ବ୍ରିଟେନରେ ଇନ୍ଧନ ସଙ୍କଟ : ପେଟ୍ରୋଲ ପମ୍ପରେ ଲୋକଙ୍କ ମାଡପିଟ୍‌, ମିଳୁନି ତେଲ ଓ ଗ୍ୟାସ୍‌, ଆଗକୁ ସ୍ଥିତି ଭୟଙ୍କର ଆଶଙ୍କା

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ ୨୭/୦୯ : ବିଭିନ୍ନ ଦେଶରେ ତୈଳ ପଦାର୍ଥ କମ ହେବାରେ ଲାଗିଛି । ଉତ୍କଟ ଭିଡ ମଧ୍ୟରେ ଆଉ କିଛି ବର୍ଷ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଶେଷ ହୋଇଯିବ ବୋଲି ମଧ୍ୟ ବିଶେଷଜ୍ଞମାନେ  ମତ ଦେଉଛନ୍ତି । କିନ୍ତୁ ବ୍ରିଟେନ୍‌ରେ ଆଉ ଏକ ଅଭାବନୀୟ ଘଟଣା ଏବେ ଦେଖିବାକୁ ମିଳୁଛି । ଟ୍ରକ ଡ୍ରାଇଭର ମିଳୁନଥିବାରୁ ଇନ୍ଧନ ଯୋଗାଣ ହୋଇପାରୁନାହିଁ । ଯାହା ଫଳରେ ହଜାର ହଜାର ସଂଖ୍ୟାରେ ପେଟ୍ରୋଲ ପମ୍ପରେ ତେଲ ନାହିଁ । ଫଳ ସ୍ବରୂପ ପେଟ୍ରୋଲ ପମ୍ପଗୁଡିକରେ ଲମ୍ବା ଲାଇନ୍‌ ଲାଗିଥିବା ଦେଖିବାକୁ ମିଳୁଛି । ଇନ୍ଧନ ପାଇଁ ଲୋକମାନେ ନିଜ ନିଜ ମଧ୍ୟରେ ସଂଘର୍ଷ କରୁଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ଆତଙ୍କିତ ହୋଇ ଲୋକମାନେ ପେଟ୍ରୋଲ ଏବଂ ଗ୍ୟାସ୍‌ ଭରିବାକୁ ଠେଲାପେଲା ହେବାରୁ ମାଡପିଟି ଆରମ୍ଭ ହୋଇଯାଇଥିଲା । ଅନ୍ୟପଟେ ଇନ୍ଧନ ନେଇ ଆସୁଥିବା ଟ୍ରକ ଗୁଡିକର ଡ୍ରାଇଭର ଅଭାବରୁ ପମ୍ପଗୁଡିକରେ ତେଲ ଅଭାବ ଦେଖାଦେଇଥିଲା । ଲୋକମାନେ ଆତଙ୍କିତ ହୋଇ ଅଧିକ ମାତ୍ରାରେ ତେଲ ପକାଇବାରୁ ପମ୍ପଗୁଡିକରେ ତେଲର ଘୋର ଅଭାବ ଦେଖାଦେଇଥିଲା । ଯାହା ଫଳରେ ପେଟ୍ରୋଲ ପମ୍ପ ବାହାରେ କାରଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି ।

wp:embed {"url":"https://twitter.com/LBCNews/status/1442459362618920962","type":"rich","providerNameSlug":"twitter","responsive":true}
https://twitter.com/LBCNews/status/1442459362618920962
/wp:embed

ବ୍ରିଟେନରେ ହଜାର ହଜାର ସଂଖ୍ୟାରେ ପେଟ୍ରୋଲ ପମ୍ପ ଖାଲି ପଡିଛି । ତୈଳ ଯୋଗାଣ ପାଇଁ ମିଲିଟାରୀ ଫୋର୍ସର ସହଯୋଗ ନେଇଛନ୍ତି ପ୍ରଧାନମନ୍ତୀ ବୋରିସ୍‌ ଜନ୍‌ସନ୍‌ । ବ୍ରିଟେନର ସବୁଠାରୁ ବଡ ତୈଳ ଯୋଗାଣକାରୀ ସଂସ୍ଥା ପେଟ୍ରୋଲ ରିଟେଲର୍ସ ଆସୋସିଏସନ୍‌ କହିଛି ଯେ, ଦେଶର ମୋଟ ୮ ହଜାର ଗ୍ୟାସ୍‌ ଷ୍ଟେସନଗୁଡିକ ମଧ୍ୟରୁ କମ୍ପାନୀ ୫୫୦୦ ପମ୍ପର ଯୋଗାଣଭାର ହାତକୁ ନେଇଛି । ସେଗୁଡିକ ମଧ୍ୟରୁ ଅଧିକାଂଶ ପମ୍ପରେ ତେଲ ନାହିଁ । ଯେଉଁ ପମ୍ପ ଗୁଡିକରେ ତେଲ ଅଛି ତାହା ଖୁବଶୀଘ୍ର ଶେଷ ହେବାକୁ ବସିଲାଣି ।

ପେଟ୍ରୋଲ ନିଅଣ୍ଟ ହେବାର ପ୍ରମୁଖ କାରଣ ହେଉଛି ଲୋକମାନେ ଆତଙ୍କିତ ହେବା । ପେଟ୍ରୋଲ ସରିଯିବ ଭାବି ଅଧିକାଂଶ ନିଜ ନିଜ ଗାଡି​‌ରେ ତେଲ ଫୁଲ କରିନେଇଛନ୍ତି । ଏପଟେ ଯୋଗାଣ ପାଇଁ ଟ୍ରକ ଡ୍ରାଇଭରଙ୍କ ଅଭାବ ଦେଖାଯାଉଛି । ଯାହା ଫଳରେ ତେଲ ମଧ୍ୟ ପମ୍ପ ଗୁଡିକରେ ପହଞ୍ଚିପାରୁନାହିଁ । ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ । ସେନା ସହାୟତାରେ ଟାଙ୍କିଗୁଡିକୁ ପେଟ୍ରୋଲ ପଠାଇବା ବ୍ୟବସ୍ଥା କରାଯାଇଛି ବୋଲି ଜନ୍‌ସନ୍ କହିଛନ୍ତି । ଅନ୍ୟପଟେ ନୂଆ ଟ୍ରକ ଡ୍ରାଇଭରଙ୍କ ପାଇଁ ବାଧକ ସାଜିଛି ଲାଇସେନ୍ସ । କରୋନା ମହାମାରୀ କାରଣରୁ ସେମାନେ ଲାଇସେନ୍ସ ବାହାର କରିପାରୁନାହାନ୍ତି । ଯାହା ଫଳରେ ଟ୍ରକ ଚଳାଇବା ପାଇଁ ଆବଶ୍ୟକିୟ ଡ୍ରାଇଭର ମିଳୁନାହାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.