scan steel
web-baneer-728x90
WhatsApp Image 2023-12-06 at 12.52.17
krs-300-250-banner english-1
krs-728-90-banner english-2
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବ୍ରିଟେନ୍ ସ୍ବାସ୍ଥ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ, ପ୍ରଧାନମନ୍ତ୍ରୀଙ୍କ ଉପରେ ବି ରହିଛି ବିପଦ

11/03/2020 at 1:02 PM

ଲଣ୍ଡନ ୧୧।୩: ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡାଇନ୍ ଡୋରିସ୍ କରୋନା ଭାଇରସ୍ (COVID 19) ସଂକ୍ରମିତ ହୋଇଛନ୍ତି। ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଉପରେ କରୋନା ଭାଇରସ୍ ବିପଦ ରହିଛି । କାରଣ କିଛି ଦିନ ପୂର୍ବରୁ ନାଡାଇନ୍ ଡୋରିସ୍ ତାଙ୍କୁ ଭେଟିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ବ୍ରିଟେନର ଲୋକମାନେ ଭୟଭୀତ ହୋଇପଡିଛନ୍ତି । ବର୍ତ୍ତମାନ ସୁଦ୍ଧା, ବ୍ରିଟେନରେ ୩୫୦ରୁ ଅଧିକ ଲୋକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡିଛି।

ବ୍ରିଟେନର ସ୍ବାସ୍ଥ୍ୟମନ୍ତ୍ରୀ ନାଡାଇନ୍ ଡୋରିସ୍ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଇଂଲଣ୍ଡର ସ୍ବାସ୍ଥ୍ୟ ବିଭାଗ ମୋତେ ଭେଟିଥିବା ସମସ୍ତ ଲୋକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି। ଏହି ସମୟ ମଧ୍ୟରେ ମୋର ବିଭାଗ ଏବଂ ମୋ କାର୍ଯ୍ୟାଳୟ କିଛି ଦିନ ପାଇଁ ବନ୍ଦ ରହିବ | ଏହାସହ ନାଡାଇନ୍ ଡୋରିସ୍ କହିଥିଲେ ଯେ, ସେ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜାଣିବା ମାତ୍ରେ ସେ ନିଜକୁ ଅଲଗା କରି ରଖିଛନ୍ତି । ପରିବାର ସଦସ୍ୟମାନଙ୍କୁ ମଧ୍ୟ ନିଜଠୁ ଦୂରେଇ ରଖିଛନ୍ତି।

ବିଶ୍ବର ଅନେକ ଦେଶ ସହ ବ୍ରିଟେନ୍ ଭଳି ଦେଶରେ ମଧ୍ୟ କରୋନା ଭାଇରସ୍ ବିପଦ ବଢୁଛି | କରୋନା ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୬ଜଣଙ୍କର ମୃତ୍ୟୁ ଘଟିଛି। ବ୍ରିଟେନର ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ଏପର୍ଯ୍ୟନ୍ତ ୨୬,୦୦୦ ଲୋକଙ୍କୁ ସ୍କ୍ରିନିଂ କରାଯାଇଛି, ସେଥିମଧ୍ୟରୁ ୩୭୩ କରୋନା ଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଭାରତରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ୫୦ ପାର୍ କରିଛି। ସେମାନଙ୍କ ମଧ୍ୟରୁ ଇଟାଲୀର ୧୬ ବାସିନ୍ଦାଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ | ଦେଖିବାକୁ ଗଲେ ସମଗ୍ର ବିଶ୍ବରେ ଏପର୍ଯ୍ୟନ୍ତ ଏହି ମାରାତ୍ମକ ଭାଇରସ୍ ରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି । ସାରା ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ୩୦୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ଆମେରିକାରେ କରୋନା ଭାଇରସ୍ ମଧ୍ୟ ତାର କାୟା ବିସ୍ତାର କରିବାରେ ଲାଗିଛି । ଏଠାରେ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ୱାଶିଂଟନ୍‌ର ସ୍ବାସ୍ଥ୍ୟ ଅଧିକାରୀମାନେ ରାଜ୍ୟରେ ୨୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ଏଠାରେ ୨୬୭ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି ।

   Related Posts