଘରେ ରହି ପାଳିପାରିଲେ ଉତ୍ସବର ସବୁଠୁ ବଡ ଉପହାର ହେବ । ହୁଏତ  ଏଥିରେ ଭୂତାଣୁ  ନିୟନ୍ତ୍ରିତ ହୋଇପାରେ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ଲଣ୍ଡନ ଓ ଦକ୍ଷିଣ-ପୂର୍ବ ଇଂଲଣ୍ଡ ଲାଗି ଟାୟର-୪ କୋଭିଡ ସତର୍କତା ଜାରି ହୋଇଛି।

{"id":380285,"sizeSlug":"large","linkDestination":"none"}

କୋଭିଡ ଲାଗି ସତର୍କତା ଲାଗି ଟାୟର-୧ ସଂକ୍ରମଣର ସମ୍ଭାବନା ସ୍ୱଳ୍ପ ଥିବା ବେଳେ ପରବର୍ତ୍ତି ଟାୟରମାନଙ୍କରେ ସମ୍ଭାବନା ଅଧିକ ବୋଲି ଦର୍ଶାଯାଉଛି। ଏଥିରେ ଟାୟର-୪ ପୂର୍ଣ୍ଣ ଲକଡାଉନ ସହ ସମାନ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି। ରବିବାର ସ୍ୱାସ୍ଥ୍ୟ ସଚିବ ଦେଇଥିବା ଗଣମାଧ୍ୟମ ସାକ୍ଷାତକାରରେ ଥରେ ଟିକାକରଣ ନ ସରିବା ପର୍ଯ୍ୟନ୍ତ ଲଣ୍ଡନ ଲକଡାଉନରେ ହୁଏତ ଆଗାମୀ ମାସ ପର୍ଯ୍ୟନ୍ତ ବଳବତ୍ତର ରହିପାରେ ବୋଲି କହିଛନ୍ତି। ଯାହାର କୌଣସି ବିକଳ୍ପ ନାହିଁ କି କୌଣସି ସହଜ ମାର୍ଗ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି।

{"id":380288,"sizeSlug":"large","linkDestination":"none"}

ଯଦି ନୂଆ ବୈଜ୍ଞାନିକ ପ୍ରମାଣକୁ ଅଣଦେଖା କରାଯାଏ ଏହାର ପରିଣାମ କଳନା ମଧ୍ୟ କରାଯାଇପାରିବ ନାହିଁ ବୋଲି ହେନକକ୍‌ କହିଥିବା ବେଳେ ଦେଶରେ ଏପର୍ଯ୍ୟନ୍ତ ୩ଲକ୍ଷ ୫୦ ହଜାର ଲୋକଙ୍କ ଟିକାକରଣ ହୋଇଥିବା ସୂଚିତ କରିଛନ୍ତି। ଦେଶରେ ଭୂତାଣୁର ନୂଆ ପ୍ରକାର ଚିହ୍ନଟ ପରେ ଶନିବାର ରାତିରୁ ବିମାନ ବନ୍ଦର, ଟ୍ରେନ ଷ୍ଟେସନ ଓ ସବୁ ପ୍ରମୁଖ ସଡ଼କ ବନ୍ଦ କରିଦିଆଯାଇଛି। କାରଣ ରାତି ପାହିଲେ ରବିବାର ଓ ଲୋକେ ନୂଆ ଲକଡାଉନ୍‌ କଟକଣାକୁ ଅମାନ୍ୟ କରିବାର ଆଶଙ୍କା ଥିବାରୁ ସରକାର ସତର୍କତାମୂଳକ ଭାବେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

{"id":380290,"sizeSlug":"large","linkDestination":"none"}

ତେବେ ଦେଶରେ ମହାମାରୀ ମୁକାବିଲା ଲାଗି ସରକାରଙ୍କ ପଦକ୍ଷେପକୁ ଦେଶରେ ତୀବ୍ର ସମାଲୋଚନା କରାଯାଇଛି। ଏପରିକି ବରିଷ୍ଠ କଞ୍ଜରଭେଟିଭ ସାଂସଦ ଚାର୍ଲସ ୱାକର ହେନକକ୍‌ଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି। ଲୋକଙ୍କ କ୍ରିସମାସ୍‌ ଯୋଜନା ରଦ୍ଦ ହୋଇଥିବା ବେଳେ ରବିବାର ନୂଆ କଟକଣା  ପ୍ରମୁଖ ସମ୍ବାଦପତ୍ରର ଶିରୋନାମା ପାଲଟିଛି। ତେବେ ମାମଲାରେ ୱାକରଙ୍କ କ୍ଷୋଭକୁ ମୁଁ ବୁଝିପାରୁଛି ବୋଲି ହେନକକ୍ କହିଛନ୍ତି। କେବଳ ୱାକର ନୁହନ୍ତି ତାଙ୍କଭଳି ହଜାର ହଜାର ଲୋକେ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ହେଲେ  ଲୋକଙ୍କ ସ୍ୱାସ୍ଥ୍ୟ ଆଗରେ ଆମେ କଣ କରିପାରିବା ବୋଲି ସେ ପ୍ରଶ୍ନ କରିଛନ୍ତି। 

{"id":380293,"sizeSlug":"large","linkDestination":"none"}

ଦେଶର ହସ୍ପିଟାଲମାନଙ୍କରେ ଏବେ ପ୍ରାୟ ୧୮ ହଜାରରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ ଗତ ଏପ୍ରିଲରେ ଆସିଥିବା ପ୍ରଥମ ଲହର ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ କମ୍‌ ରହିଛି। ସ୍କଟଲ୍ୟାଣ୍ଡ ୟାର୍ଡର କମାଣ୍ଡର ଏଲେକ୍ସ ମୋରେ ପରିସ୍ଥିତିକୁ ଦେଖି ପଦକ୍ଷେପ ନିଆଯାଇଥିବା କହିଛନ୍ତି। ଭୂତାଣୁକୁ ନେଇ ଯେଉଁ ସୂଚନା ମିଳୁଛି ତାହା ବାସ୍ତବିକ୍ ଗୁରୁତର। ଏଣୁ ଆମେ ଘରେ ରହି ନିଜକୁ ସୁରକ୍ଷିତ ରଖିବାକୁ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.